ପିଲାଟସ୍‌ ବିମାନ କିଣାରେ ଦୁର୍ନୀତି: ବାୟୁସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟର ଅଧିକାରୀଙ୍କ ନାଁରେ ମାମଲା

ନୂଆଦିଲ୍ଲୀ: ପୁଣିଥରେ ବିମାନ କିଣାରେ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ୨୦୦୯ରେ ୭୫ଟି ଟ୍ରେନର୍ ବିମାନ କିଣାରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଆଜି ବାୟୁସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି। ଏଥିସହ ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃ ଓ ଆର୍ମସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାଁରେ ମଧ୍ୟ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୦୯ରେ ହୋଇଥିବା ଏହି ଡିଲ୍‌ […]

tu

tu

Hemant Lenka
  • Published: Saturday, 22 June 2019
  • Updated: 22 June 2019, 02:50 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ବିମାନ କିଣାରେ ଦୁର୍ନୀତି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ୨୦୦୯ରେ ୭୫ଟି ଟ୍ରେନର୍ ବିମାନ କିଣାରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହେବା ପରେ ସିବିଆଇ ଆଜି ବାୟୁସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟର ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।

ଏଥିସହ ପିଲାଟସ୍‌ ଏୟାରକ୍ରାଫ୍ଟ ଲିଃ ଓ ଆର୍ମସ ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାଁରେ ମଧ୍ୟ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୨୦୦୯ରେ ହୋଇଥିବା ଏହି ଡିଲ୍‌ ପାଇଁ ପ୍ରାୟ ୩୩୯ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ସିବିଆଇ ଜାଣିବାକୁ ପାଇଛି।

ଏହି ଘଟଣାକୁ କେନ୍ଦ୍ର କରି ସିବିଆଇ ଶୁକ୍ରବାର ଶ୍ରୀ ଭଣ୍ଡାରୀ ଓ ଅନ୍ୟ ଅଭିଯୁକ୍ତଙ୍କର ଦିଲ୍ଲୀରେ ଥିବା ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା। ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି। ଏହି ଡିଲ୍‌ର ଅଫସେଟ୍‌ ପାର୍ଟନର ଥିବା ଇଣ୍ଡିଆ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିଃ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ୨୦୧୬ରେ ହିଁ ସିବିଆଇ ଲାଞ୍ଚ କାରବାର ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହି ୭୫ଟି ବେସିକ୍‌ ଟ୍ରେନର୍ ଏୟାରକ୍ରାଫ୍ଟ (BTA) ସ୍ୱିଜରଲ୍ୟାଣ୍ଡର ପିଲାଟସ୍‌ କମ୍ପାନୀଠାରୁ କିଣା ଯାଇଥିଲା।

ବାୟୁସେନାରେ ଯୋଗଦେଉଥିବା କ୍ୟାଡେଟମାନଙ୍କୁ ପ୍ରଥମେ ଏହି ଟ୍ରେନର୍ ବିମାନ ଦ୍ୱାରା ଉଡ଼ାଣ ସମ୍ପର୍କରେ ତାଲିମ ଦିଆଯାଇଥାଏ। ଟେକ୍ନିକାଲ ସମସ୍ୟା ଯୋଗୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଚ୍‌ଟିପି-୩୨ ଉଡ଼ାଣ କରିବାରେ ଅକ୍ଷମ ହୋଇଥିଲା।

ଏହାପରେ ବାୟୁସେନା ପିଲାଟସ୍‌ ପିସି-୭ଏମକେ-୨ ବିମାନ କିଣିବାକୁ ଚାହିଁଥିଲା। ମନମୋହନ ସିଂହ ସରକାର ୨,୮୯୬ କୋଟି ଟଙ୍କାରେ ୭୫ଟି ଟ୍ରେନର୍ ବିମାନ କିଣିବାକୁ ଡିଲ୍‌ କରିଥିଲେ। ୨୦୧୨ ମେ’ ମାସରେ ପିଲାଟସ୍‌ ଏୟାରକ୍ରାଫ୍ଟ ସହ ଏହି ଡିଲ୍‌ ହୋଇଥିଲା। ତେବେ ଏହାକୁ ନେଇ ପିଲାଟସ୍‌ ଏୟାରକ୍ରାଫ୍ଟ କମ୍ପାନୀର ପ୍ରତିଦ୍ୱନ୍ଦ୍ୱୀମାନେ ପ୍ରଶ୍ନ ଉଠାଇଥିଲେ।

ଶ୍ରୀ ଭଣ୍ଡାରୀ ଏହାପୂର୍ବରୁ ଗାନ୍ଧି ପରିବାରର ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ପାଇଁ ଲଣ୍ଡନରେ ବେନାମୀ ସମ୍ପତ୍ତି କିଣିବା ମାମଲାରେ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି। ତାଙ୍କ ମାଲିକାନାରେ ଥିବା ଥିବା ଇଣ୍ଡିଆ ସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିଃ କେଉଁ ପ୍ରକାରର ସେବା ସ୍ୱିଜରଲ୍ୟାଣ୍ଡର ବିମାନ କମ୍ପାନୀକୁ ଯୋଗାଇ ଦେଇଥିଲା, ତା’ର ତଦନ୍ତ ସିବିଆଇ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story