ପ୍ରଶ୍ନପତ୍ର ଲିକ୍‌ ଘଟଣା: ପୁଣିଥରେ ଏହି ଦୁଇଟି ବିଷୟରେ ହେବ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ଆଉଥରେ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା କେବେ ହେବ ସେନେଇ ସପ୍ତାହକ ମଧ୍ୟରେ ବୋର୍ଡର ସରକାରୀ ୱେବ୍‌ସାଇଟ୍‌ରେ ତାରିଖ ଘୋଷଣା କରାଯିବ। ପରୀକ୍ଷା ପେପର ଲିକ୍‌ ହେବା ପରେ ବୋର୍ଡ ଏପରି ନିଷ୍ପତ୍ତି ନେଇଛି। ପରିଚଳନାଗତ ତୃଟି ଯୋଗୁଁ କେତେକ ସ୍ଥାନରେ ପରୀକ୍ଷାରେ ବିଭ୍ରାଟ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ତେଣୁ […]

cbse-class-10-12-exams-begin_e4b59456-326d-11e8-a509-12b0194ead35

cbse-class-10-12-exams-begin_e4b59456-326d-11e8-a509-12b0194ead35

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 05:47 PM IST

Sports

Latest News

ନୂଆଦିଲ୍ଲୀ: ସିବିଏସ୍‌ଇ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ଗଣିତ ପେପର ଓ ଦ୍ୱାଦଶ ଶ୍ରେଣୀ ଇକୋନମିକ୍ସ ପେପର ଆଉଥରେ ପରୀକ୍ଷା ହେବ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା କେବେ ହେବ ସେନେଇ ସପ୍ତାହକ ମଧ୍ୟରେ ବୋର୍ଡର ସରକାରୀ ୱେବ୍‌ସାଇଟ୍‌ରେ ତାରିଖ ଘୋଷଣା କରାଯିବ। ପରୀକ୍ଷା ପେପର ଲିକ୍‌ ହେବା ପରେ ବୋର୍ଡ ଏପରି ନିଷ୍ପତ୍ତି ନେଇଛି। ପରିଚଳନାଗତ ତୃଟି ଯୋଗୁଁ କେତେକ ସ୍ଥାନରେ ପରୀକ୍ଷାରେ ବିଭ୍ରାଟ ହୋଇଥିବା ବୋର୍ଡ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ତେଣୁ ପରୀକ୍ଷାର ସ୍ୱଚ୍ଛତା ଓ ଛାତ୍ରମାନଙ୍କ ଦକ୍ଷତାକୁ ଦେଖି ଆଉଥରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୋର୍ଡ କହିଛି। ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗତ ବୁଧବାର ଦଶମଶ୍ରେଣୀ ପରୀକ୍ଷା ହୋଇଥିବା ବେଳେ ମାର୍ଚ୍ଚ ୨୬ରେ ଦ୍ୱାଦଶ ଶ୍ରେଣୀ ଇକୋମୋମିକ୍‌ ପେପର ପରୀକ୍ଷା ହୋଇଥିଲା। ଛାତ୍ରଛାତୀମାନେ ପରୀକ୍ଷା ଦେବା ପରେ ପ୍ରଶ୍ନ ପତ୍ର ଅତି ସହଜ ଓ ସିଲାବସ୍ ଅନୁଯାୟୀ ହୋଇଥିବା କହିଥିଲେ। ଏହାପରେ ସୋସିଆଲ୍‌ ମିଡ଼ିଆରେ ପ୍ରଶ୍ନ ପତ୍ର ଆଗୁଆ ଲିକ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ପରେ ବୋର୍ଡ ପକ୍ଷରୁ ସମସ୍ତ ଯାଞ୍ଚ କରାଯାଇଥିଲା। ତେବେ ଏସବୁ ପରେ ଆଉ ଥରେ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos