ସୁଶାନ୍ତଙ୍କ ମୃତ୍ୟୁ ମାମଲା: ମୁମ୍ବାଇ ପୁଲିସ୍‌ର ଦୁଇ ଅଫିସରଙ୍କୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଏକାଧିକ ଲୋକଙ୍କୁ ଜେରା କରି ସାରିଥିବା ସିବିଆଇର ଆଖି ଏବେ ମୁମ୍ବାଇ ପୁଲିସ୍‌ ଉପରେ ପଡ଼ିଛି। ମୁମ୍ବାଇ ପୁଲିସର ଦୁଇ ଅଫିସରଙ୍କୁ ଜେରା କରିବାକୁ ସିବିଆଇ ନିଷ୍ପତ୍ତି ନେଇଛି। ଏଥିପାଇଁ ଉଭୟ ଅଫିସରଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯେଉଁ ଗେଷ୍ଟ ହାଉସରେ ପୂର୍ବରୁ ଏକାଧିକ ଲୋକଙ୍କୁ […]

hh

hh

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 08:22 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ସିବିଆଇ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଏକାଧିକ ଲୋକଙ୍କୁ ଜେରା କରି ସାରିଥିବା ସିବିଆଇର ଆଖି ଏବେ ମୁମ୍ବାଇ ପୁଲିସ୍‌ ଉପରେ ପଡ଼ିଛି। ମୁମ୍ବାଇ ପୁଲିସର ଦୁଇ ଅଫିସରଙ୍କୁ ଜେରା କରିବାକୁ ସିବିଆଇ ନିଷ୍ପତ୍ତି ନେଇଛି। ଏଥିପାଇଁ ଉଭୟ ଅଫିସରଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଛି।

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଯେଉଁ ଗେଷ୍ଟ ହାଉସରେ ପୂର୍ବରୁ ଏକାଧିକ ଲୋକଙ୍କୁ ଜେରା କରିଥିଲା। ସେହିଠାରେ ହିଁ ମୁମ୍ବାଇ ପୁଲିସ୍‌ର ଦୁଇ ଅଧିକାରୀଙ୍କୁ ସିବିଆଇ ଜେରା କରିବ। ତେବେ ଦୁଇ ପୁଲିସ୍‌ ଅଫିସରଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଥିବା ବେଳେ ଆଉ ଜଣେ କରୋନା ଭାଇରସ କ୍ୱାରେଣ୍ଟାଇନରେ ରହିଛନ୍ତି। ଉଭୟଙ୍କୁ ଏକାଧିକ ଦସ୍ତାବିଜ ସହ ହାଜର ହେବାକୁ ସିବିଆଇ କହିଛି।

ବୁଧବାର ସୁପ୍ରିମକୋର୍ଟ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବା ପରେ ଶୁକ୍ରବାର ଠାରୁ ତଦନ୍ତକାରୀ ସଂସ୍ଥା ମୁମ୍ବାଇରେ ଡେରା ପକାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କୁ ଜେରା ପାଇଁ ସମନ କରିନାହିଁ। ଏଯାଏ ସିବିଆଇ ସୁଶାନ୍ତଙ୍କ ଘରେ କାମ କରୁଥିବା କିଛି ସଦସ୍ୟ ଓ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଜେରା କରିଛି।

ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିଲେ ହେଁ ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos