କଶ୍ମୀର ଉପରେ ମତ ଦେଇଥିବାରୁ ବ୍ରିଟିଶ ସାଂସଦଙ୍କୁ ଭାରତରେ ପ୍ରବେଶ ପାଇଁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଉପରେ ନେଇଥିବା ନିଷ୍ପତ୍ତିକୁ ସମାଲୋଚନା କରିବା ଜଣେ ମହିଳା ବ୍ରିଟିଶ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ମଳି ନଥିବା ବେଳେ ତାଙ୍କୁ ସ୍ୱଦେଶ ଫେରିଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି। ଦେବଇ ଆବ୍ରାହାମସ ନାମକ ଏହି ବ୍ରିଟିଶ ସାଂସଦ ଜଣଙ୍କ କଶ୍ମୀର ପାଇଁ ଗଠିତ ହୋଇଥିବା ଅଲ ପାର୍ଟି ପାର୍ଲାମେଣ୍ଟାରୀ ଗ୍ରୁପର ଅଧ୍ୟକ୍ଷ। ସେ କହିଛନ୍ତି ଯେ “ମୋତେ ଦିଲ୍ଲୀ ଏୟାରପୋର୍ଟରେ ଅପରାଧୀଙ୍କ ଭଳି ବ୍ୟବହାର […]

qwr

qwr

Hemant Lenka
  • Published: Monday, 17 February 2020
  • Updated: 17 February 2020, 02:09 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ଉପରେ ନେଇଥିବା ନିଷ୍ପତ୍ତିକୁ ସମାଲୋଚନା କରିବା ଜଣେ ମହିଳା ବ୍ରିଟିଶ ସାଂସଦଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ମଳି ନଥିବା ବେଳେ ତାଙ୍କୁ ସ୍ୱଦେଶ ଫେରିଯିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।

ଦେବଇ ଆବ୍ରାହାମସ ନାମକ ଏହି ବ୍ରିଟିଶ ସାଂସଦ ଜଣଙ୍କ କଶ୍ମୀର ପାଇଁ ଗଠିତ ହୋଇଥିବା ଅଲ ପାର୍ଟି ପାର୍ଲାମେଣ୍ଟାରୀ ଗ୍ରୁପର ଅଧ୍ୟକ୍ଷ। ସେ କହିଛନ୍ତି ଯେ “ମୋତେ ଦିଲ୍ଲୀ ଏୟାରପୋର୍ଟରେ ଅପରାଧୀଙ୍କ ଭଳି ବ୍ୟବହାର କରାଯାଇଛି। ଆଜି ସକାଳ ପ୍ରାୟ ୮.୫୦ରେ ମୁଁ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲି। ମୋର ଇ-ଭିସାର ଅବଧି ଗତବର୍ଷ ଅକ୍ଟୋବର ମାସରୁ ୨୦୨୦ ଅକ୍ଟୋବର ମାସ ଯାଏ ରହିଛି।

ତେବେ ଏୟାରପୋର୍ଟରେ ମୋ ଇ-ଭିସା ରଦ୍ଦ ହୋଇଯାଇଥିବା କୁହାଯାଇଥିଲା। ଅନ୍ୟମାନଙ୍କ ଭଳି ମୁଁ ମଧ୍ୟ ଇମିଗ୍ରେସନ ଡେସ୍କରେ ରହିଥିଲି। ମୋ ପାଖରେ ମୋ ଇ-ଭିସା ଓ ଅନ୍ୟାନ୍ୟ ଦସ୍ତାବିଜ ରହିଥିଲା।

ଏହି ସମୟରେ ଜଣେ କର୍ତ୍ତୃପକ୍ଷ ମୋ ଫଟୋ ଉଠାଇବା ସହ କମ୍ପ୍ୟୁଟର ସ୍କ୍ରିନ୍‌କୁ ଅନେଇ ମୋ ଇ-ଭିସା ରଦ୍ଦ ହୋଇଯାଇଥିବା କହିଥିଲେ। ଏହାପରେ ସେ ମୋର ପାସପୋର୍ଟ ନେଇ ଯାଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଉଭାନ ହୋଇଯାଇଥିଲେ। ପୁଣି ଅଧିକାରୀ ଜଣଙ୍କ ମୋ ପାଖକୁ ଆସି ଅତ୍ୟନ୍ତ ଅଶୋଭନୀୟ ଢଙ୍ଗରେ ବ୍ୟବହାର କରିବା ସହ ତାଙ୍କ ସହ ଜୋରଜବରଦସ୍ତି ନେଇଯାଇଥିଲେ। ଏହାପରେ ମୋତେ ପ୍ରତ୍ୟର୍ପଣ କରାଯାଉଥିବା ସେଲରେ ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos