ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍‌ ହାର କେତେ ଜାଣନ୍ତୁ

ନୂଆଦିଲ୍ଲୀ: ଶେଷରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜି ପ୍ରକାଶ ପାଇଛି। ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ସେହିପରି ଶିକ୍ଷାର୍ଥୀମାନେ Type CBSE10<Space><RollNo><Space><Admit Card Id> and send to 7738299899 ଜରିଆରେ ନିଜର ଫଳାଫଳ ଜାଣିପାରିବେ। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। କରୋନା ପାଇଁ ସିବିଏସଇର କିଛି ପରୀକ୍ଷାକୁ ବାତିଲ କରାଯାଇଥିଲା। […]

de

de

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 01:35 PM IST

Sports

Latest News

ନୂଆଦିଲ୍ଲୀ: ଶେଷରେ ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜି ପ୍ରକାଶ ପାଇଛି। ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ସିବିଏସଇ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ସେହିପରି ଶିକ୍ଷାର୍ଥୀମାନେ Type CBSE10<Space><RollNo><Space><Admit Card Id> and send to 7738299899 ଜରିଆରେ ନିଜର ଫଳାଫଳ ଜାଣିପାରିବେ।

ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। କରୋନା ପାଇଁ ସିବିଏସଇର କିଛି ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହା ସତ୍ତ୍ୱେ ବି ପରୀକ୍ଷା ଖାତା ଦେଖାଯାଇଥିଲା ଏବଂ ଆଜି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବିଷୟବସ୍ତୁ ଗୁଡ଼ିର ରେଜଲ୍ଟ ପ୍ରକାଶ ପାଇଛି।

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୯୧.୪୬% ରହିଛି। ଗତବର୍ଷ ପାସ୍ ହାର ୯୧.୧୦ ରହିଥିଲା। କିନ୍ତୁ ଚଳିତ ବର୍ଷ ରେଜଲ୍ଟ ୦.୩୬% ବୃଦ୍ଧି ଘଟିଛି। ଗତବର୍ଷ ଭଳି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଛି। ଚଳିତ ବର୍ଷ ଛାତ୍ରଙ୍କ ପାସ ହାର ୯୦.୧୪% ଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୩୧% ରହିଛି। ସେହିପରି ତୃତୀୟ ଲିଙ୍ଗଙ୍କ ପାସ୍‌ହାର ୭୮.୯୫% ରହିଛି।

ରିଜନ କଥା ବିଚାରକୁ ନେଲେ ଭୁବନେଶ୍ୱରରେ ପାସ୍‌ ହାର ୯୩.୨୦% ରହିଛି। ପ୍ରଥମ ସ୍ଥାନରେ ତ୍ରିଭେନ୍ଦ୍ରମ ରହିଛି। ଏଠାରେ ପାସ୍‌ ହାର ୯୯.୨୮% ରହିଛି। ସିବିଏସଇ ଦ୍ୱାଦଶ ପରୀକ୍ଷାରେ ବି ତ୍ରିଭେନ୍ଦ୍ରମରେ ସର୍ବାଧିକ ପିଲା ପାସ କରିଥିଲେ। ଚେନ୍ନାଇ(୯୮.୯୫%) ରିଜନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ବେଙ୍ଗାଲୁରୁ(୯୮.୨୩%) ରହିଛି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳରେ ସର୍ବାଧିକ ୯୯.୨୩% ଛାତ୍ରଛାତ୍ରୀ ପାସ କରିଥିବା ବେଳେ ସରକାରୀ ବିଦ୍ୟାଳୟର ରେଜଲ୍ଟ ୮୦.୯୧% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos