ପୁଣି ସିଏଏ ସପକ୍ଷରେ ଯୁକ୍ତି ବାଢ଼ିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିବାଦୀୟ ସିଏଏ ବିରୋଧରେ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସିଏଏ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ସିଏଏ ଅଣାଯାଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଏନସିସି ରାଲି ୨୦୨୦କୁ ସମ୍ବୋଧନ କରି ସେ କହିଛନ୍ତି, “ସ୍ୱାଧୀନତା […]

d

d

Hemant Lenka
  • Published: Tuesday, 28 January 2020
  • Updated: 28 January 2020, 03:39 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ସିଏଏ ବିରୋଧରେ ସାରା ଦେଶରେ ବିକ୍ଷୋଭ ଜାରି ରହିଛି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସିଏଏ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଐତିହାସିକ ଭୁଲକୁ ଠିକ୍‌ କରିବା ଓ ବିଜେପିର ପୁରୁଣା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ସିଏଏ ଅଣାଯାଇଛି। ପଡ଼ୋଶୀ ଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଥିବା ଲୋକଙ୍କୁ ନ୍ୟାୟ ଦେବାକୁ ସିଏଏ ଅଣାଯାଇଥିବା ସେ କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଏନସିସି ରାଲି ୨୦୨୦କୁ ସମ୍ବୋଧନ କରି ସେ କହିଛନ୍ତି, “ସ୍ୱାଧୀନତା ପରଠାରୁ ଜମ୍ମୁ-କଶ୍ମୀରର ସମସ୍ୟା ସୃଷ୍ଟି ହୋଇଥିଲା। କିଛି ପରିବାର ଓ ରାଜନୀତିକ ଦଳ ଉକ୍ତ ଅଞ୍ଚଳରେ ସେହି ସମସ୍ୟାକୁ ସର୍ବଦା ବଞ୍ଚାଇ ରଖିଥିଲେ।

ଏହି କାରଣ ପାଇଁ ସେଠାରେ ଆତଙ୍କବାଦୀଙ୍କ ଆଡ୍ଡା ବଢ଼ିବାରେ ଲାଗିଥିଲା। ଏବେ କାର ସରକାର ଦେଶରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ ଉଦ୍ୟମ କରୁଛନ୍ତି।”

ପାକିସ୍ତାନକୁ ଟାର୍ଗେଟ କରି ସେ କହିଛନ୍ତି, “ପଡ଼ୋଶୀ ଦେଶ ଆମ ସହ ୩ଟି ଯୁଦ୍ଧ କରି ହାରିଛନ୍ତି। ତଥାପି ସେମାନେ ଭାରତ ବିରୋଧରେ ଚ୍ଛାୟା ଯୁଦ୍ଧ ଜାରି ରଖିଛନ୍ତି। ପୂର୍ବ ସରକାର ଏସବୁ ସମସ୍ୟାକୁ ଆଇନ ଶୃଙ୍ଖଳା ପରିସ୍ଥିତି ଭାବେ ଦେଖୁଥିଲେ। ଦେଶର ସେନା ଯେତେବେଳେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସୁଥିଲା, ସେତେବେଳେ ପୂର୍ବରୁ କ୍ଷମତାରେ ଥିବା ସରକାରମାନେ ଏଥିପାଇଁ ଅନୁମତି ଦେଉ ନଥିଲେ।

କିନ୍ତୁ ଏବେ କେବଳ ଜମ୍ମୁ-କଶ୍ମୀର ନୁହେଁ ଦେଶର ବିଭିନ୍ନ ପ୍ରାନ୍ତରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି। ବିଶେଷ କରି ଦୀର୍ଘ ଦଶନ୍ଧି ହେଲା, ଅବହେଳିତ ହୋଇ ପଡ଼ିଥିବା ନର୍ଥଇଷ୍ଟ ପ୍ରାନ୍ତ ମଧ୍ୟ ବିକାଶର ଧାରାରେ ସାମିଲ ହୋଇଛି।”

ସରକାରଙ୍କ ସଫଳତା କଥା ବକ୍ଷାଣି ସେ କହିଛନ୍ତି, “ଆମ ସରକାର କ୍ଷମତାକୁ ଆସିବା ପରେ ବୋଡ଼ୋ ଚୁକ୍ତି, ଟ୍ରିପଲ ତଲାକ ବିରୋଧୀ ଆଇନ, ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବାରେ ସକ୍ଷମ ହୋଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos