୨ ମିନିଟ୍‌ର ନୀରବ ପ୍ରାର୍ଥନା ପରେ ଆରମ୍ଭ ହେଲା ସରକାର-ଚାଷୀ ବୈଠକ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ସହ ଆଜି ସରକାର ୭ମ ରାଉଣ୍ଡ ବୈଠକ କରୁଛନ୍ତି। ଦିନ ୨ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ଆରମ୍ଭ ହୋଇଛି। ତେବେ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ। ତେବେ ପୂର୍ବରୁ ହୋଇଥିବା ୬ଟି ଯାକ ବୈଠକରେ ନୀରବ ପ୍ରାର୍ଥନା ହୋଇ ନଥିବା ବେଳେ ଆଜି କାହିଁକି ଏପରି ପଦକ୍ଷେପ […]

f

f

Hemant Lenka
  • Published: Monday, 04 January 2021
  • Updated: 04 January 2021, 04:21 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ସହ ଆଜି ସରକାର ୭ମ ରାଉଣ୍ଡ ବୈଠକ କରୁଛନ୍ତି। ଦିନ ୨ଟାରୁ ଦିଲ୍ଲୀର ବିଜ୍ଞାନ ଭବନରେ ଏହି ବୈଠକ ଆରମ୍ଭ ହୋଇଛି। ତେବେ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ।

ତେବେ ପୂର୍ବରୁ ହୋଇଥିବା ୬ଟି ଯାକ ବୈଠକରେ ନୀରବ ପ୍ରାର୍ଥନା ହୋଇ ନଥିବା ବେଳେ ଆଜି କାହିଁକି ଏପରି ପଦକ୍ଷେପ ନିଆଗଲା, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ଉତ୍ତର ଦେଇ କୃଷି ମନ୍ତ୍ରଣାଳୟ କହିଛି ଯେ ଦୀର୍ଘ ୩୮ ଦିନ ହେଲା ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ବେଳେ ଅନେକ ଅଘଟଣ ଘଟିଛି।

ଆନ୍ଦୋଳନ ବେଳେ ଅନେକ ଚାଷୀ ମଧ୍ୟ ପ୍ରାଣ ହରାଇଛନ୍ତି। ସେହି ମୃତ ଚାଷୀଙ୍କ ଆତ୍ମାର ସଦଗତି କାମନା କରି ଆଜି କୃଷ ସଂଗଠନର ପ୍ରତିନିଧି ଓ ସରକାରଙ୍କ ପ୍ରତିନିଧିମାନେ ବୈଠକ ପୂର୍ବରୁ ନୀରବ ପ୍ରାର୍ଥନା କରିଛନ୍ତି। କେନ୍ଦ୍ର ସରକାର ସର୍ବଦା ଚାଷୀଙ୍କ ସହ ରହିଛନ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ ଏହା ୭ମ ବୈଠକ। ଏହାପୂର୍ବରୁ ହୋଇଥିବା ୬ଟି ଯାକ ବୈଠକରେ ଉଭୟ ପକ୍ଷ ଦୀର୍ଘ ଘଣ୍ଟା ଧରି ଆଲୋଚନା କରିଥିଲେ ହେଁ କୌଣସି ଫଳାଫଳ ବାହାରି ପାରି ନଥିଲା। ଆଜିର ବୈଠକରେ ସରକାର ଚାଷୀମାନେ ଉଠାଇଥିବା ସମସ୍ତ ଦାବି ଉପରେ ବିସ୍ତୃତ ଭାବେ ଆଲୋଚନା କରି ସମାଧାନ କରିବେ ବୋଲି ଆଶାବାଦୀ ରହିଛନ୍ତି।

କିନ୍ତୁ ଚାଷୀମାନେ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ ଦାବିରେ ଅଟଳ ରହିଛନ୍ତି। ତେଣୁ ବୈଠକର ଫଳାଫଳ କେଉଁ ଦିଗରେ ଯାଉଛି, ତା’ ଉପରେ ସମସ୍ତଙ୍କର ନଜର ରହିଛି। ଆଜିର ବୈଠକରେ ୪୦ଟି ଚାଷୀ ସଂଗଠନର ପ୍ରତିନିଧୀଙ୍କ ସହ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ବାଣିଜ୍ୟ ତଥା ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ବରିଷ୍ଠ ଅଧିକାରୀମାନେ ଆଲୋଚନା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story