ସିବିଆଇ ବନାମ ମମତା: କୋର୍ଟ,ସଂସଦ, ରାସ୍ତା ଓ ଇସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ୨୦୧୯ର ସବୁଠାରୁ ବଡ଼ କ୍ଷମତା ଯୁଦ୍ଧ ବା ହାଇଡ୍ରାମା ଏବେ ବି ଜାରି ରହିଛି। କୋଲକାତା ପୁଲିସ୍‌ କମିଶନରଙ୍କ ଘର ପାଖରୁ ସୃଷ୍ଟି ହୋଇଥିବା ଏହି ହାଇଡ୍ରାମା ପ୍ରଥମେ ରାସ୍ତା ଉପରକୁ ଆସିଥିଲା। ଏବେ ଏହି ପ୍ରସଙ୍ଗ ଦେଶର ସଂସଦ ଓ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚି ଯାଇଛି। ପଶ୍ଚିମବଙ୍ଗରେ ଏଥର ଲୋକସଭା ନିର୍ବାଚନରେ ଆରପାରର ଲଢ଼େଇ ହେବ। ପଶ୍ଚିମବଙ୍ଗରେ ନିଜର ଶକ୍ତି ବୃଦ୍ଧି କରିବାକୁ ବିଜେପି […]

d

d

Hemant Lenka
  • Published: Monday, 04 February 2019
  • Updated: 04 February 2019, 04:37 PM IST

Sports

Latest News

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାରେ ରବିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ୨୦୧୯ର ସବୁଠାରୁ ବଡ଼ କ୍ଷମତା ଯୁଦ୍ଧ ବା ହାଇଡ୍ରାମା ଏବେ ବି ଜାରି ରହିଛି। କୋଲକାତା ପୁଲିସ୍‌ କମିଶନରଙ୍କ ଘର ପାଖରୁ ସୃଷ୍ଟି ହୋଇଥିବା ଏହି ହାଇଡ୍ରାମା ପ୍ରଥମେ ରାସ୍ତା ଉପରକୁ ଆସିଥିଲା। ଏବେ ଏହି ପ୍ରସଙ୍ଗ ଦେଶର ସଂସଦ ଓ ନିର୍ବାଚନ କମିଶନଙ୍କ ପାଖରେ ପହଞ୍ଚି ଯାଇଛି।

ପଶ୍ଚିମବଙ୍ଗରେ ଏଥର ଲୋକସଭା ନିର୍ବାଚନରେ ଆରପାରର ଲଢ଼େଇ ହେବ। ପଶ୍ଚିମବଙ୍ଗରେ ନିଜର ଶକ୍ତି ବୃଦ୍ଧି କରିବାକୁ ବିଜେପି ପୂରା ଦମ ଲଗାଉଛି। ଅନ୍ୟପକ୍ଷରେ ମମତା ବାନାର୍ଜୀ ମଧ୍ୟ ବିଜେପିର ସବୁ ଉଦ୍ୟମକୁ ଭଣ୍ଡୁର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଟକରା ଟକରି ମଧ୍ୟରେ ସିବିଆଇ ଓ ପୁଲିସ୍‌ କଳି ଘଟଣାର ମୋଡ଼କୁ ପୂରା ବଦଳାଇ ଦେଇଛି।

ହାଇକୋର୍ଟରୁ ସୁପ୍ରିମକୋର୍ଟ
ରବିବାର ସନ୍ଧ୍ୟାରେ ସିବିଆଇ ଅଧିକାରୀଙ୍କୁ କୋଲକାତାର ପୁଲିସ୍‌ ଘେରାଉ କରିଥିଲା। ଆଜି ସିବିଆଇ ଏହି ଘଟଣାରକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତରେ ପହଞ୍ଚି ଯାଇଛି। ସୁପ୍ରିମକୋର୍ଟରେ ସିବିଆଇ ମମତା ସରକାର କାର୍ଯ୍ୟରେ ବାଧା ଉପୁଜାଉଥିବା ଅଭିଯୋଗ କରିଛି। ତେବେ ଏହି ସମୟରେ କୋଲକାତା ପୁଲିସ୍‌ କମିଶନରଙ୍କ ବିରୋଧରେ କ’ଣ ପ୍ରମାଣ ରହିଛି, ସେକଥା ଦେଖାଇବାକୁ ସୁପ୍ରିମକୋର୍ଟ ସିବିଆଇକୁ କହିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ପ୍ରମାଣ ମିଳିନାହିଁ, ସେଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏବେ ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ।

