ଦୀପାବଳିରେ ଆସିଲା ଦୁଃଖଦ ଖବର: ବ୍ରିଜ୍‌ରୁ ବସ୍‌ ଖସି ଗୋଟିଏ ପରିବାରର ୫ ମୃତ

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଆଜି ଗୋଟିଏ ପରିବାରକୁ ଅନ୍ଧାର କରି ଦେଇଛି। ଦୀପାବଳିରେ ପିକ୍‌ନିକ ପାଇଁ ଯାଉଥିବା ବେଳେ ବ୍ରିଜ୍‌ ଉପରୁ ବସ୍‌ ଖସି ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଜୀବନ ଚାଲି ଯାଇଛି। ସେହିପରି ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଦୀପାବଳିରେ ମହାରାଷ୍ଟ୍ରର ସତାରା ଜିଲ୍ଲା କରାଦ ସହରରେ ଘଟିଥିବା ଏହି ଦୁଃଖଦ ଘଟଣା ପୂରା ଅଞ୍ଚଳରେ ଶୋକରଛାୟା […]

v

v

Hemant Lenka
  • Published: Saturday, 14 November 2020
  • Updated: 14 November 2020, 08:18 PM IST

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଆଜି ଗୋଟିଏ ପରିବାରକୁ ଅନ୍ଧାର କରି ଦେଇଛି। ଦୀପାବଳିରେ ପିକ୍‌ନିକ ପାଇଁ ଯାଉଥିବା ବେଳେ ବ୍ରିଜ୍‌ ଉପରୁ ବସ୍‌ ଖସି ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ଜୀବନ ଚାଲି ଯାଇଛି। ସେହିପରି ଆଉ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

ଦୀପାବଳିରେ ମହାରାଷ୍ଟ୍ରର ସତାରା ଜିଲ୍ଲା କରାଦ ସହରରେ ଘଟିଥିବା ଏହି ଦୁଃଖଦ ଘଟଣା ପୂରା ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି। ଆଜି ଦୀପାବଳିରେ ଗୋଟିଏ ପରିବାର ୧୩ ଜଣ ସଦସ୍ୟ ବସ୍‌ ନେଇ ଗୋଆକୁ ପିକନିକ୍‌ ପାଇଁ ଯାଉଥିଲେ। ଏମାନେ ସମସ୍ତେ ନଭି ମୁମ୍ବାଇର ଭଶି ଅଞ୍ଚଳରେ ରହୁଥିଲେ।

ବସ୍‌ଟି ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥର ଉମବ୍ରାଜରେ ଯାଉଥିବା ବେଳେ ହଠାତ୍‌ ଡ୍ରାଇଭର ରିଙ୍କୁ ସାହୁ ଏହା ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ବସ୍‌ଟି ବ୍ରିଜ୍‌ ଉପରକୁ ୪୦ ଫୁଟ ତଳେ ଥିବା ଗୋଟିଏ ଶୁଖିଲା ନଦୀ ମଧ୍ୟରେ ଖସି ପଡ଼ିଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସ୍‌ ମଧ୍ୟରୁ ଆହତଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦ୍ରୁତ ଗାଡ଼ି ଚାଳନା ଯୋଗୁ ଏଭଳି ଘଟଣା ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି। ଦୁର୍ଘଟଣାରେ ବସ୍‌ ଡ୍ରାଇଭର ରିଙ୍କୁ ସାହୁ ମଧ୍ୟ ଆହତ ହୋଇଛନ୍ତି। ପୁଲିସ୍‌ ତାଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story