ନିର୍ଭୟା: ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲା। ସୁପ୍ରିମକୋର୍ଟ ୩ ଦିନ ଏହାର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରିଦେଇଛନ୍ତି। ଅର୍ଥାତ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ […]

qw

qw

Hemant Lenka
  • Published: Friday, 14 February 2020
  • Updated: 14 February 2020, 03:24 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ବିନୟ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ପ୍ରଥମେ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ ଦାଖଲ କରିଥିଲା।

ସୁପ୍ରିମକୋର୍ଟ ୩ ଦିନ ଏହାର ଶୁଣାଣି କରିବା ପରେ ଆଜି ଏହାକୁ ଖାରଜ କରିଦେଇଛନ୍ତି। ଅର୍ଥାତ ଏବେ ନିର୍ଭୟା ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପ୍ରକ୍ରିୟା ଆଉ ପାଦେ ଆଗେଇଛି। ପୂର୍ବରୁ ଅନ୍ୟତମ ଦୋଷୀ ମୁକେଶ ଓ ଅକ୍ଷୟର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବର୍ତ୍ତମାନ କେବଳ ପବନ ଗୁପ୍ତା ପାଖରେ ଉଭୟ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନର ବିକଳ୍ପ ରହିଛି। ସୁପ୍ରିମକୋର୍ଟ ଆଜି ବିନୟ ଶର୍ମାର ଆବେଦନ କରିଥିବାରୁ ଆସନ୍ତା ସୋମବାର ପଟିଆଲା ହାଉସ କୋର୍ଟ ନୂଆ ଡେଥ ୱାରେଣ୍ଟ ଜାରି କରିପାରନ୍ତି।

ଶୁଣାଣି ବେଳେ ବିନୟ ଶର୍ମାର ଓକିଲ ଏପ ସିଂହ ନିଜର ପକ୍ଷ ରଖି କହିଥିଲେ ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୋଷୀ ବିନୟର ମାନସିକ ସ୍ଥିତିକୁ ଦୃଷ୍ଟିରେ ନ ରଖି, ତା’ର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି। ଏବେ ବିନୟର ମାନସିକ ସ୍ଥିତି ଠିକ ନଥିବାରୁ ତା’କୁ ଫାଶୀ ଦଣ୍ଡରୁ ରକ୍ଷା କରାଯିବା ଉଚିତ ବୋଲି ସେ କହିଥିଲେ।

ହେଲେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ସଲିସିଟର ଜେନେରାଲ ଏହାକୁ ବିରୋଧ କରିଥିଲେ। ସେ ବିନୟ ସଂପୂର୍ଣ୍ଣ ସୁସ୍ଥ ଓ ମାନସିକ ସ୍ତରରେ ସ୍ଥିର ଥିବା କୋର୍ଟଙ୍କୁ ଜଣାଇଥିଲେ।

ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌ ବୋପାନ୍ନାଙ୍କ ଖଣ୍ଡପୀଠ ବିନୟର କୌଣସି ଯୁକ୍ତି ଶୁଣି ନଥିଲେ। ମେଡିକାଲ ରିପୋର୍ଟ ଅନୁଯାୟୀ ବିନୟ ଶର୍ମା ସଂପୂର୍ଣ୍ଣ ଫିଟ ଥିବା ସ୍ପଷ୍ଟ ହୋଇଛି। ଏହି ରିପୋର୍ଟ ସହ ଅନ୍ୟାନ୍ୟ ଦସ୍ତାବିଜକୁ ରାଷ୍ଟ୍ରପତିଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ରାଷ୍ଟ୍ରପତି ନିଜ ବିବେକାନୁସାରେ ଏହାର ବିଚାର କରିଥିଲେ ଏବଂ ଶେଷରେ ବିନୟର କ୍ଷମା ଆବେଦନ ଖାରଜ କରିଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ତଥାପି ବିନୟକୁ ବଞ୍ଚାଇବା ପାଇଁ ଓକିଲ ଏପି ସିଂହ ବାରମ୍ବାର ଉଦ୍ୟମ କରିଥିଲେ। କିନ୍ତୁ ଖଣ୍ଡପୀଠ ତାଙ୍କର କୌଣସି ଆବେଦନକୁ ଶୁଣି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story