ମୋଦିଙ୍କ ନିର୍ବାଚନମଣ୍ଡଳୀରେ ବମିଖାଲ ଟ୍ରାଜେଡ଼ି: ନିର୍ମାଣାଧିନ ବ୍ରିଜ ଭୁଶୁଡ଼ି ୧୨ ଜଣଙ୍କ ମୃତ୍ୟୁ

ଲକ୍ଷ୍ନୌ: ବମିଖାଲ ପରେ ବାରଣାସୀ। ଉତ୍ତରପ୍ରଦେଶ ବାରାଣସୀରେ ଘଟିଛି ବମିଖାଲ ଓଭରବ୍ରିଜ୍‌ ଟ୍ରାଜେଡି ଭଳି ଘଟଣା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲୱେ ଷ୍ଟେସନ ନିକଟରେ ନିର୍ମାଣାଧିନ ବ୍ରିଜ ଭୁଶୁଡ଼ି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ ତଳେ ଏବେ ବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ […]

Varanasi

Varanasi

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 09:03 PM IST

Sports

Latest News

ଲକ୍ଷ୍ନୌ: ବମିଖାଲ ପରେ ବାରଣାସୀ। ଉତ୍ତରପ୍ରଦେଶ ବାରାଣସୀରେ ଘଟିଛି ବମିଖାଲ ଓଭରବ୍ରିଜ୍‌ ଟ୍ରାଜେଡି ଭଳି ଘଟଣା।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀର କ୍ୟାଣ୍ଟେନମେଣ୍ଟ ରେଲୱେ ଷ୍ଟେସନ ନିକଟରେ ନିର୍ମାଣାଧିନ ବ୍ରିଜ ଭୁଶୁଡ଼ି ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଭଙ୍ଗା ବ୍ରିଜ ତଳେ ଏବେ ବି ୫୦ରୁ ଅଧିକ ଲୋକ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣା ସ୍ଥଳରେ ଏନଡିଆରଏଫ୍  ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବା ୟୁପି ଡିଜିପି ଓ.ପି. ସିଂ କହିଛନ୍ତି।

ଏହା ସହ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକମାନେ ଉଦ୍ୟମ ଜାରି ରଖିଛି। । ସୂଚନା ଅନୁଯାୟୀ ଭୁବନେଶ୍ୱରର ଗତ କିଛି ଦିନତଳେ ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ ଲୁହା ରଡ଼୍‌ରେ ଚାପି ହୋଇ  ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତା ପୂର୍ବରୁ  ଗତ ବର୍ଷ ସେପ୍ଟେମ୍ବର ୧୦  ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍  ଓଭରବ୍ରିଜ୍ । ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos