ପ୍ରଥମଥର ପାଇଁ ଡିଜିଟାଲ ଜନଗଣନା, ଖର୍ଚ୍ଚ ହେବ କେତେ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନଗଣନା କାର୍ଯ୍ୟକ୍ରମ ପ୍ରଥମଥର ଦେଶରେ ଡିଜିଟାଲ ଉପାୟରେ କରାଯିବ। ଏଥିପାଇଁ ମୋଟ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ ଜନଗଣନା କରାଯିବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ […]

cd

cd

Hemant Lenka
  • Published: Monday, 01 February 2021
  • Updated: 01 February 2021, 02:21 PM IST

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟକ୍ରମ ପାଇଁ ବଜେଟ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନଗଣନା କାର୍ଯ୍ୟକ୍ରମ ପ୍ରଥମଥର ଦେଶରେ ଡିଜିଟାଲ ଉପାୟରେ କରାଯିବ। ଏଥିପାଇଁ ମୋଟ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ବଜେଟ୍‌ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଭାରତୀୟ ଇତିହାସରେ ପ୍ରଥମଥର ପାଇଁ ଡିଜିଟାଲ ଉପାୟରେ ଜନଗଣନା କରାଯିବ। ଏହି ଐତିହାସିକ କାର୍ଯ୍ୟକ୍ରମ ପାଇଁ ୩,୭୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୋବାଇଲ ଆପ୍ଲିକେସନ ଜରିଆରେ ଜନଗଣନା କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ।

ଦେଶରେ ଜନଗଣନା ପେନ୍‌ ଓ ପେପର୍‌ରେ କରାଯାଇ ଥାଏ। ହେଲେ ଏହାକୁ ଡିଜିଟାଲ ଉପାୟରେ କରିବାକୁ ବ୍ୟବସ୍ଥା ହୋଇଥିବା ସେ କହିଥିଲେ। ଶାହ ଆହୁରି କହିଥିଲେ, ନୂଆ କରି ଆରମ୍ଭ ହୋଇଥିବା ମୋବାଇଲ ଆପ୍‌ ଦ୍ୱାରା ଲୋକମାନେ ନିଜ ଆଡ଼ୁ ନିଜ ସମ୍ପର୍କରେ ତଥ୍ୟ ଅପଲୋଡ କରିପାରିବେ।

ସମଗ୍ର ଦେଶରେ ୧୬ଟି ଭାଷାରେ ଏହା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। କିନ୍ତୁ ବଜେଟ୍‌ରେ ଏହି ଡିଜିଟାଲ ଜନଗଣନା ପାଇଁ ୩,୭୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos