ହାତ-ପଦ୍ମ ବିନା ପାଇଲଟ୍‌ଙ୍କ ଫ୍ଲାଇଟ୍‌ କ୍ରାଶ କରିବନି ତ?

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା। ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ଏହି ଚର୍ଚ୍ଚାରେ ସଚିନ ନିଜେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏବେ ସଚିନ କରିବେ କ’ଣ? ଏବେ ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି- ସେ ଅଣ ବିଜେପି ଓ ଅଣ କଂଗ୍ରେସ ଦଳରେ ଯୋଗ ଦେଇପାରିବେ କିମ୍ବା ନିଜର ଗୋଟିଏ ସ୍ୱତନ୍ତ୍ର ପାର୍ଟି ଗଠନ […]

dy

dy

Hemant Lenka
  • Published: Thursday, 16 July 2020
  • Updated: 16 July 2020, 07:14 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ପାଇଲଟଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା। ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବୁଧବାର ଏହି ଚର୍ଚ୍ଚାରେ ସଚିନ ନିଜେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।

ଏବେ ସଚିନ କରିବେ କ’ଣ? ଏବେ ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି- ସେ ଅଣ ବିଜେପି ଓ ଅଣ କଂଗ୍ରେସ ଦଳରେ ଯୋଗ ଦେଇପାରିବେ କିମ୍ବା ନିଜର ଗୋଟିଏ ସ୍ୱତନ୍ତ୍ର ପାର୍ଟି ଗଠନ କରିବେ। ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ସଚିନ ପାଇଲଟ କଂଗ୍ରେସ ଛାଡ଼ିବେ କିମ୍ବା କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିବ।

ତେବେ ସଚିନଙ୍କ ପାଖରେ ଥିବା ଦୁଇଟି ବିକଳ୍ପ ରାଜସ୍ଥାନ ଭଳି ପ୍ରଦେଶରେ ଠିକ୍‌ ରୂପରେ କାର୍ଯ୍ୟକ୍ଷମ ହୋଇପାରିବ ଓ ସେ ପୂର୍ବଭଳି ସଫଳତା ପାଇବା ଆଶା ବହୁତ କମ। କଂଗ୍ରେସ ଓ ବିଜେପି ବିନା ପାଇଲଟଙ୍କ ଫ୍ଲାଇଟ୍‌ କ୍ରାଶ କରିବାର ଯଥେଷ୍ଟ ଆଶଙ୍କା ରହିଛି।

କାରଣ ସ୍ୱାଧୀନତା ପରଠାରୁ ରାଜ୍ୟବାସୀ କଂଗ୍ରେସ କିମ୍ବା ବିଜେପିକୁ ହିଁ ନିର୍ବାଚିତ କରିଛନ୍ତି। ଯେଉଁ ବରିଷ୍ଠ ନେତାମାନେ ବିଜେପି ଓ କଂଗ୍ରେସକୁ ବାଦ୍‌ ଦେଇ ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି, ସେମାନଙ୍କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି।

ଏହି ତାଲିକାରେ ଘନଶ୍ୟାମ ତିୱାରୀ, କିରୋରି ଲାଲ ମୀନା, ଦେବୀ ସିଂହ ଭାଟି, ଲୋକେନ୍ଦ୍ର ସିଂହ କାଲଭି ଓ ହନୁମାନ ବେନୱାଲ ପ୍ରମୁଖ ରହିଛନ୍ତି। ଏମାନେ ନିଜସ୍ୱ ଦଳ ଗଠନ କରି ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ହେଲେ ଏମାନଙ୍କୁ ରାଜସ୍ଥାନରେ ରିଜେକ୍ଟ ହେବାକୁ ପଡ଼ିଛି।

୨୦୧୮ ବିଧାନସଭା ନିର୍ବାଚନ ବେଳେ ଘନଶ୍ୟାମ ତିୱାରୀ ବିଜେପି ସହ ବିବାଦ ସୃଷ୍ଟି କରିଥିଲେ। ଏହାପରେ ସେ ଦଳ ଛାଡ଼ି ନିଜସ୍ୱ ପାର୍ଟି ଗଠନ କରିଥିଲେ। ଭାରତ ବାହିନୀ ପାର୍ଟି ନାଁରେ ସେ ଲୋକଙ୍କ ନିକଟବର୍ତ୍ତୀ ହେବାକୁ ଚେଷ୍ଟା କରିଥିଲେ। ୬ ଥର ବିଧାୟକ ହୋଇଥିବା ତିୱାରୀ ୨୦୧୮ରେ ନିଜ ଦଳ ପାଇଁ ଗୋଟିଏ ବି ଆସନ ଜିତି ପାରି ନଥିଲେ। ଶେଷରେ ସେ ବାଧ୍ୟ ହୋଇ କଂଗ୍ରେସର ଶରଣ ପଶିଛନ୍ତି।

ତାଙ୍କ ପୂର୍ବରୁ ମୀନା ବି ବିଜେପି ସହ ବିବାଦ ସୃଷ୍ଟି କରି ଦଳ ଛାଡ଼ିଥିଲେ। ଏହାପରେ ସେ ଏନପିପିରେ ଯୋଗଦେଇଥିଲେ। ମୀନା କଂଗ୍ରେସ ଓ ବିଜେପିକୁ ବାଦ ଦେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବାକୁ ଚେଷ୍ଟା କରିଥିଲେ। ଏହା କିନ୍ତୁ ସଫଳ ହୋଇ ନଥିଲା। ୨୦୧୩ରେ ସେ ଦଳ ପାଇଁ ମାତ୍ର ୩ଟି ଆସନ ଦଖଲ କରିପାରିଥିଲେ। ନିଜର ଭୁଲ ବୁଝିପାରି ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିକୁ ଫେରିଥିଲେ ଓ ଏବେ ସେ ବିଜେପି ସାଂସଦ।

ଆଉ ଜଣେ ହେଉଛନ୍ତି ବେନୱାଲ। କଂଗ୍ରେସ ଓ ବିଜେପିକୁ ଛାଡ଼ି ସେ ଆରଏଲପି ଗଠନ କରିଥିଲେ। ୨୦୧୮ରେ ସେ ଦଳ ଗଠନ କରି ନିର୍ବାଚନ ଲଢ଼ିଥିଲେ। ରାଜସ୍ଥାନରେ ଜାଠ୍‌ ସଂପ୍ରଦାୟର ଅଧିକାଂଶ ଭୋଟର ଥିଲେ ମଧ୍ୟ ବେନୱାଲଙ୍କ ଦଳ ମାତ୍ର ୩ଟିରେ ହିଁ ବିଜୟ ହୋଇଥିଲା। ସେ ବିଜେପି ସହ ହାତ ମିଳାଇ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ଦଳ ଗୋଟିଏ ଆସନ ବି ଜିତିଥିଲା।

ତେଣୁ ଏବେ ସଚିନ ପାଇଲଟ କ’ଣ କରିବେ, ତା’ ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story