ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ସେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ପୂର୍ବ ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥାତ ରିୟା ଓ ଭାଇ ସୌଭିକଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ। ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଭି କୋଟୱାଲ ଦୀର୍ଘ ସମୟ ଧରି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ରିୟାଙ୍କ ଜାମିନ […]

r

r

Hemant Lenka
  • Published: Tuesday, 29 September 2020
  • Updated: 29 September 2020, 08:41 PM IST

Sports

Latest News

ମୁମ୍ବାଇ: ବଲିଉଡ-ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ସେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ପୂର୍ବ ରାୟ ସଂରକ୍ଷିତ ରଖିଛନ୍ତି। ଅର୍ଥାତ ରିୟା ଓ ଭାଇ ସୌଭିକଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ।

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସଭି କୋଟୱାଲ ଦୀର୍ଘ ସମୟ ଧରି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ରିୟାଙ୍କ ଜାମିନ ଆବେଦନ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଖାରଜ ହୋଇଯାଇଥିଲା। ଏହାପରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଏହି ଅବଧି ଶେଷ ହେବା ପରେ ରିୟା ଓ ଭାଇ ସୌଭିକଙ୍କୁ ଅକ୍ଟୋବର ୬ ଯାଏ ଜେଲ ହାଜତକୁ ପଠାଇ ଦିଆଯାଇଛି। ରିୟା ଓ ସୌଭିକଙ୍କ ବ୍ୟତୀତ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ଅବଦୁଲ ବସିତ, ଜୟଦ, ଦୀପେଶ ସାୱନ୍ତ ଓ ସାମ୍ୟୁଏଲ ମିରାଣ୍ଡଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା।

ଆଜି ଶୁଣାଣି ବେଳେ ରିୟାଙ୍କ ଓକିଲ ସତୀଶ ମାନସିନ୍ଧେ ଯୁକ୍ତି କରିଥିଲେ ଯେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ବେଳେ ହିଁ ଏନସିବି ରିୟାଙ୍କୁ ଗିରଫ କରିଛି। ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁସହ ଜଡ଼ିତ ସମସ୍ତ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିବା ବେଳେ ଏନସିବି କେମିତି ରିୟାଙ୍କୁ ଗିରଫ କରି ତଦନ୍ତ କରିବ ବୋଲି ସେ ପ୍ରଶ୍ନ କରିଥିଲେ।

ଏହାର ଜବାବରେ ଏନସିବି କହିଥିଲା ଯେ ସର୍ବୋଚ୍ଚ ଅଦାଲତ କେବଳ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁସହ ଜଡ଼ିତ ମାମଲାର ତଦନ୍ତ ସିବିଆଇ କରିବ ବୋଲି କହିଛନ୍ତି। ଏନସିବି କେବଳ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଛି। ଏହା ସହ ସୁଶାନ୍ତଙ୍କ ମୃତ୍ୟୁର କୌଣସି ସମ୍ପର୍କ ନାହିଁ।

ଏନ୍‌ସିବି ପକ୍ଷରୁ ଆଇନଜୀବୀ ଅନୀଲ ସିଂହ କୋର୍ଟଙ୍କୁ କହିଥିଲେ “ଅବେଦନକାରୀ ତାଙ୍କ ଆବଦେନରେ ଏନ୍‌ସିବି ତଦନ୍ତକୁ ସୁଶାନ୍ତଙ୍କ ତଦନ୍ତ ସହ ଲିଙ୍କ ଥିବା ଦର୍ଶାଇଛନ୍ତି। କିନ୍ତୁ ଏନ୍‌ସିବି ତଦନ୍ତ ସୁଶାନ୍ତଙ୍କ ମୃତ୍ୟୁ ଉପରେ ଆଧାରିତ ନୁହେଁ।

ଉଭୟ ରିୟା ଓ ସୌଭିକ ସିଧାସଳଖ ଡ୍ରଗ୍ସ ପେଡଲରଙ୍କ ଯୋଗାଯୋଗରେ ରହିଥିଲେ। ତେଣୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଉଭୟଙ୍କ ଜାମିନ ଆବେଦନ ଖାରଜ କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story