ସଂସଦ ଭିତରେ ଓ ବାହାରେ ଦିଲ୍ଲୀ ହିଂସା ତାତି, ମୋଦି ଓ ଶାହଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି। ତେବେ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀ ହିଂସାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଦିଲ୍ଲୀ ହିଂସା ଘଟଣାରେ ସରକାର ଜବାବ ଦିଅନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି। ଏଥିପାଇଁ ଆଜି ଗୃହ ଆରମ୍ଭ ହେବାର ମାତ୍ର କିଛି ମିନିଟ୍‌ ପରେ ହିଁ ବାଚସ୍ପତି ଏହାକୁ ମୁଲତବୀ ଘୋଷଣା କରିଥିଲେ। କେବଳ ସଂସଦ ଭିତରେ ନୁହେଁ, କଂଗ୍ରେସ […]

d

d

Hemant Lenka
  • Published: Monday, 02 March 2020
  • Updated: 02 March 2020, 03:45 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି। ତେବେ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀ ହିଂସାକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଦିଲ୍ଲୀ ହିଂସା ଘଟଣାରେ ସରକାର ଜବାବ ଦିଅନ୍ତୁ ବୋଲି ବିରୋଧୀ ଦଳଗୁଡ଼ିକ ଦାବି କରିଛନ୍ତି।

ଏଥିପାଇଁ ଆଜି ଗୃହ ଆରମ୍ଭ ହେବାର ମାତ୍ର କିଛି ମିନିଟ୍‌ ପରେ ହିଁ ବାଚସ୍ପତି ଏହାକୁ ମୁଲତବୀ ଘୋଷଣା କରିଥିଲେ। କେବଳ ସଂସଦ ଭିତରେ ନୁହେଁ, କଂଗ୍ରେସ ସମେତ ପ୍ରାୟ ଅଧିକାଂଶ ବିରୋଧୀ ଦଳମାନେ ପୃଥକ ପୃଥକ ଭାବେ ଦିଲ୍ଲୀ ହିଂସା ବିରୋଧରେ ଧାରଣା ଦେଇଛନ୍ତି। ଏଥିସହ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛନ୍ତି।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଲୋକସଭାରେ କଂଗ୍ରେସ, ଆପ, ସିପିଆଇଏମ, ତୃଣମୂଳ କଂଗ୍ରେସ, ଏନସିପି ଓ ଏଆଇଏମଆଇଏମ ଭଳି ଦଳ ଗୁଡ଼ିକ ଦିଲ୍ଲୀ ହିଂସା ଘଟଣାରେ ଲୋକସଭାରେ ମୁଲତବୀ ନୋଟିସ ଦେଇଥିଲେ। ଲୋକସଭାର ସମସ୍ତ ବ୍ୟବସାୟିକ କାର୍ଯ୍ୟ ବନ୍ଦ ରଖି ଦିଲ୍ଲୀ ହିଂସା ଉପରେ ଆଲୋଚନା କରିବାକୁ ସେମାନେ ଦାବି କରିଥିଲେ।

ଲୋକସଭା ଆରମ୍ଭ ହେବା କ୍ଷଣି ବିରୋଧୀ ଦଳଗୁଡ଼ିକ ଦିଲ୍ଲୀ ହିଂସା ଉପରେ ବିତର୍କ କରିବା ପାଇଁ ଦାବି କରିଥିଲେ। ହେଲେ ବାଚସ୍ପତି ଏଥିରେ ରାଜି ନ ହେବାରୁ ପ୍ରବଳ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଫଳରେ ବାଚସ୍ପତି ଓମ ବିର୍ଲା ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ରାଜ୍ୟସଭାରେ ମଧ୍ୟ ବାମଦଳ ପକ୍ଷରୁ ଦିଲ୍ଲୀ ହିଂସା ଉପରେ ଆଲୋଚନା କରିବା ପାଇଁ ମୁଲତବୀ ନୋଟିସ ଦିଆଯାଇଥିଲା। ତଥାପି ହଟ୍ଟଗୋଳ ହେବାରୁ ଗୃହକୁ ଅଧ୍ୟକ୍ଷ ଭେଙ୍କୟା ନାଇଡୁ ମୁଲତବୀ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ସଂସଦ ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ କଂଗ୍ରେସ, ଟିଏମସି ଓ ଆପ ପକ୍ଷରୁ ପୃଥକ ପୃଥକ ଭାବେ ଧାରଣା ଦିଆଯାଇଛି। ସେମାନେ ଦିଲ୍ଲୀ ହିଂସା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଦାୟୀ କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି।

ସାଂସଦମାନେ ଆଖିରେ କଳାପଟି, ମୁହଁରେ ହାତ ଓ କାନ ବନ୍ଦ କରି ବିକ୍ଷୋଭ କରିଥିଲେ। ଟିଏମସି ପକ୍ଷରୁ ଗାନ୍ଧିଙ୍କ ୩ ମାଙ୍କଡ ଭଳି ସଙ୍କେତ ଦ୍ୱାରା ଦିଲ୍ଲୀ ହିଂସା ଓ ସରକାରଙ୍କୁ ବିରାଧ କରାଯାଇଛି। ଟିମଏସିର ପ୍ରାୟ ସବୁ ସାଂସଦ ଏଥିରେ ସାମିଲ ହୋଇଥିଲେ।

କଂଗ୍ରେସ ପକ୍ଷରୁ ମଧ୍ୟ ବିକ୍ଷୋଭ କରାଯାଇ ସରକାରଙ୍କ ଠାରୁ ଜବାବ ମଗାଯାଇଛି। ଏଥିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଅଧିର ରଞ୍ଜନ ଚୌଧୁରୀ, ଶଶି ଥରୁର ଓ ଅନ୍ୟ ଦଳୀୟ ସଦସ୍ୟ ଉପସ୍ଥିତ ଥିଲେ। ଦିଲ୍ଲୀ ହିଂସା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଇସ୍ତଫା ଦେବା ଦରକାର ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି।

ଆପର ୪ ଜଣ ସାଂସଦ ସଞ୍ଜୟ ସିଂହ, ଭଗୱନ୍ତ ମାନ, ଏନଡି ଗୁପ୍ତା ଓ ସୁଶୀଲ ଗୁପ୍ତା ମଧ୍ୟ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିଥିଲେ। ସେମାନେ ବିଜେପି ମୁର୍ଦାବାଦ କହିବା ସହ ଦିଲ୍ଲୀ ହିଂସାର ତଦନ୍ତ ଏସଆଇଟି କରୁ ବୋଲି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story