ଭାରତର ନିମନ୍ତ୍ରଣ ରକ୍ଷା କଲେ ଜନସନ, ଜାନୁଆରୀ ୨୬ରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏଥିପାଇଁ ଭାରତ ସରକାର ପଠାଇଥିବା ନିମନ୍ତ୍ରଣକୁ ଆଜି ଜନସନ ଗ୍ରହଣ କରିଛନ୍ତି। ବ୍ରିଟେନର ବୈଦେଶିକ ସଚିବ ଏ ସମ୍ପର୍କରେ ସୂଚନା ଦେଇ ଏହା ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି। ଏହାର ଅର୍ଥ ଗତବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନସନ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ। ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ […]

r

r

Hemant Lenka
  • Published: Tuesday, 15 December 2020
  • Updated: 15 December 2020, 04:17 PM IST

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ। ଏଥିପାଇଁ ଭାରତ ସରକାର ପଠାଇଥିବା ନିମନ୍ତ୍ରଣକୁ ଆଜି ଜନସନ ଗ୍ରହଣ କରିଛନ୍ତି। ବ୍ରିଟେନର ବୈଦେଶିକ ସଚିବ ଏ ସମ୍ପର୍କରେ ସୂଚନା ଦେଇ ଏହା ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି। ଏହାର ଅର୍ଥ ଗତବର୍ଷ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ବୋରିସ ଜନସନ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବେ।

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆସନ୍ତାବର୍ଷ ଭାରତ ଗସ୍ତରେ ଯିବାକୁ ମୁଁ ବେଶ ଉତ୍ସାହିତ। ଏହି ଗସ୍ତ ଦ୍ୱାରା ଭାରତ ଓ ବ୍ରିଟେନ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସର୍ମ୍ପ ଅଧିକ ସୁଦୃଢ଼ ହେବ। ଭାରତର ପ୍ରଧାନମନ୍ତ୍ରୀ ଓ ମୁଁ ସମ୍ପର୍କକୁ ସୁଦୃଢ଼ କରିବାକୁ ଯେଉଁ ସ୍ୱପ୍ନ ଦେଖିଥିଲୁ, ତାହା ବି ପୂରଣ ହୋଇପାରିବ।”

ଅନ୍ୟପକ୍ଷରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, ସାଧାରଣତନ୍ତ୍ର ଦିବସରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ଗୋଟିଏ ନୂଆ ଯୁଗର ସଙ୍କେତ ଦେବ। ଏଥିସହ ଭାରତ-ବ୍ରିଟେନ ସମ୍ପର୍କ ଆଗକୁ ବଢ଼ିବ।

ଭାରତର ନିମନ୍ତ୍ରଣକୁ ଗ୍ରହଣ କରି ଜନସନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ବ୍ରିଟେନରେ ହେବାକୁ ଥିବା ଜି-୭ ବୈଠକରେ ଯୋଗଦେବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ଆଜି ବ୍ରିଟେନ ବୈଦେଶିକ ସଚିବ ଡୋମିନିକ ରାବ ୪ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଏୟାରପୋର୍ଟରେ ଭାରତର ବୈଦଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ୱାଗତ କରିଥିଲେ। ଏହି ସମୟରେ ରାବ ସମସ୍ତ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos