ଭାରତକୁ ହନୁମାନ, କରୋନା ଟିକାକୁ ସଞ୍ଜିବନୀ ଦର୍ଶାଇ ଧନ୍ୟବାଦ ଦେଲା ବ୍ରାଜିଲ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ସହଯୋଗୀ ରାଷ୍ଟ୍ରଙ୍କୁ ଭାରତ ଟିକା ପଠାଇବା ଆରମ୍ଭ କରିଛି। ଏହିକ୍ରମରେ ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ବ୍ରାଜିଲରେ ପହଞ୍ଚିବା ପରେ ଦେଶର ପ୍ରଧାନମନ୍ତ୍ରୀ ଜାଏର ବୋଲୋସୋନାରୋ ଖୁସିରେ ଗଦଗଦ ହୋଇଯାଇଛନ୍ତି। ଭାରତ ଟିକା ପଠାଇଥିବାରୁ ସେ ଗୋଟିଏ ହନୁମାନଜୀଙ୍କ ଫଟୋକୁ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ହନୁମାନଜୀ ଯେମିତି ଲକ୍ଷ୍ମଣଙ୍କ ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ସହ ସଞ୍ଜିବନୀ ଆଣି ତାଙ୍କ ଜୀବନ ରକ୍ଷା କରିଥିଲେ। ଠିକ୍‌ ସେହିପରି ଭାରତ […]

c

c

Hemant Lenka
  • Published: Friday, 22 January 2021
  • Updated: 22 January 2021, 10:55 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ସହଯୋଗୀ ରାଷ୍ଟ୍ରଙ୍କୁ ଭାରତ ଟିକା ପଠାଇବା ଆରମ୍ଭ କରିଛି। ଏହିକ୍ରମରେ ଭାରତରେ ପ୍ରସ୍ତୁତ ହୋଇଥିବା କରୋନା ଟିକା ବ୍ରାଜିଲରେ ପହଞ୍ଚିବା ପରେ ଦେଶର ପ୍ରଧାନମନ୍ତ୍ରୀ ଜାଏର ବୋଲୋସୋନାରୋ ଖୁସିରେ ଗଦଗଦ ହୋଇଯାଇଛନ୍ତି।

ଭାରତ ଟିକା ପଠାଇଥିବାରୁ ସେ ଗୋଟିଏ ହନୁମାନଜୀଙ୍କ ଫଟୋକୁ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି। ହନୁମାନଜୀ ଯେମିତି ଲକ୍ଷ୍ମଣଙ୍କ ପାଇଁ ଗନ୍ଧମାର୍ଦ୍ଦନ ପର୍ବତ ସହ ସଞ୍ଜିବନୀ ଆଣି ତାଙ୍କ ଜୀବନ ରକ୍ଷା କରିଥିଲେ। ଠିକ୍‌ ସେହିପରି ଭାରତ ହନୁମାନ ସାଜି ବ୍ରାଜିଲକୁ କରୋନା ଟିକା ପଠାଇଛି ବୋଲି ବୋଲୋସୋନାରୋ ଏହି ଫଟୋରେ ଦର୍ଶାଇବାକୁ ଚାହିଁଛନ୍ତି।


ଏଥିରେ ହନୁମାନଜୀ ଗନ୍ଧମାର୍ଦ୍ଦନ ପର୍ବତ ଉଠାଇ ଆଣିଥିବା ବେଳେର ଦୃଶ୍ୟ ରହିଛି। ସେତେବେଳେ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ବଷଲ୍ୟକରଣୀ ଗଛ ଥିବା ବେଳେ ବ୍ରାଜିଲ ପ୍ରଧାନମନ୍ତ୍ରୀ ପର୍ବତ ଉପରେ କରୋନା ଟିକା ଓ ସିରିଜ୍‌ର ଚିତ୍ର ରଖିଛନ୍ତି। ଏହାର ଅର୍ଥ ଭାରତ ହନୁମାନ ସାଜି ଗନ୍ଧମାର୍ଦ୍ଦନ ପାହାଡ଼ରେ କରୋନା ଟିକା ବ୍ରାଜିଲକୁ ପଠାଇଥିବା ସେ କହିବାକୁ ଚାହିଁଛନ୍ତି।

ଏଥିସହ ସେ ଟ୍ୱିଟ କରି ହିନ୍ଦୀରେ ନମସ୍କାର ଓ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ଏହି ମହମାରୀ ସମୟରେ ଆପଣଙ୍କ ଭଳି ସହଯୋଗୀଙ୍କୁ ପାଇ ବେଶ ଗର୍ବ ଅନୁଭବ କରୁଛି। କରୋନା ଟିକା ଭାରତରୁ ବ୍ରାଜିଲ ପଠାଇଥିବାରୁ ଧନ୍ୟବାଦ।”

ଭାରତ ସରକାର ଆଜି ୨୦ ଲକ୍ଷ କୋଭିସିଲ୍ଡ ଟିକାର ଡୋଜ୍‌ ବ୍ରାଜିଲକୁ ପଠାଇଥିଲେ। ବ୍ରାଜିଲ ସହ ମରକୋରେ ମଧ୍ୟ ଆଜି ୨୦ ଲକ୍ଷ ଟିକାର ଡୋଜ୍‌ ପହଞ୍ଚିଛି। ଗତକାଲି ଅନ୍ୟ ୬ ପଡ଼ୋଶୀ ରାଷ୍ଟ୍ରକୁ ମଧ୍ୟ ଭାରତ ସରକାର ଟିକା ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos