ପୁଲିସ୍‌କୁ ଧମକ ଦେଲେ ବିଜେପି ନେତା, ମାମଲା ରୁଜୁ

କାନପୁର: ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିର ଜଣେ ନେତା ସର୍ବସମ୍ମୁଖରେ ନିଜର ଦାଦାଗିରି ପ୍ରଦର୍ଶନ କରିଛନ୍ତି। ଗତକାଲି ଉତ୍ତର ପ୍ରଦେଶର କାନପୁର ଠାରେ ଭୋଟ ହେଉଥିଲା। ଏହି ସମୟରେ ବିଜେପି ନେତା ଜଣଙ୍କ ପୁଲିସ୍‌ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏହି ବିଜେପି ନେତାଙ୍କ ନାଁ ସୁରେଶ ଅବସ୍ତୀ। ସେ ପୁଲିସ୍‌ ଅଧିକାରୀଙ୍କୁ କହିଥିଲେ ଯେ “ମୁଁ ତୁମକୁ ଆସନ୍ତାକାଲି […]

w

w

Hemant Lenka
  • Published: Tuesday, 30 April 2019
  • Updated: 30 April 2019, 05:15 PM IST

Sports

Latest News

କାନପୁର: ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପିର ଜଣେ ନେତା ସର୍ବସମ୍ମୁଖରେ ନିଜର ଦାଦାଗିରି ପ୍ରଦର୍ଶନ କରିଛନ୍ତି। ଗତକାଲି ଉତ୍ତର ପ୍ରଦେଶର କାନପୁର ଠାରେ ଭୋଟ ହେଉଥିଲା। ଏହି ସମୟରେ ବିଜେପି ନେତା ଜଣଙ୍କ ପୁଲିସ୍‌ ଅଧିକାରୀଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏହି ବିଜେପି ନେତାଙ୍କ ନାଁ ସୁରେଶ ଅବସ୍ତୀ। ସେ ପୁଲିସ୍‌ ଅଧିକାରୀଙ୍କୁ କହିଥିଲେ ଯେ “ମୁଁ ତୁମକୁ ଆସନ୍ତାକାଲି ଦେଖିନେବି। ତୁମେ ମୋ ହିଟ୍‌ଲିଷ୍ଟର ଅଛ।” କାନପୁରର ଏକ ବୁଥ୍‌ରେ ବିଜେପିର ଜଣେ ଏଜେଣ୍ଟ ଭୁଲ ସ୍ଥାନରେ ବସିଥିବାରୁ ପୁଲିସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ଅନ୍ୟତ୍ର ବସିବାକୁ କହିଥିଲେ। ବାସ୍‌ ଏତିକି କଥାରେ ସୁରେଶ ନିଜର ଦବଙ୍ଗଗିରି ଦେଖାଇଥିଲେ।

ଭାଇରାଲ୍‌ ହୋଇଥିବା ଭିଡିଓରେ ସୁରେଶ ପୁଲିସ୍‌ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଧମକ ଦେଉଛନ୍ତି। ପୁଲିସ୍‌ ଅଧିକାରୀ ଜଣଙ୍କ ଏଥିରେ ନ ଡରି “ଆପଣଙ୍କ ଯାହା କରିବାର ଅଛି କରନ୍ତୁ’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହି ସମୟରେ ମେୟର ପ୍ରମିଳା ପାଣ୍ଡେ ଏବଂ ଅନ୍ୟ ବିଜେପି ନେତାମାନେ ଉପସ୍ଥିତ ରହି ସୁରେଶଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ପୁଲିସ୍‌ ଅଧିକାରୀଙ୍କୁ ବାରମ୍ବାର ଧମକ ଦେଇ ଚାଲିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos