ଏହି ଫଟୋରେ ରହିଛି ଏକ ଜନ୍ତୁର ଛବି, କହିଲେ ଦେଖି ସେଇଟା କ’ଣ

ନୂଆଦିଲ୍ଲୀ: ପ୍ରଥମେ ଦେଖିଲେ ଏହା କେବଳ ଏକ କଳାଧଳା ଗାର ବୋଲି ଆପଣ ଭାବୁଥିବେ। କିନ୍ତୁ ଆପଣ ଯଦି ବେଶ ସତର୍କତାର ସହ ଏହାକୁ ଦେଖିବେ ଓ ଆପଣଙ୍କ ମୁଣ୍ଡ ଖର୍ଚ୍ଚ କରିବେ, ତା’ହେଲେ ଏହି ଅପଟିକାଲ ଇଲ୍ୟୁଜନ୍‌ ମଧ୍ୟରେ ଏକ ଜନ୍ତୁର ଛବି ରହିଥିବା ଦେଖିବାକୁ ପାଇବେ। ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋକୁ ପ୍ରଥମେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଇଞ୍ଜିନିୟର ଡା. ମାଇକେଲ ଡିକିନ୍‌ସନ୍‌ ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଥିଲେ। ସେ […]

a

a

Hemant Lenka
  • Published: Monday, 14 January 2019
  • Updated: 14 January 2019, 03:06 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଥମେ ଦେଖିଲେ ଏହା କେବଳ ଏକ କଳାଧଳା ଗାର ବୋଲି ଆପଣ ଭାବୁଥିବେ। କିନ୍ତୁ ଆପଣ ଯଦି ବେଶ ସତର୍କତାର ସହ ଏହାକୁ ଦେଖିବେ ଓ ଆପଣଙ୍କ ମୁଣ୍ଡ ଖର୍ଚ୍ଚ କରିବେ, ତା’ହେଲେ ଏହି ଅପଟିକାଲ ଇଲ୍ୟୁଜନ୍‌ ମଧ୍ୟରେ ଏକ ଜନ୍ତୁର ଛବି ରହିଥିବା ଦେଖିବାକୁ ପାଇବେ।

ବର୍ତ୍ତମାନ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋକୁ ପ୍ରଥମେ ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଇଞ୍ଜିନିୟର ଡା. ମାଇକେଲ ଡିକିନ୍‌ସନ୍‌ ଏହି ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଥିଲେ। ସେ ଏଥିରେ ଲେଖିଥିଲେ, “ ଆପଣ ଯଦି ନିଜ ମୁଣ୍ଡକୁ ହଲାଇବେ, ତା’ହେଲେ ଏହି ଅପଟିକାଲ ଇଲ୍ୟୁଜନ୍‌ ପଛରେ ଥିବା ଜନ୍ତୁକୁ ଦେଖିପାରିବେ।

ଯଦି ଆପଣ ଏଥିରେ କୌଣସି ଜନ୍ତୁକୁ ଦେଖିପାରୁ ନାହାନ୍ତି, ତା’ହେଲେ ଆପଣ ପ୍ରଥମେ ସ୍କ୍ରିନ୍‌ରୁ ନିଜର ଆଖି ହଟାଇ ଦିଅନ୍ତୁ ନଚେତ୍‌ ନିଜର ଆଖି ଡୋଳାକୁ ବୁଲାନ୍ତୁ।

ଏହି ଫଟୋଟି ଟ୍ୱିଟ୍‌ରରେ ପୋଷ୍ଟ ହେବା ପରେ ସମଗ୍ର ବିଶ୍ୱରେ ଏହାକୁ ନେଇ ଚହଳ ସୃଷ୍ଟି ହୋଇଛି। ଲୋକମାନେ ଟ୍ୱିଟ୍‌ରରେ ନିଜର ମତାମତ ମଧ୍ୟ ଦେଉଛନ୍ତି।

ଆପଣ ଧ୍ୟାନର ସହିତ ଦେଖିବା ପରେ କ’ଣ ଏହା ମଧ୍ୟରେ ଏକ ବିଲେଇ ଥିବା ଦେଖିବାକୁ ପାଇଲେ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos