ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୁକ୍ତ କଲେ କୋର୍ଟ, ଆଶ୍ଚର୍ଯ୍ୟ କରିବା ଭଳି ଦେଲେ ରୁଲିଂ

ମୁମ୍ବାଇ: ପୁଣିଥରେ ଚର୍ଚ୍ଚାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡିୱାଲା। ସେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୁକ୍ତ କରିବା ବେଳେ ଦେଇଥିବା ରୁଲିଂ ଏବେ ସବୁଠି ଆଲୋଚନାର ବିଷୟ ହୋଇଛି। ଜଷ୍ଟିସ ଗାନେଡିୱାଲା କହିଛନ୍ତି, ଏକାକୀ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ମୁହଁ ବନ୍ଦ କରି ଘୋଷାରି ନେବା ସମ୍ଭବ ନୁହେଁ। ସେହିପରି ଗୋଟିଏ ସମୟରେ ଜଣେ ବ୍ୟକ୍ତି ବିନା ଟଣାଓଟରାରେ ପୀଡ଼ିତା ଓ ନିଜ ପୋଷାକ କେବେ ହେଲେ ଖୋଲି ପାରିବେ ନାହିଁ। […]

gg

gg

Hemant Lenka
  • Published: Friday, 29 January 2021
  • Updated: 29 January 2021, 05:54 PM IST

Sports

Latest News

ମୁମ୍ବାଇ: ପୁଣିଥରେ ଚର୍ଚ୍ଚାରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡିୱାଲା। ସେ ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମୁକ୍ତ କରିବା ବେଳେ ଦେଇଥିବା ରୁଲିଂ ଏବେ ସବୁଠି ଆଲୋଚନାର ବିଷୟ ହୋଇଛି। ଜଷ୍ଟିସ ଗାନେଡିୱାଲା କହିଛନ୍ତି, ଏକାକୀ ଜଣେ ବ୍ୟକ୍ତି ପୀଡ଼ିତାଙ୍କୁ ମୁହଁ ବନ୍ଦ କରି ଘୋଷାରି ନେବା ସମ୍ଭବ ନୁହେଁ। ସେହିପରି ଗୋଟିଏ ସମୟରେ ଜଣେ ବ୍ୟକ୍ତି ବିନା ଟଣାଓଟରାରେ ପୀଡ଼ିତା ଓ ନିଜ ପୋଷାକ କେବେ ହେଲେ ଖୋଲି ପାରିବେ ନାହିଁ। ଏତେ ସବୁ ପରେ ବଳପୂର୍ବକ ଯୌନ ନିର୍ଯାତନା ଦେବା କେବେ ହେଲେ ସମ୍ଭବ ନୁହେଁ।

ସେହିପରି ଆବେଦନକାରୀଙ୍କ ଦାବିକୁ ତାଙ୍କ ମେଡିକାଲ ଟେଷ୍ଟ ରିପୋର୍ଟ ଆଦୌ ପ୍ରମାଣ କରିପାରୁନାହିଁ ବୋଲି ସେ କହିଛନ୍ତି। ୟଭତମାଲର ଜଣେ ୨୬ ବର୍ଷୀୟ ଦୁଷ୍କର୍ମ ଅଭିଯୁକ୍ତଙ୍କ ଆବେଦନର ଶୁଣାଣି କରିବା ବେଳେ ଜଷ୍ଟିସ ଗାନେଡିୱାଲା ଏମିତି ରୁଲିଂ ଦେଇଛନ୍ତି।

୨୦୧୩ ମସିହା ଜୁଲାଇ ୨୬ରେ ପୀଡ଼ିତାଙ୍କ ମା’ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ସୂରଜ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ। ଘଟଣା ବେଳେ ପୀଡ଼ିତାଙ୍କ ବୟସ ୧୫ ବର୍ଷ ରହିଥିଲା। ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ଚାର୍ଜଶିଟ୍‌ ଦାଖଲ କରିଥିଲା। ତେବେ ସ୍ୱତନ୍ତ୍ର କୋର୍ଟ ଦୁଷ୍କର୍ମ ଘଟଣାକୁ ସ୍ୱୀକାର କରିଥିଲେ ହେଁ ଘଟଣା ବେଳେ ପୀଡ଼ିତା ଜଣଙ୍କ ନାବାଳିକା ଥିବା ପ୍ରମାଣ ମିଳି ନଥିବା କହିଥିଲେ। ଏପରି କି ଟ୍ରାଏଲ କୋର୍ଟ ମଧ୍ୟ ସୂରଜଙ୍କୁ ଦୋଷୀ ସଜାଇ ୧୦ ବର୍ଷ ଜେଲଦଣ୍ଡ ଦେଇଥିଲେ।

