ପାକ୍‌ ସୀମାର ୨୦୦ ମିଟର ଭିତରକୁ ଯାଇ ଟନେଲ ଠାବ କଲା ଭାରତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ନାଗ୍ରୋଟା ଏନକାଉଣ୍ଟରର ତଦନ୍ତ କରୁଥିବା ବିଏସଏଫର ଗୋଟିଏ ଟିମ୍‌ ସାଂଘାତିକ ଖୁଲାସା କରିଛି। ନାଗ୍ରୋଟାରେ ନିହତ ୪ ଜୈଶ ଆତଙ୍କବାଦୀ ଟନେଲ ମଧ୍ୟ ଦେଇ ପାକିସ୍ତାନରୁ ଭାରତ ଆସିଥିବା ଦାବି ଶେଷରେ ପ୍ରମାଣିତ ହୋଇଛି। ଭାରତୀୟ ସୀମାରେ ଠାବ ହୋଇଥିବା ଟନେଲର ମୂଳ କେଉଁଠି ରହିଛି, ତା’କୁ ଠାବ କରିବା ପାଇଁ ବିଏସଏଫର ଗୋଟିଏ ଟିମ୍‌ ଗୁପ୍ତି ଭାବେ ପାକିସ୍ତାନ ସୀମାର ୨୦୦ ମିଟର ଭିତରେ ପ୍ରବେଶ କରିଛି। ସେଠାରେ ଛାନଭିନ୍‌ କରିବା ବେଳେ […]

df

df

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 10:17 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ନାଗ୍ରୋଟା ଏନକାଉଣ୍ଟରର ତଦନ୍ତ କରୁଥିବା ବିଏସଏଫର ଗୋଟିଏ ଟିମ୍‌ ସାଂଘାତିକ ଖୁଲାସା କରିଛି। ନାଗ୍ରୋଟାରେ ନିହତ ୪ ଜୈଶ ଆତଙ୍କବାଦୀ ଟନେଲ ମଧ୍ୟ ଦେଇ ପାକିସ୍ତାନରୁ ଭାରତ ଆସିଥିବା ଦାବି ଶେଷରେ ପ୍ରମାଣିତ ହୋଇଛି। ଭାରତୀୟ ସୀମାରେ ଠାବ ହୋଇଥିବା ଟନେଲର ମୂଳ କେଉଁଠି ରହିଛି, ତା’କୁ ଠାବ କରିବା ପାଇଁ ବିଏସଏଫର ଗୋଟିଏ ଟିମ୍‌ ଗୁପ୍ତି ଭାବେ ପାକିସ୍ତାନ ସୀମାର ୨୦୦ ମିଟର ଭିତରେ ପ୍ରବେଶ କରିଛି। ସେଠାରେ ଛାନଭିନ୍‌ କରିବା ବେଳେ ଉକ୍ତ ଟନେଲର ପତ୍ତା ମିଳିଛି। ପାକିସ୍ତାନରୁ ଆରମ୍ଭ ହୋଇଥିବା ଏହି ଟେନଲ ଦେଇ ଆତଙ୍କବାଦୀମାନେ ଭାରତରେ ପ୍ରବେଶ କରିଥିଲେ ବୋଲି ଜଣାପଡ଼ିଛି।

ନଭେମ୍ବର ୧୯ରେ ନାଗ୍ରୋଟାରେ ୪ ଜୈଶ ଆତଙ୍କବାଦୀ ନିହତ ହୋଇଥିଲେ। ଏମାନେ ଭାରତରେ କେମିତି ପ୍ରବେଶ କଲେ, ସେକଥା ଜାଣିବା ପାଇଁ ବିଏସଏଫ ଯବାନମାନେ ସୀମାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ। ଏହି ସମୟରେ ଭାରତୀୟ ସୀମାରେ ଗୋଟିଏ ଟନେଲ ହୋଇଥିବା ଦେଖିବାକୁ ପାଇଥିଲେ।

ଏହି ଟନେଲଟି କେଉଁ ଯାଏ ଲମ୍ବିଛି, ତା’ର ପତ୍ତା ଲଗାଇବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଉକ୍ତ ଟିକ୍‌ ଆତଙ୍କବାଦୀଙ୍କ ଠାରୁ ମିଳିଥିବା ମୋବାଇଲର ଇଲେକଟ୍ରୋନିକ ଓ ଜିଓଗ୍ରାଫିକାଲ ଡାଟା ସଂଗ୍ରହ କରିଥିଲା। ଏହାପରେ ଟନେଲ ମଧ୍ୟରେ ପଶି ଏହା କେଉଁଠୁ ଆରମ୍ଭ ହୋଇଛି, ତା’ର ଯାଞ୍ଚ କରିଥିଲା।

ଟନେଲ ଭିତରେ ଯିବା ବେଳେ ବିଏସଏଫ ଟିମ୍‌ ଏହାର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲା। ଶେଷରେ ଟନେଲ ଯେଉଁଠି ଶେଷ ହୋଇଥିଲା, ତାହା ପାକିସ୍ତାନ ସୀମାର ୨୦୦ ମିଟର ଭିତରେ ବୋଲି ସେମାନେ ଜାଣିବାକୁ ପାଇଥିଲେ। ଏହାର ମଧ୍ୟ ଭିଡିଓ ରେକର୍ଡିଂ କରାଯାଇଛି। ପୂରା ଗୁଇନ୍ଦା ବିଭାଗ ସହଯୋଗ ଓ ସତର୍କତାର ସହ ଏହି ଟନେଲ ଭିତରେ ବିଏସଏଫ ଟିମ୍‌ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ଜଣାପଡ଼ିଛି।

ବିଏସଏଫ ପୂର୍ବରୁ କହିଥିଲା ଯେ ଭାରତୀୟ ସୀମାରେ ଠାବ ହୋଇଥିବା ଟନେଲର ମୂଳ ବା ଆରମ୍ଭ ପାକିସ୍ତାନରେ ରହିଛି। ଜମ୍ମୁର ସାମ୍ଭା ଜିଲ୍ଲା ଅନ୍ତର୍ଗତ ରେଗାଲ ବର୍ଡର ପୋଷ୍ଟରେ ଏହି ଟନେଲଟି ଠାବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story