ଯଦି ସିବିଆଇ ଓ ଇଡି ନିରପେକ୍ଷ ନ ହେବେ, ତା’ହେଲେ..କାହିଁକି ଏମିତି ସତର୍କ କରାଇଲେ କୋର୍ଟ

ମୁମ୍ବାଇ: ନ୍ୟାୟପାଳିକା ଓ ଆରବିଆଇ, ସିବିଆଇ ଏବଂ ଇଡି ଭଳି ସଂସ୍ଥା ଗୁଡ଼ିକ ସବୁବେଳେ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ଦରକାର। ନିରପେକ୍ଷ ରହି ସେମାନେ ସବୁ ଘଟଣାର ବିଚାର କରିବା କଥା ବୋଲି ଆଜି ବମ୍ବେ ହାଇକୋର୍ଟ କହିଛନ୍ତି। ୨୦୧୬ ମସିହା ଜମି ହଡ଼ପ ମାମଲାରେ ଏନସିପି ନେତା ଏକନାଥ ଖଡସେଙ୍କୁ ଇଡି ନୋଟିସ କରିଥିଲା। ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଆଜି କୋର୍ଟ ଏପରି […]

uu

uu

Hemant Lenka
  • Published: Friday, 22 January 2021
  • Updated: 22 January 2021, 08:53 PM IST

Sports

Latest News

ମୁମ୍ବାଇ: ନ୍ୟାୟପାଳିକା ଓ ଆରବିଆଇ, ସିବିଆଇ ଏବଂ ଇଡି ଭଳି ସଂସ୍ଥା ଗୁଡ଼ିକ ସବୁବେଳେ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ଦରକାର। ନିରପେକ୍ଷ ରହି ସେମାନେ ସବୁ ଘଟଣାର ବିଚାର କରିବା କଥା ବୋଲି ଆଜି ବମ୍ବେ ହାଇକୋର୍ଟ କହିଛନ୍ତି। ୨୦୧୬ ମସିହା ଜମି ହଡ଼ପ ମାମଲାରେ ଏନସିପି ନେତା ଏକନାଥ ଖଡସେଙ୍କୁ ଇଡି ନୋଟିସ କରିଥିଲା। ଏହା ବିରୋଧରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଆବେଦନର ଶୁଣାଣି କରି ଆଜି କୋର୍ଟ ଏପରି ଟିପ୍ପଣୀ ଦେଇଛନ୍ତି।

ଜଷ୍ଟିସ ଏସଏସ ସିନ୍ଧେ ଓ ଜଷ୍ଟିସ ମନୀଷ ପିଟାଲେଙ୍କ ଡିଭିଜନାଲ ବେଞ୍ଚ ଖଡେସ କରିଥିବା ଆବେଦନର ଶୁଣାଣି କରିଥିଲେ। ତାଙ୍କ ବିରୋଧରେ ଇଡି ଗତବର୍ଷ ଅକ୍ଟୋବରରେ ରୁଜୁ କରିଥିବା ଇସିଆରକୁ ଖାରଜ କରିବାକୁ ସେ ଦାବି କରିଥିଲେ। ଖଡେସଙ୍କ ଓକିଲ ନିଜର ଯୁକ୍ତି ଉପସ୍ଥାପନ କରି କହିଥିଲେ ରାଜ୍ୟର ପୂର୍ବତନ ମନ୍ତ୍ରୀ ଖଡେସ ତଦନ୍ତରେ ସବୁ ପ୍ରକାରର ସହଯୋଗ କରୁଛନ୍ତି।

ତେଣୁ ତାଙ୍କ ବିରୋଧରେ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦିଅନ୍ତୁ। ଇଡିର ଓକିଲ ଅନୀଲ ସିଂହ କୋର୍ଟଙ୍କୁ କହିଥିଲେ ଯେ ଜାନୁଆରୀ ୨୫ ଯାଏ ଖଡେସଙ୍କୁ ଅନ୍ତରୀଣ ସୁରକ୍ଷା ମିଳୁ। ଏବେ ମାମଲାକୁ ସୋମବାର ଯାଏ ସ୍ଥଗିତ ରଖି କୋର୍ଟ କହିଛନ୍ତି, କାହିଁକି ଇଡି କେବଳ ସୋମବାର ଯାଏ ଅନ୍ତରୀଣ ସୁରକ୍ଷା ସପକ୍ଷରେ ରହିଛି?

ଯଦି ଆବେଦନକାରୀଙ୍କୁ ଆଉ କିଛି ଦିନ ସୁରକ୍ଷା ମିଳିବ, ତା’ହେଲେ କେଉଁ ଆକାଶ ଛିଡ଼ି ପଡ଼ିବ? ଆମର ସବୁବେଳେ ବିଶ୍ୱାସ ଯେ ନ୍ୟାୟପାଳିକା, ଆରବିଆଇ, ସିବିଆଇ ଓ ଇଡି ଭଳି ଏଜେନ୍ସିମାନେ ନିରପେକ୍ଷ ଏବଂ ସ୍ୱାଧୀନ ଭାବେ କାର୍ଯ୍ୟ କରିବା ଉଚିତ। ଯଦି ଏହି ସଂସ୍ଥାଗୁଡ଼ିକ ସ୍ୱାଧୀନ ଭାବେ କାମ ନ କରିବେ, ତା’ହେଲେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହେବ।

ଯଦି ଜଣେ ତଦନ୍ତରେ ସହଯୋଗ କରୁଛନ୍ତି, ତା’ହେଲେ ତାଙ୍କୁ ଗିରଫ କରିବାର କାରଣ କ’ଣ? ଆବେଦନକାରୀ ଖଡସେ ସମନକୁ ସମ୍ମାନ କରିଛନ୍ତି ଓ ତଦନ୍ତରେ ସହଯୋଗ ମଧ୍ୟ କରିଛନ୍ତି। ହଁ ଯଦି ଜଣେ ତଦନ୍ତରେ ସହଯୋଗ କରୁନାହାନ୍ତି, ତା’ହେଲେ ଆମେ ସମସ୍ୟା କଥା ବୁଝୁପାରୁଛୁ ବୋଲି ଜଷ୍ଟିସ ସିନ୍ଧେ କହିଛନ୍ତି।

ସୂଚନାଯୋଗ୍ୟ, ୬୮ ବର୍ଷୀୟ ଖଡସେ ୨୦୨୦ ଅକ୍ଟୋବର ମାସରେ ବିଜେପି ଛାଡ଼ି ଏନସିପିରେ ଯୋଗଦେଇଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ସେ ଇଡିର ସମନ ପାଇ ୧୫ ତାରିଖରେ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story