ଏହା ବିରୋଧରେ ସୂରଜଙ୍କ ଓକିଲ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟରେ ଉପସ୍ଥିତ ଥିବା ଅଭିଯୁକ୍ତଙ୍କ ଓକିଲ କହିଥିଲେ ଯେ ଘଟଣା ବେଳେ ପୀଡ଼ିତାଙ୍କ ବୟସ ୧୮ ବର୍ଷରୁ କମ ନଥିଲା। ଉଭୟ ସହମତ ଭିତ୍ତିରେ ଶାରୀରିକ ସମ୍ପର୍କ ରଖିଥିଲେ। ମା’ ସବୁ ଜାଣି ଦେବାରୁ ସେ ବାଧ୍ୟ ହୋଇ ପୁଲିସ୍‌ରେ ଅଭିଯୋଗ କରିଥିଲେ।

ତେବେ ସରକାରୀ ଓକିଲ ଏହାକୁ କାଉଣ୍ଟର କରିଥିଲେ। ସେ କହିଥିଲେ, ପୀଡ଼ିତା ଜଣଙ୍କ ଘରେ ଥିବା ବେଳେ ଅଭିଯୁକ୍ତ ବଳପୂର୍ବକ ଘରେ ପ୍ରବେଶ କରି ତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଜଣଙ୍କ ନିଜ ବୟାନରେ କହିଥିଲେ ଯେ ଘଟଣାଟି ରାତି ପ୍ରାୟ ୯.୩୦ରେ ଘଟିଥିଲା। ମୁଁ ଆମ ଘର ଖଟରେ ଗଢ଼ୁଥିଲି। ତଳେ ମୋ ସାନ ଭାଇ ମଧ୍ୟ ଶୋଇଥିଲା। ମୋ ମା’ ଘରେ ନଥିଲେ। ଏହି ସମୟରେ ସୂରଜ ମଦ ପିଇ ଆମ ଘରକୁ ଆସିଥିଲା।

ସେ ମୋ ମୁହଁରେ ହାତ ରଖି ଘୋଷାରି ନେଇଥିଲା। ଏହାପରେ ସେ ନିଜ ପୋଷାକ ଖୋଲିବା ସହ ମୋ ପୋଷାକ ଖୋଲି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ସୂରଜ ତା’ କପଡ଼ା ଧରି ଫେରାର ହୋଇଯାଇଥିଲେ। ମୋ ମା’ ଆସି ଯାଇଥିବାରୁ ମୁଁ ତାଙ୍କୁ ଏହି ଘଟଣା ସମ୍ପର୍କରେ କହିଥିଲି ଓ ଆମେ ପୁଲିସ୍‌ରେ ଅଭିଯୋଗ କରିଥିଲୁ ବୋଲି ପୀଡ଼ିତା ଜଣଙ୍କ କହିଥିଲେ।

ତେବେ ଜଷ୍ଟିସ ଗାନେଡିୱାଲା କହିଛନ୍ତି, ପୀଡ଼ିତା, ତାଙ୍କ ମା’ ଓ ଉପସ୍ଥାପନ ହୋଇଥିବା ଦସ୍ତାବିଜ୍‌ରୁ ଜଣାପଡ଼ୁଛି ଯେ ଘଟଣା ବେଳେ ଝିଅଟି ନାବାଳିକା ନଥିଲେ। ସେହିପରି ପୀଡ଼ିତା ଜଣଙ୍କ ମଧ୍ୟ ନିଜ ବୟାନରେ କହିଛନ୍ତି ଯେ ଯଦି ତାଙ୍କ ମା’ ସେଦିନ ଠିକଣା ସମୟରେ ଆସି ନଥାଆନ୍ତେ, ତା’ହେଲେ ସେ ପୁଲିସ୍‌ରେ ମଧ୍ୟ ରିପୋର୍ଟ କରି ନଥାଆନ୍ତେ। ପୋଷାକ ଖୋଲିବା ବେଳେ ଆବେଦନକାରୀ କୌଣସି ପ୍ରତିବାଦ ମଧ୍ୟ କରିଥିଲେ। ତେଣୁ ପୀଡ଼ିତା ପୂର୍ବରୁ କରିଥିବା ଦାବିରେ ସନ୍ଦେହ ଉପୁଜୁଛି। ଏଥିସହ ଗାନେଡିୱାଲ ଟ୍ରାଏଲ କୋର୍ଟ ଅଭିଯୁକ୍ତ ସୂରଜଙ୍କୁ ୧୦ ବର୍ଷ ପାଇଁ ଦେଇଥିବା ଜେଲଦଣ୍ଡକୁ ମଧ୍ୟ ହଟାଇ ଦେଇଛନ୍ତି।

ସେ କହିଛନ୍ତି, କୌଣସି ଘଟଣାରେ ଶକ୍ତ ଦଣ୍ଡ ଦେବାକୁ ହେଲେ ପ୍ରମାଣ ଦରକାର। ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ବୟାନ ହିଁ ଅପରାଧକୁ ସୂଚାଇ ଥାଏ। କିନ୍ତୁ ଏହି ମାମଲାରେ ପୀଡ଼ିତାଙ୍କ କଥାରେ ତାଳମେଳ ରହୁନାହିଁ। ଏପରି ସ୍ଥିତିରେ ଜଣେ ଯୁବକଙ୍କୁ ୧୦ ବର୍ଷ ପାଇଁ ଜେଲରେ ରଖିବା ଅନ୍ୟାୟ ହେବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story