ଅନ୍ୟପକ୍ଷରେ କୋଲକାତା ପୁଲିସ୍‌ କମିଶନର ରାଜୀବ କୁମାର ମଧ୍ୟ ସିବିଆଇ ବିରୋଧରେ କ୍ୟାଲକାଟା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସିବିଆଇ ପକ୍ଷରୁ ତାଙ୍କୁ ଜାରି ହୋଇଥିବା ସମସ୍ତ ନୋଟିସ୍‌ ଉପରେ ରୋକ ଲଗାଇବାକୁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ମଧ୍ୟ ଆସନ୍ତାକାଲି ଶୁଣାଣି ହେବ।

ସଂସଦରେ ବି ମହାସଂଗ୍ରାମ
ସୋମବାର ସଂସଦର କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ସିବିଆଇ ପ୍ରସଙ୍ଗରେ ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିଲେ। କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ସିବିଆଇକୁ ଘେରିଥିଲେ। ଏଥିସହ ସେମାନେ କେନ୍ଦ୍ର ସରକାର ସିବିଆଇକୁ ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲେ।

ନିର୍ବାଚନ କମିଶନରେ ପହଞ୍ଚିଲା ବିଜେପି
ଗୋଟିଏ ପଟେ ଟିଏମ୍‌ସି ସରକାରଙ୍କ ଉପରେ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ କରୁଥିବା ବେଳେ ଅନ୍ୟପଟେ ବିଜେପି ପଶ୍ଚିମବଙ୍ଗର କ୍ଷମତାସୀନ ମମତା ସରକାରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳ ନିର୍ବାଚନ କମିଶନରଙ୍କୁ ଭେଟିଛନ୍ତି। ମମତା ବାନାର୍ଜୀ ସରକାର ବିଜେପିର ନେତାମାନଙ୍କୁ ପଶ୍ଚିମବଙ୍ଗରେ ଶୋଭାଯାତ୍ରା ବା ଜନସଭାବେଶ କରିବାକୁ ଦେଉନାହିଁ। ଶୋଭାଯାତ୍ରା ପାଇଁ ଅନୁମତି ଦେଉଥିଲେ ହେଁ ନେତାମାନଙ୍କ ହେଲିକପ୍ଟର ଅବତରଣ ପାଇଁ ସରକାର ଅନୁମତି ଦେଉନାହାନ୍ତି। ତେଣୁ ଆସନ୍ତା ନିର୍ବାଚନର ନିରପେକ୍ଷତା ନେଇ ମଧ୍ୟ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କୁ ଜଣାଯାଇଛି।

ରାସ୍ତାରେ ବସିଲେ ଟିଏମସି କର୍ମୀ
ମମତା ବାନାର୍ଜୀ ରବିବାର ରାତିରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ଧାରଣାରେ ବସିଛନ୍ତି। ଧାରଣା ସ୍ଥଳରୁ ହିଁ ସେ ସରକାର ଚଳାଉଛନ୍ତି। ସୋମବାର ମଧ୍ୟାହ୍ଣରେ ମଧ୍ୟ ସେ ଧାରଣାସ୍ଥଳରେ ହିଁ କ୍ୟାବିନଟ୍‌ ବୈଠକ କରିଥିଲେ। ଧାରଣା ସ୍ଥଳରେ ସମାଜବାଦୀ ପାର୍ଟିର ନେତା ମଧ୍ୟ ପହଞ୍ଚି ମମତାଙ୍କୁ ସମର୍ଥନ ଜଣାଇଥିଲେ। ମମତାଙ୍କ ସମର୍ଥନରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶହଶହ ଟିଏମସି କର୍ମୀ ରାସ୍ତାରେ ଉପସ୍ଥିତ ରହି, ସିବିଆଇ ବିରୋଧରେ ରଣହଙ୍କାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story