ମଇଁଷି ଉପରେ ବସି ଆସିଲେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ମଧ୍ୟ ଏହାକୁ ସେତିକି କଲରଫୁଲ କରିବାରେ ଲାଗିଛନ୍ତି। ପୂର୍ବରୁ ନେତାମାନେ ଗାଡ଼ିରେ ଆସି ନାମାଙ୍କନ ଭରିବାର ଦୃଶ୍ୟ ଆପଣ ଦେଖିଥିବେ। ହେଲେ ବିହାରର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜଣେ ବ୍ୟକ୍ତି ଆଜି ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଛନ୍ତି। ଦରଭଙ୍ଗା ଜିଲ୍ଲାରେ ଥିବା ବାହାଦୂରପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ନାଚାରି ମଣ୍ଡଳଙ୍କ ଏଭଳି ମଇଁଷି ଚାଳନା ସମସ୍ତଙ୍କୁ […]

ffv

ffv

Hemant Lenka
  • Published: Monday, 19 October 2020
  • Updated: 19 October 2020, 07:39 PM IST

Sports

Latest News

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନେ ମଧ୍ୟ ଏହାକୁ ସେତିକି କଲରଫୁଲ କରିବାରେ ଲାଗିଛନ୍ତି। ପୂର୍ବରୁ ନେତାମାନେ ଗାଡ଼ିରେ ଆସି ନାମାଙ୍କନ ଭରିବାର ଦୃଶ୍ୟ ଆପଣ ଦେଖିଥିବେ। ହେଲେ ବିହାରର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଜଣେ ବ୍ୟକ୍ତି ଆଜି ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଛନ୍ତି। ଦରଭଙ୍ଗା ଜିଲ୍ଲାରେ ଥିବା ବାହାଦୂରପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ନାଚାରି ମଣ୍ଡଳଙ୍କ ଏଭଳି ମଇଁଷି ଚାଳନା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।

ସେ କହିଛନ୍ତି, ମୁଁ ଗୋଟିଏ ଗରିବ ଓ ଦୁର୍ବଳ ସମାଜରୁ ଆସିଛି। ମୁଁ ଜଣେ ଫାର୍ମ ଶ୍ରମିକଙ୍କ ପୁଅ। ମୋ ପାଖରେ ୪ ଚକିଆ ଗାଡ଼ି ନାହିଁ। ତେଣୁ ମୁଁ ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଛି। ମଇଁଷି, ଗାଈ ଓ ବଳଦ ହେଉଛନ୍ତି ଚାଷୀଙ୍କ ସମ୍ପତ୍ତି। ଯଦି ମୁଁ ଜିତିବି, ତା’ହେଲେ ଚାଷୀଙ୍କ ପାଇଁ କାମ କରିବି। ସରକାରୀ ଯୋଜନା ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଇବି।

ପୂର୍ବରୁ ଏଠାରେ ଯିଏ ବିଧାୟକ ଥିଲେ, ସେ କିଛି ବି ବିକାଶମୂଳକ କାମ କରିନାହାନ୍ତି। ତେଣୁ ତାଙ୍କ ଉପରେ ଲୋକଙ୍କ ଆକ୍ରୋଶ ବୃଦ୍ଧି ପାଇବାରେ ଲାଗିଛି। ମୋର ଆଶା ଓ ବିଶ୍ୱାସ ଲୋକମାନେ ମୋତେ ବିଧାନସଭାକୁ ପଠାଇବେ। ମୁଁ ବିଧାନସଭାରେ ବାହାଦୂରପୁରର ସ୍ୱର ହୋଇ ଲଢ଼େଇ କରିବି ବୋଲି ସେ କହିଛନ୍ତି।

ଏହି ଆସନରେ ମଣ୍ଡଳଙ୍କ ବିରୋଧରେ ଜେଡିୟୁରୁ ମଦନ ଶାହାଣୀ ଓ ଆରଜେଡିରୁ ଆରକେ ଚୌଧୁରୀ ପ୍ରାର୍ଥୀ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos