ଶୁକ୍ରବାର ପ୍ରାର୍ଥନା ବେଳେ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ, ୪ ମୃତ

କାବୁଲ: ପଶ୍ଚିମ କାବୁଲର ଏକ ମସଜିଦ୍‌ ମଧ୍ୟରେ ଆଜି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଶୁକ୍ରବାର ପାଇଁ ସମୂହ ନମାଜ ପାଠ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପ୍ରାର୍ଥନା ଲିଡର ରହିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିଆନ କହିଛନ୍ତି, ଆତଙ୍କବାଦୀମାନେ ମସଜିଦ ମଧ୍ୟରେ ବିସ୍ଫୋରକ ଖଞ୍ଜି ଏଭଳି ହମଲା କରିଛନ୍ତି। ଏଯାଏ ଏ ସମ୍ପର୍କରେ ଆଉ କୌଣସି […]

fa

fa

Hemant Lenka
  • Published: Friday, 12 June 2020
  • Updated: 12 June 2020, 08:04 PM IST

Sports

Latest News

କାବୁଲ: ପଶ୍ଚିମ କାବୁଲର ଏକ ମସଜିଦ୍‌ ମଧ୍ୟରେ ଆଜି ଆତଙ୍କବାଦୀମାନେ ଭୟଙ୍କର ହମଲା କରିଛନ୍ତି। ଶୁକ୍ରବାର ପାଇଁ ସମୂହ ନମାଜ ପାଠ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ପ୍ରାର୍ଥନା ଲିଡର ରହିଛନ୍ତି। ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ତାରିକ ଆରିଆନ କହିଛନ୍ତି, ଆତଙ୍କବାଦୀମାନେ ମସଜିଦ ମଧ୍ୟରେ ବିସ୍ଫୋରକ ଖଞ୍ଜି ଏଭଳି ହମଲା କରିଛନ୍ତି। ଏଯାଏ ଏ ସମ୍ପର୍କରେ ଆଉ କୌଣସି ବିସ୍ତୃତ ମିଳିନାହିଁ।

ପୁଲିସ୍‌ ପୂରା ଅଞ୍ଚଳକୁ କର୍ଡନ କରି ଆହତଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଛି। ଏଯାଏ କୌଣସି ଆତଙ୍କୀ ସଂଗଠନ ହମଲା ପାଇଁ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଏହାପୂର୍ବରୁ ମସଜିଦରେ ହୋଇଥିବା ହମଲା ପାଇଁ ଆଇଏସ ନିଜକୁ ଦାୟୀ କରିଥିବାରୁ ଏହା ପଛରେ ମଧ୍ୟ ଉକ୍ତ ସଂଗଠନର ହାତ ଥିବା ଆଶଙ୍କା କରାଯାଉଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos