ନାଗରିକତା ସଂଶୋଧନ ଆଇନକୁ ନେଇ କେବେ ନିୟମ ପ୍ରଣୟନ କରିବେ ସରକାର

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବର ୧୨ରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ୨୦୨୦ ଜାନୁଆରୀ ୨୦ରୁ କାର୍ଯ୍ୟକାରୀ ହୋଇଛି। ତେବେ ସିଏଏ ଆଇନ କାର୍ଯ୍ୟକାରୀ ହେବାର ପ୍ରାୟ ଗୋଟିଏ ବର୍ଷ ବିତି ଯାଇଥିଲେ ହେଁ ସରକାର ଏହା ଉପରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିପାରି ନାହାନ୍ତି। ସିଏଏକୁ ନେଇ ଆଇନ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଥିବା ଆଜି କେନ୍ଦ୍ର ସରକାର ଲୋକସଭାକୁ ଅବଗତ କରାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ […]

dc

dc

Hemant Lenka
  • Published: Tuesday, 02 February 2021
  • Updated: 02 February 2021, 10:22 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ଡିସେମ୍ବର ୧୨ରେ କେନ୍ଦ୍ର ସରକାର ନାଗରିକତା ସଂଶୋଧନ ଆଇନକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାକୁ ୨୦୨୦ ଜାନୁଆରୀ ୨୦ରୁ କାର୍ଯ୍ୟକାରୀ ହୋଇଛି। ତେବେ ସିଏଏ ଆଇନ କାର୍ଯ୍ୟକାରୀ ହେବାର ପ୍ରାୟ ଗୋଟିଏ ବର୍ଷ ବିତି ଯାଇଥିଲେ ହେଁ ସରକାର ଏହା ଉପରେ କୌଣସି ପ୍ରକାରର ନିୟମ ପ୍ରଣୟନ କରିପାରି ନାହାନ୍ତି।

ସିଏଏକୁ ନେଇ ଆଇନ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଥିବା ଆଜି କେନ୍ଦ୍ର ସରକାର ଲୋକସଭାକୁ ଅବଗତ କରାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଗୋଟିଏ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ନାଗରିକତା ସଂ‌ଶୋଧନ ଆଇନ ୨୦୧୯ର ନିୟମ ପ୍ରସ୍ତୁତି କାର୍ଯ୍ୟ ଜାରି ରହିଛି।

ଲୋକସଭା ଓ ରାଜ୍ୟସଭାର ଅଧିନସ୍ଥ ଆଇନ କମିଟି ନିୟମ ପ୍ରସ୍ତୁତ କରିବାକୁ ଯଥାକ୍ରମେ ଏପ୍ରିଲ ୯ ଓ ଜୁଲାଇ ୯ ଯାଏ ସମୟ ଦେଇଛନ୍ତି। ଏହି ସମୟ ସୀମା ମଧ୍ୟରେ ଆଇନ ପ୍ରସ୍ତୁତ ହୋଇଯିବ। ଏହାପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହାକୁ ଉପସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

କୌଣସି ଆଇନ କାର୍ଯ୍ୟକାରୀ ହେବାର ୬ ମାସ ମଧ୍ୟରେ ଏସଂକ୍ରାନ୍ତ ନିୟମ ପ୍ରସ୍ତୁତ କରାଯାଇଥାଏ। ନିୟମରେ ଆହୁରି କୁହାଯାଇଛି, ଆଇନ କାର୍ଯ୍ୟକାରୀ ହେବାର ୬ ମାସ ମଧ୍ୟରେ ଯଦି ମନ୍ତ୍ରଣାଳୟ କିମ୍ବା ବିଭାଗ ନିୟମ ପ୍ରଣୟନ କରିପାରିବ ନାହିଁ, ତା’ହେଲେ ଲୋକସଭା ଓ ରାଜ୍ୟସଭାର ଅଧିନସ୍ଥ ଆଇନ କମିଟିକୁ ସମୟ ବୃଦ୍ଧି ପାଇଁ ଆବେଦନ କରିବ। ଏହି ସମୟ ସୀମା ୩ ମାସରୁ ଅଧିକ ହେବନାହିଁ। କିନ୍ତୁ ଏଥର କରୋନା ମହାମାରୀ ଚାଲିଥିବାରୁ ସରକାରଙ୍କୁ ସିଏଏ ଉପରେ ଆଇନ ପ୍ରଣୟନ କରିବାକୁ ଅଧିକ ସମୟ ମାଗିଥିଲା। କମିଟି ମଧ୍ୟ ସରକାରଙ୍କୁ ନିୟମ ପ୍ରଣୟନ କରିବାକୁ ବର୍ଦ୍ଧିତ ସମୟ ଦେଇଛି।

ଡିସେମ୍ବର ୨୦୧୯ ଅଗଷ୍ଟ ୫ରେ ରାଜ୍ୟସଭାରେ ନାଗରିକିତା ସଂଶୋଧନ ବିଲ୍‌ ଉପସ୍ଥାପନ କରାଯାଇଥିଲା। ବିତର୍କ ମଧ୍ୟରେ ଏହି ବିଲ୍‌ ପାସ୍‌ ହୋଇଥିଲା। ଏହାପରେ ଲୋକସଭା ପରେ ଏହା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନକ୍ରମେ ଆଇନରେ ପରିଣତ ହୋଇଥିଲା।

ଆଇନ ଅନୁଯାୟୀ, ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ରହୁଥିବା ଅଣ ମୁସିଲମ ନାଗରିକଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଏହି ୩ ଦେଶରୁ ଆସିଥିବା ଅଣ ମୁସଲିମ ନାଗରିକଙ୍କୁ ଭାରତର ନାଗରିକତା ମିଳିବ। ଏଥିରେ ମୁସିଲମ ନାଗରିକ ନଥିବାରୁ ସମଗ୍ର ଦେଶରେ ଏହାକୁ ବିରୋଧ କରାଯାଇଥିଲା।

୨୦୧୯ ଶେଷ ଭାଗରେ ସିଏଏ ବିରୋଧରେ ଦିଲ୍ଲୀର ଶାହିନ ବାଗରେ ଲୋକମାନେ ବିକ୍ଷୋଭ ଆରମ୍ଭ କରିଥିଲେ। କରୋନା ସଂକ୍ରମଣ ପାଇଁ ଲକଡାଉନ ଲାଗୁ ହେବାରୁ ସେମାନଙ୍କୁ ଦିଲ୍ଲୀ ରାସ୍ତାରୁ ହଟିବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story