କରୋନା: ୫୦% କେନ୍ଦ୍ରୀୟ କର୍ମଚାରୀ ଘରେ ବସି କାମ କରିବେ

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ବି ଓ ସି ଶ୍ରେଣୀର ୫୦% କେନ୍ଦ୍ରୀୟ କର୍ମଚାରୀ ହିଁ ଅଫିସକୁ ଆସିବେ ଓ ବାକି ୫୦% କର୍ମଚାରୀ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି କର୍ମଚାରୀଙ୍କ କାମ କରିବା ସମୟକୁ ମଧ୍ୟ ଅଦଳ ବଦଳ କରିବାକୁ କୁହାଯାଇଛି। ସରକାରୀ ଅଫିସରେ ଯେମିତି ଅଧିକ ଭିଡ଼ ନ ଜମିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ବିଭାଗର ମୁଖ୍ୟ […]

nr

nr

Hemant Lenka
  • Published: Thursday, 19 March 2020
  • Updated: 19 March 2020, 04:31 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ବି ଓ ସି ଶ୍ରେଣୀର ୫୦% କେନ୍ଦ୍ରୀୟ କର୍ମଚାରୀ ହିଁ ଅଫିସକୁ ଆସିବେ ଓ ବାକି ୫୦% କର୍ମଚାରୀ ଘରେ ବସି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି କର୍ମଚାରୀଙ୍କ କାମ କରିବା ସମୟକୁ ମଧ୍ୟ ଅଦଳ ବଦଳ କରିବାକୁ କୁହାଯାଇଛି। ସରକାରୀ ଅଫିସରେ ଯେମିତି ଅଧିକ ଭିଡ଼ ନ ଜମିବ, ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ବିଭାଗର ମୁଖ୍ୟ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, କର୍ମଚାରୀମାନେ ପର୍ଯ୍ୟାୟକ୍ରମେ ଘରୁ ଓ ଅଫିସରେ ରହି କାମ କରିବେ। ୪ ଏପ୍ରିଲ ଯାଏ ଏଭଳି ନିୟମ ଲାଗୁ ହେବ। ତେବେ ଯେଉଁ ସରକାରୀ କର୍ମଚାରୀମାନେ କରୋନା ଭାଇରସ ମୁକାବିଲା ପାଇଁ ଗଠିତ ଟିମ୍‌ ବା ଅନ୍ୟ ଯେ କୌଣସି କାର୍ଯ୍ୟରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବନାହିଁ।

ସେମାନେ ପୂର୍ବଭଳି ନିଜ କାମ ଜାରି ରଖିବେ। ଗ୍ରୁପ୍‌ ଏ’ର କର୍ମଚାରୀମାନେ ପ୍ରତିଦିନ ପୂର୍ବଭଳି ଅଫିସ ଆସିବେ। ଅଫିସ ଆସିବାକୁ ଥିବା କର୍ମଚାରୀମାନଙ୍କ ପ୍ରଥମ ଶିଫ୍ଟ ୯ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ଶିଫ୍ଟ ୯.୩୦ରୁ ଓ ତୃତୀୟ ଶିଫ୍ଟ ୧୦ଟାରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos