କୃଷି ଆଇନକୁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ରାଜି, ସୁପ୍ରିମକୋର୍ଟକୁ ଦେବେ ସତ୍ୟପାଠ

ନୂଆଦିଲ୍ଲୀ: ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ କୃଷି ଆଇନକୁ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ବାଟ ଫିଟିଛି। ଆଜି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ନିକଟରେ ଆସିଥିବା ୩ଟି ଯାକ କୃଷି ଆଇନକୁ ଆଗାମୀ ଦେଢ଼ ବର୍ଷ ପାଇଁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାର ରାଜି ଥିବା କହିଛନ୍ତି। ଏପରି କି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବୈଠକ ପରେ […]

v

v

Hemant Lenka
  • Published: Wednesday, 20 January 2021
  • Updated: 20 January 2021, 09:15 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀ ସଂଗଠନ ଓ ସରକାରଙ୍କ ମଧ୍ୟରେ କୃଷି ଆଇନକୁ ଚାଲିଥିବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ବାଟ ଫିଟିଛି। ଆଜି ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିବା ବେଳେ ନିକଟରେ ଆସିଥିବା ୩ଟି ଯାକ କୃଷି ଆଇନକୁ ଆଗାମୀ ଦେଢ଼ ବର୍ଷ ପାଇଁ କାର୍ଯ୍ୟକାରୀ ନ କରିବାକୁ କେନ୍ଦ୍ର ସରକାର ରାଜି ଥିବା କହିଛନ୍ତି। ଏପରି କି ଏ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ବୈଠକ ପରେ ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।

ପୂର୍ବରୁ ୩ଟି ଯାକ କୃଷି ଆଇନକୁ ଉଚ୍ଛେଦ କରିଥିବାକୁ ଦାବି କରୁଥିବା ଚାଷୀ ସଂଗଠନ କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଉପରେ ବିଚାର କରି ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସର୍ବ ଭାରତୀୟ କିଷାନ ସଭାର ବାଲକିଷ୍ଣ ସିଂହ ବରାର କହିଛନ୍ତି, ଆଜି ୧୦ମ ରାଉଣ୍ଡ ବୈଠକ ବେଳେ ସରକାର ଆମ ଆଗରେ ନୂଆ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି।

ସରକାର ଚାଷୀମାନଙ୍କ ସମସ୍ୟାକୁ ବୁଝିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ କରିବେ। ଏହି କମିଟି ଆମ ଦାବିର ବିଚାର କରିବ। ଏଥିସହ କମିଟି ୩ଟି ଯାକ କୃଷି ଆଇନକୁ ମଧ୍ୟ ବିଚାର କରିବ। କମିଟି ତା’ର ସମୀକ୍ଷା ଶେଷ କରିବା ଯାଏ କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି କହିଛନ୍ତି। ସମସ୍ତ ୩ଟି ଯାକ ଆଇନ ଆସନ୍ତା ଦେଢ଼ ବର୍ଷ ଯାଏ ସ୍ଥଗିତ ହୋଇ ରହିବ ବୋଲି ସରକାର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅବଶ୍ୟ ଆଜି ସରକାରଙ୍କ ଏହି ପ୍ରସ୍ତାବରେ ଆମେ ଆଜି କୌଣସି ନିଷ୍ପତ୍ତି ନେଇ ନାହୁଁ। ଆମେ ଏବେ ବି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛୁ। ଆମେ ପୁଣିଥରେ ବିଭିନ୍ନ ଚାଷୀ ସଂଗଠନ ସହ ଏ ବିଷୟରେ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ପୁଣିଥରେ ଆନ୍ଦୋଳନରତ ଚାଷୀ ଓ ସରକାରଙ୍କ ମଧ୍ୟରେ ଆସନ୍ତା ୨୨ ତାରିଖରେ ବୈଠକ ବସିବ। ଏହି ବୈଠକରେ ସରକାର ଆଜି ଦେଇଥିବା ପ୍ରସ୍ତାବ ଉପରେ ଚାଷୀ ସଂଗଠନ ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇବେ। ଆସନ୍ତାକାଲି ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ଡକା ଯାଇଛି। ଆଜି ସରକାର ଦେଇଥିବା ପ୍ରସ୍ତାବ ଉପରେ ଏହି ବୈଠକରେ ଆଲୋଚନା ହେବ। ବୈଠକର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, “ମୁଁ ଭାବୁଛି ଚାଷୀ ସଂଗଠନ ସହ ଆଲୋଚନା ଠିକ ବାଟରେ ଚାଲିଛି। ମୋର ଆଶା ୨୨ ତାରିଖରେ ନିଶ୍ଚିତ ସମାଧାନର ବାଟ ବାହାରିବ। ଆଲୋଚନା ବେଳେ କୃଷି ଆଇନକୁ ବର୍ଷେ କିମ୍ବା ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ ଆମେ ରାଜି ଥିବା ଚାଷୀମାନଙ୍କୁ ଜଣାଇଛୁ। ମୁଁ ବହୁତ ଖୁସି ଯେ ଚାଷୀମାନେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ସେମାନେ ଆମ ପ୍ରସ୍ତାବ ଉପରେ ଆସନ୍ତାକାଲି ବିଚାର କରିବେ ଓ ୨୨ ତାରିଖରେ ଆମକୁ ଏ ବିଷୟରେ ଅବଗତ କରାଇବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story