ଚୀନ ସେନା ଲିଙ୍କରେ ଭାରତରେ କାର୍ଯ୍ୟରତ ଏକାଧିକ କମ୍ପାନୀ

ନୂଆଦିଲ୍ଲୀ: ଭାରତରେ ଚାଇନା ଚଳାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି। ଭାରତରେ କାର୍ଯ୍ୟକ୍ଷମ ଏକାଧିକ ଚାଇନିଜ୍‌ କମ୍ପାନୀ ବିଷୟରେ ଭାରତ ସରକାର ଆଜି ନୂଆ ତଥ୍ୟ ହାସଲ କରିଛନ୍ତି। ଭାରତରେ ରହି ଚାଇନାର ପିପୁଲ୍ସ ଲିବେରେସନ ଆର୍ମି (ପିଏଲଏ) ସହ ସମ୍ପର୍କ ରଖି କାମ କରୁଥିବା ଏକାଧିକ କମ୍ପାନୀ ଆଜି ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ଭାରତ ସରକାର ଜାତୀୟ ସୁରକ୍ଷା ବିପଦ ସୃଷ୍ଟି କରିଥିବା ଅଭିଯୋଗରେ ଟିକଟକ ସହ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିଲେ। ଏବେ ଭାରତରେ ଅବସ୍ଥାପିତ ଚାଇନିଜ କମ୍ପାନୀଗୁଡ଼ିକ ପିଏଲଏ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡ଼ିଛି।

୨୦୧୭ ଜୁନ୍‌ ମାସରେ ଚାଇନାରେ ନୂଆ ଗୁଇନ୍ଦା ଆଇନ ପାସ୍‌ ହୋଇଥିଲା। ଏହି ଆଇନ ବଳରେ ବିଭିନ୍ନ କମ୍ପାନୀଙ୍କୁ ସନ୍ଦିଗ୍ଦ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଅଧିକାର ମିଳିଛି। ହୁୱେଇ, ଟିକଟକ, ଜେଡ୍‌ଟିଇ ଭଳି ଏକାଧିକ ଚାଇନିଜ କମ୍ପାନୀଗୁଡ଼ିକ ଚାଇନାର ଗୁଇନ୍ଦା ବିଭାଗ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଆସୁଛି। ସେମାନେ ଯେଉଁ ଦେଶରେ କାମ କରିବେ, ଏହାର କିଛି ଗୁପ୍ତ ତଥ୍ୟ ପିଏଲଏକୁ ଦେବେ ବୋଲି ମଧ୍ୟ ବ୍ୟବସ୍ଥା ହୋଇଥିବା ଜଣାପଡ଼ିଛି।

ଭାରତରେ କାର୍ଯ୍ୟକ୍ଷମ ହେଉଥିବା Xindia Steels Ltd ଭାରତ ସହ ମିଶି କର୍ଣ୍ଣାଟକାରେ ୨୫୦ କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଛି। ୦.୮ଏମଟିପିଏ ଆଇରନ ଓର ପ୍ଲେଟ ନିର୍ମାଣ କାମରେ କମ୍ପାନୀ ନୟୋଜିତ ରହିଛି। ସେହିପରି ଛତିଶଗଡ଼ରେ Xinxing Cathay International Group ଏକ ହଜାର କୋଟି ଟଙ୍କାର ପ୍ରକଳ୍ପରେ ଭାଗିଦାରୀ ରହିଛି। ଏହାବାଦ China Electronics Technology Group Corporation (CETC) ମଧ୍ୟ ଭାରତରେ ବିଭିନ୍ନ ପ୍ରକଳ୍ପ କାମରେ ସାମିଲ ହୋଇଛି। ଏମାନଙ୍କୁ ଆଜି ଭାରତ ସରକାର ଚିହ୍ନଟ କରିଛନ୍ତି। ହୁୱେଇ ମଧ୍ୟ ପିଏଲଏ ସହ ସମ୍ପର୍କ ରଖିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ୧୨୭ କୋଟି ଟଙ୍କା ମୂଲ୍ୟର ଫ୍ଲାଟ ସିଜ୍‌

‘ମୋଦି ବି ମୋ ପୁଅ’ ବୋଲି କହିଲେ ଶାହୀନ ବାଗ ଦାଦି

ବଡ଼ ଧରଣର ଭୂକମ୍ପରେ ଥରିଲା ଲଦାଖ

ହାତରେ ମଣିଷର ଖପୁରୀ ଓ ବେକରେ ଶିକୁଳି ବାନ୍ଧି ଚାଷୀ ବିଲ୍‌କୁ କୃଷକଙ୍କ ବିରୋଧ

କ୍ଷମା ମାଗିଲେ କିମ୍ ଜଙ୍ଗ ଉନ

କରୋନା ଭୟରେ ବ୍ୟକ୍ତି ଏଭଳି ନେଲେ ଷ୍ଟିମ୍, ଲୋକେ କହିଲେ ‘ନୋବେଲ୍ ପୁରସ୍କାର ମିଳୁ’

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ୪ ଘଣ୍ଟା ଘାଣ୍ଟିଲା ଏନସିବି, ରିୟାଙ୍କ ସମ୍ପର୍କରେ ରଖିଲେ ବଡ଼ ବୟାନ

୨୦ ହଜାର କୋଟି ଟଙ୍କାର ମାମଲା ଜିତିଲା ଭୋଡାଫୋନ, ହାରିଗଲେ ସରକାର

ଏଥିପାଇଁ ବନ୍ଦ ହେବାକୁ ଯାଉଛି ‘ୟେ ରିସ୍ତେ ପ୍ୟାର୍ କେ’

ମହାମାରୀ ସମୟରେ ନିର୍ବାଚନ: କ’ଣ ରହିଛି ସବୁ ନୂଆ ନିୟମ ପଢ଼ନ୍ତୁ

ସର୍ଭେ କହିଲା-ଖୁସି ନୁହନ୍ତି ଓଡ଼ିଶାବାସୀ, ଦେଶରେ ସବୁଠୁ ପଛୁଆ