ଗୁଜବ ଖବର ପ୍ରଚାର କରିବାରୁ ଦାରା ସିଂହ ନାଁରେ ମାମଲା ରୁଜୁ

ମୁଜାଫରନଗର, ୟୁପି: ଇଭିଏମରେ ତ୍ରୁଟି ଅଛି ବୋଲି ମତଦାନ ବେଳେ ଭୋଟରଙ୍କୁ ନିଜ ଆଡୁ ସଚେତନ କରୁଥିବା ଅଭିଯୋଗରେ ଦାରା ସିଂହ ନାମକ ଜଣେ ବ୍ୟକ୍ତି ନାମରେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ବିଜନୋର ଲୋକସଭା ଆସନର କଶୋଲି ବୁଥରେ ଥିବା ଇଭିଏମରେ ତ୍ରୁଟି ଅଛି ବୋଲି ଦାରା ସିଂହ ଲୋକଙ୍କୁ ବୁଝାଉଥିଲା। ବିଏସପିକୁ ଭୋଟ ଦେଲେ ବିଜେପିକୁ ଭୋଟ ଯାଉଛି ବୋଲି କିଛି ଭୋଟରଙ୍କୁ ଅବଗତ କରାଇଥିଲା ଦାରା ସିଂହ। ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ […]

evm

Subhransu Sekhar
  • Published: Saturday, 13 April 2019
  • , Updated: 13 April 2019, 08:13 AM IST

ମୁଜାଫରନଗର, ୟୁପି: ଇଭିଏମରେ ତ୍ରୁଟି ଅଛି ବୋଲି ମତଦାନ ବେଳେ ଭୋଟରଙ୍କୁ ନିଜ ଆଡୁ ସଚେତନ କରୁଥିବା ଅଭିଯୋଗରେ ଦାରା ସିଂହ ନାମକ ଜଣେ ବ୍ୟକ୍ତି ନାମରେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶ ବିଜନୋର ଲୋକସଭା ଆସନର କଶୋଲି ବୁଥରେ ଥିବା ଇଭିଏମରେ ତ୍ରୁଟି ଅଛି ବୋଲି ଦାରା ସିଂହ ଲୋକଙ୍କୁ ବୁଝାଉଥିଲା। ବିଏସପିକୁ ଭୋଟ ଦେଲେ ବିଜେପିକୁ ଭୋଟ ଯାଉଛି ବୋଲି କିଛି ଭୋଟରଙ୍କୁ ଅବଗତ କରାଇଥିଲା ଦାରା ସିଂହ।

ଏହାପରେ ଜିଲ୍ଲା ନିର୍ବାଚନ ଅଧିକାରୀ ଖବର ପାଇ ଉପସ୍ଥିତ ଭୋଟରଙ୍କୁ ପଚାରିଥିଲେ। ତେବେ ଦାରା ସିଂହ ଯେଉଁ ଅଭିଯୋଗ ଆଣୁଛି ସେଥିରେ କିଛି ସତ୍ୟତା ନାହିଁ ବୋଲି ଭୋଟର ନିର୍ବାଚନ ଅଧିକାରୀଙ୍କୁ କହିଥିଲେ। ଏହାପରେ ଉପ-ନିର୍ବାଚନ ଅଧିକାରୀ ମୁଜାଫରନଗର ସ୍ଥିତ ଭୋପା ପୁଲିସ ଷ୍ଟେସନରେ ଦାରା ସିଂହ ନାଁରେ ମାମଲା ଦାୟର କରିଥିଲେ। ଆଇପିସିର ଧାରା ୫୦୫ ଏବଂ ଦଫା ୧୮୮ , ୧୨୫ ଆଧାରରେ ମାମଲା ରୁଜୁ କରିଛି ପୁଲିସ। ଲୋକଙ୍କୁ ଭୁଲ ଖବର ଦେଇ ଭ୍ରମରେ ପକାଇବା, ନିର୍ବାଚନ ପରିଚାଳନା ଉପରେ ସନ୍ଦେହ ଉପୁଜାଇବା ପାଇଁ ପ୍ରୟାସ କରିବା ଆଧାରରେ ଏହି ସମସ୍ତ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ପୁଲିସ ତଦନ୍ତ କରିବା ପରେ ଦାରା ସିଂହ ଜଣେ ବହୁଜନ ସମାଜ ପାର୍ଟି(ବିଏସପି)ର ଜଣେ କର୍ମୀ। କୋଶାଲି ବୁଥ ପାଇଁ ବିଏସପି ତରଫରୁ ପୋଲିଂ ଏଜେଣ୍ଚର ଦାୟିତ୍ବ ତୁଲାଉଥିବା ଜିଲ୍ଲା ବିଏସପି ସଭାପତି ସୂଚନା ଦେଇଛନ୍ତି। ହେଲେ ଇଭିଏମ ବାବଦରେ ଦାରା ସିଂହ ଦେଇଥିବା ମନ୍ତବ୍ଯ ଦଳର ନୁହେଁ ବୋଲି ନିର୍ବାଚନ ଅଧିକାରୀଙ୍କୁ ବିଏସପି ନେତା କହିଛନ୍ତି।

Related story