କମିବକି ପେଟ୍ରୋଲ ଓ ଡିଜେଲ ଦର? ଚାଲିଛି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ପେଟ୍ରୋଲ ଓ ଡିଜେଲ୍ ଦରକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏହି ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି। ଦରକୁ କିପରି ନିୟନ୍ତ୍ରଣକୁ ଅଣାଯିବ ସେ ନେଇ ନିଷ୍ପତ୍ତି ମଧ୍ୟ ଆଜି ହୋଇପାରେ।

କର୍ଣ୍ଣାଟକ ନିର୍ବାଚନ ପରେ ଲଗାତାର ଭାବେ ତୈଳ ଦର ବଢ଼ିବାରେ ଲାଗିଛି। ଆଜି ବି ପେଟ୍ରୋଲ ଦର ବଢ଼ିଛି। ଓଡ଼ିଶାରେ ପେଟ୍ରୋଲ ୨୯ ପଇସା ଏବଂ ଡିଜେଲ୍ ଦର ୨୮ ପଇସା ବୃଦ୍ଧି ଘଟିଛି। ଦିଲ୍ଲୀରେ ପେଟ୍ରୋଲ ୩୦ ପଇସା ଓ ଡିଜେଲ ୨୬ ପଇସା ବଢ଼ିଛି। ମୁମ୍ବାଇରେ ପେଟ୍ରୋଲ ୮୪ ଟଙ୍କା ୯୯ ପଇସାରେ ପହଞ୍ଚିଥିବା ବେଳେ କୋଲକାତାରେ ୭୯ ଟଙ୍କା ୮୩ ପଇସା ଏବଂ ଚେନ୍ନାଇରେ ପେଟ୍ରୋଲ ୮୦ ଟଙ୍କା ୧୧ ପଇସାରେ ପହଞ୍ଚିଛି।  ଯାହା ଗ୍ରାହକଙ୍କ ଉପରେ ସିଧା ସଳଖ ବୋଝ ବୋଲି ବିଭିନ୍ନ ମହଳରୁ ପ୍ରତିକ୍ରିୟା ମିଳିଛି।

ସେପଟେ ପେଟ୍ରୋଲ ଡିଜେଲ ବଢ଼ିଥିବା ଦର ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍(IOC) ଓ ପେଟ୍ରୋଲ ଡିଲର ଆସୋସିଏସନ୍ ସହ ବୈଠକ କରିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।