ଜଗନ ମୋହନଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେବନି ସିବିଆଇ

ହାଇଦ୍ରାବାଦ୍‌: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସିବିଆଇ କୌଣସି ପ୍ରକାରର ଆଶ୍ୱସ୍ତି ଦେବା ମୁଡ୍‌ରେ ନାହିଁ। ଜଗନ ମୋହନ ମୁଖ୍ୟମନ୍ତ୍ରୀ ହେବା ଆଗରୁ ତାଙ୍କ ନାଁରେ ଏହି ମାମଲା ରହିଥିଲା। ଅନେକ ସମୟରେ ସିବିଆଇ ତାଙ୍କୁ ଜେରା ମଧ୍ୟ କରିଥିଲା। ଏବେ ସେ ମୁଖ୍ୟମନ୍ତ୍ରୀ ହେବାରୁ ସିବିଆଇ ନିକଟରେ ହାଜର ହେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସେ କୋର୍ଟରେ ଏକ ଆବେଦନ କରିଥିଲେ। ହେଲେ ଏହାକୁ କାଉଣ୍ଟର […]

cc

cc

Hemant Lenka
  • Published: Wednesday, 02 October 2019
  • Updated: 02 October 2019, 01:25 PM IST

Sports

Latest News

ହାଇଦ୍ରାବାଦ୍‌: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫସିଥିବା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ସିବିଆଇ କୌଣସି ପ୍ରକାରର ଆଶ୍ୱସ୍ତି ଦେବା ମୁଡ୍‌ରେ ନାହିଁ। ଜଗନ ମୋହନ ମୁଖ୍ୟମନ୍ତ୍ରୀ ହେବା ଆଗରୁ ତାଙ୍କ ନାଁରେ ଏହି ମାମଲା ରହିଥିଲା। ଅନେକ ସମୟରେ ସିବିଆଇ ତାଙ୍କୁ ଜେରା ମଧ୍ୟ କରିଥିଲା। ଏବେ ସେ ମୁଖ୍ୟମନ୍ତ୍ରୀ ହେବାରୁ ସିବିଆଇ ନିକଟରେ ହାଜର ହେବାକୁ ଚାହୁଁ ନାହାନ୍ତି।

ଏଥିପାଇଁ ସେ କୋର୍ଟରେ ଏକ ଆବେଦନ କରିଥିଲେ। ହେଲେ ଏହାକୁ କାଉଣ୍ଟର କରି ସିବିଆଇ ମଧ୍ୟ ଏକ ସତ୍ୟପାଠ ଦାଖଲ କରିଛି। ଯେଉଁଥିରେ ଜଗନ ମୋହନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ଦରକାର ବୋଲି ଆବେଦନ କରାଯାଇଛି।

ସିବିଆଇ ପକ୍ଷରୁ କୁହାଯାଉଛି ଯେ ପୂର୍ବରୁ ଜଗନ ମୋହନ ସାଂସଦ ଥିବା ବେଳେ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ। ଏବେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କ ପାଖରେ ଯଥେଷ୍ଟ କ୍ଷମତା ରହିଛି। କାରଣ ସେ ଏବେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି। ଆଇନ ଆଗରେ ସମସ୍ତେ ସମାନ ତେଣୁ ମୁଖ୍ୟମନ୍ତ୍ରୀ ହିସାବରେ ସେ ଆଇନକୁ ସମ୍ମାନ ଦେବା ଉଚିତ। ଜଗନଙ୍କ ଅଡିଟର ବିଜୟା ସାଇ ରେଡ୍ଡୀ ପୂର୍ବରୁ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ତେଣୁ ଜଗନ ମୋହନଙ୍କୁ କୌଣସି ଆଶ୍ୱସ୍ତି ମିଳିବା ଉଚିତ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos