ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ପୁଲିସକୁ ଜଗିବ ସିସିଟିଭି

ନୂଆଦିଲ୍ଲୀ: ପୁରୀ ସହର ହେଉ କି ପିପିଲି ଅବା ତାମିଲନାଡୁରେ ଘଟୁଥିବା ହାଜତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଦେଶର ସବୁ ପୁଲିସ୍‌ ଷ୍ଟେସନ, ସିବିଆଇ, ଏନଆଇଏ, ଏନସିବି ଓ ଇଡି ସେମାନଙ୍କ ପଚରାଉଚରା ରୁମ ଏବଂ ହାଜତରେ ସିସିଟିଭି କ୍ୟାମେରା ଓ ଅଡିଓ ରେକର୍ଡର ଲଗାଇବେ। ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ। ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢ଼ୁଥିବାରୁ ସୁପ୍ରିମକୋର୍ଟ […]

fgs

fgs

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 09:56 PM IST

Sports

Latest News

ନୂଆଦିଲ୍ଲୀ: ପୁରୀ ସହର ହେଉ କି ପିପିଲି ଅବା ତାମିଲନାଡୁରେ ଘଟୁଥିବା ହାଜତ ମୃତ୍ୟୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଆଜି ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ଦେଶର ସବୁ ପୁଲିସ୍‌ ଷ୍ଟେସନ, ସିବିଆଇ, ଏନଆଇଏ, ଏନସିବି ଓ ଇଡି ସେମାନଙ୍କ ପଚରାଉଚରା ରୁମ ଏବଂ ହାଜତରେ ସିସିଟିଭି କ୍ୟାମେରା ଓ ଅଡିଓ ରେକର୍ଡର ଲଗାଇବେ। ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ।

ତଦନ୍ତକାରୀ ଅଧିକାରୀଙ୍କ ହେପାଜତରେ ଦିନକୁ ଦିନ ଅଭିଯୁକ୍ତଙ୍କ ଉପରେ ନିର୍ଯାତନା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ଅଧୀନରେ ଥିବା ପୁଲିସ ଷ୍ଟେସନରେ ସିସିଟିଭି ଓ ଅଡିଓ ରେକର୍ଡର ବ୍ୟବସ୍ଥା କରିବେ। ସିକ୍ୟୁରିଟି କ୍ୟାମେରା ଏମିତି ସ୍ଥାନରେ ଖଞ୍ଜା ଯିବ ଯେମିତି ଏଥିରେ ହାଜତ ଠାରୁ ଆରମ୍ଭ କରି ପଚରାଉଚରା, ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଦୃଶ୍ୟମାନ ହେଉଥିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ଅଧିକାଂଶ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କୁ ସେମାନଙ୍କ ଅଫିସକୁ ଡାକି ବି ଜେରା କରୁଛନ୍ତି। ଯେଉଁ ଅଫିସରେ ଏଭଳି ଜେରା କରାଯାଉଥିବ, ସେଠାରେ ମଧ୍ୟ ସିସିଟିଭି ଲାଗିବ। କ୍ୟାମେରାଗୁଡ଼ିକ ପୁଲିସ୍‌ ଷ୍ଟେସନର ପ୍ରବେଶ, ପ୍ରସ୍ଥାନ, ହାଜତ, କରିଡର, ଲବି ଓ ରିସେପସନ ଅଞ୍ଚଳରେ ବି ଲାଗିବ। ଏହାବାଦ ସବ ଇନସପେକ୍ଟର ଓ ଇନସପେକ୍ଟରଙ୍କ ରୁମ ଓ ୱାଶରୁମ୍‌ ବାହାରେ ମଧ୍ୟ ଅଡିଓ ରେକର୍ଡର ସହ ସିସିଟିଭି ଲାଗିବ।

ଏହି ନିୟମ ସିବିଆଇ, ଏନଆଇଏ, ଏନସିବି, ଡିଆରଆଇ ଓ ଅନ୍ୟ ସମସ୍ତ ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଲାଗୁ ହେବ। ୧୮ ମାସ ଯାଏ ଏହି ସିସିଟିଭି ଫୁଟେଜକୁ ସଂରକ୍ଷଣ କରି ପ୍ରମାଣ ଭାବେ ରଖାଯିବ। ଏକ ନିରପେକ୍ଷ ପ୍ୟାନେଲ ନିୟମିତ ଭାବେ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଠାରୁ ଦରକାର ପଡ଼ିଲେ ସିସିଟିଭି ଫୁଟେଜ ଓ ଅଡିଓ ରେକର୍ଡିଂ ଆଣି ଯାଞ୍ଚ କରିପାରିବେ। ସେହିପରି କୌଣସି ତଦନ୍ତକାରୀ ସଂସ୍ଥା ମାନାବାଧିକାର ଉଲ୍ଲଙ୍ଘନ କରୁଛନ୍ତି କି ନାହିଁ, ତା’ର ମଧ୍ୟ ଖୋଳତାଡ଼ କରିବେ।

ଆସନ୍ତା ୬ ସପ୍ତାହ ମଧ୍ୟରେ ରାଜ୍ୟଗୁଡ଼ିକ କେବେ ଏହି ସବୁ କାମ ସାରିବେ ଓ ଏଥିପାଇଁ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି, ତା’ର ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆସନ୍ତା ଜାନୁଆରୀ ୨୭ରେ ମାମଲା ପରବର୍ତ୍ତୀ ଶୁଣାଣି କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story