ରାମନବମୀରେ ହିଂସା ମାମଲାରେ ମମତାଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ: ରାମନବମୀ ଅବସରରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସା ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ସରକାର। ହିଂସା ହେବା ପରେ ରାଜ୍ୟରେ ଯେଉଁଭଳି ପରିସ୍ଥିତି ଉପୁଜିଛି, ସେନେଇ ସବିଶେଷ ରିପୋର୍ଟ ଦେବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।

କିପରି ଓ କେଉଁ ପରିସ୍ଥିତିରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା ହେଲା, ଏବଂ ଏଥିରେ ଜଣେ ବ୍ୟକ୍ତିଙ୍କର ପ୍ରାଣ ଗଲା, ତାର ସବିଶେଷ ରିପୋର୍ଟ ଦେବାକୁ କୁହାଯାଇଛି। ଏହାଛଡା କେନ୍ଦ୍ର ସରକାର ଆବଶ୍ୟକ ସ୍ଥଳେ ପଶ୍ଚିମବଙ୍ଗ ରାଜ୍ୟକୁ ପାରାମିଲିଟାରି ଫୋର୍ସ ଯୋଗାଇ ଦେବାକୁ ମଧ୍ୟ କହିଛନ୍ତି।

ରାମନବମୀ ଦିନ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ରାଣୀଗଞ୍ଜ ଅଞ୍ଚଳରେ ଶୋଭାଯାତ୍ରାକୁ ନେଇ ସଂଘର୍ଷ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ପୋଲିସ କର୍ମଚାରୀଙ୍କ ସମେତ ଏକାଧିକ ଆହତ ହୋଇଥିଲେ। ପୋଲିସ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୯ଜଣଙ୍କୁ ଗିରଫ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।