ଟିକା ପାଇଁ ସରକାର ପ୍ରସ୍ତୁତ, ଏୟାରପୋର୍ଟରେ ସଜବାଜ

ନୂଆଦିଲ୍ଲୀ: କରୋନାକୁ ମାତ ଦେବାକୁ ଖୁବଶୀଘ୍ର ଟିକା ଭାରତ ସରକାରଙ୍କ ପାଖରେ ପହଞ୍ଚିବ। ପ୍ରଥମ ଦଫାରେ ଆସିବାକୁ ଥିବା ୩ କୋଟି ଟିକାର ସଂରକ୍ଷଣ ପାଇଁ ଭାରତ ପାଖରେ ଥିବା କୋଲ୍ଡ ଚେନ୍‌ ବ୍ୟବସ୍ଥା ସକ୍ଷମ। ଏହି ୩ କୋଟି ଟିକାକୁ ଫ୍ରଣ୍ଟ ଲାଇନ ୱାର୍କର ଓ ମେଡିକାଲ କର୍ମଚାରୀଙ୍କୁ ଦିଆଯିବ। ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କୁ ମଧ୍ୟ ପ୍ରଥମ ଦଫାରେ ଟିକା ଦେବାକୁ ସରକାର ପ୍ରସ୍ତୁତ ବୋଲି ଆଜି କହିଛନ୍ତି। ସରକାରଙ୍କ ଏହି ଘୋଷଣା ପରେ […]

u

u

Hemant Lenka
  • Published: Tuesday, 08 December 2020
  • Updated: 08 December 2020, 09:54 PM IST

Sports

Latest News

ନୂଆଦିଲ୍ଲୀ: କରୋନାକୁ ମାତ ଦେବାକୁ ଖୁବଶୀଘ୍ର ଟିକା ଭାରତ ସରକାରଙ୍କ ପାଖରେ ପହଞ୍ଚିବ। ପ୍ରଥମ ଦଫାରେ ଆସିବାକୁ ଥିବା ୩ କୋଟି ଟିକାର ସଂରକ୍ଷଣ ପାଇଁ ଭାରତ ପାଖରେ ଥିବା କୋଲ୍ଡ ଚେନ୍‌ ବ୍ୟବସ୍ଥା ସକ୍ଷମ। ଏହି ୩ କୋଟି ଟିକାକୁ ଫ୍ରଣ୍ଟ ଲାଇନ ୱାର୍କର ଓ ମେଡିକାଲ କର୍ମଚାରୀଙ୍କୁ ଦିଆଯିବ। ବହୁବିଧ ରୋଗରେ ପୀଡ଼ିତ ବୟସ୍କଙ୍କୁ ମଧ୍ୟ ପ୍ରଥମ ଦଫାରେ ଟିକା ଦେବାକୁ ସରକାର ପ୍ରସ୍ତୁତ ବୋଲି ଆଜି କହିଛନ୍ତି।

ସରକାରଙ୍କ ଏହି ଘୋଷଣା ପରେ ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟରେ ଟିକାର ନେବା ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉଭୟ ଏୟାରପୋର୍ଟର ଅଧିକାରୀମାନେ ତାମପାତ୍ରା ନିୟନ୍ତ୍ରଣ କରିପାରୁଥିବା କଣ୍ଟେନର ଓ ଜୋନ୍ସ ତିଆରି କରି ସାରିଲେଣି। ଏହାଦ୍ୱାରା କୋଟି କୋଟି କରୋନା ଟିକାର ଡୋଜ୍‌ ସଂରକ୍ଷଣ ହୋଇ ରହିପାରିବ। କୁହାଯାଉଛି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହୋଇଯିବ।

ଦିଲ୍ଲୀ ଓ ହାଇଦ୍ରାବାଦ ଏୟାରପୋର୍ଟ ଫାର୍ମା, ଟିକାର ସଂରକ୍ଷଣ ଓ ପ୍ରୋସାସିଂ ଜୋନକୁ ପୂର୍ବରୁ ହିଁ ବିକଶିତ କରି ରଖିଛନ୍ତି। ଏଠାରେ ସ୍ୱତନ୍ତ୍ର ଥଣ୍ଡା ଚ୍ୟାମ୍ବର ମଧ୍ୟ ତିଆରି କରାଯାଇଛି। ଏହି ଚ୍ୟାମ୍ବରରେ ତାପମାତ୍ରାକୁ ମାଇନ୍ସ ୨୦ ଡିଗ୍ରୀ କରାଯାଇ ପାରିବାର ବ୍ୟବସ୍ଥା ରହିଛି।

ସେହିପରି ଟିକାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରଲି ଉପଲବ୍ଧ ହେବ। ଏହାକୁ କାର୍ଗୋ ଟର୍ମିନାଲରୁ ବିମାନ ପାଖକୁ ନେବା ବେଳେ ବ୍ୟବହାର କରାଯିବ। ଉଭୟ ଏୟାରପୋର୍ଟ ମହାମାରୀ କରୋନା ବେଳେ ଲକ୍ଷଲକ୍ଷ ସଂଖ୍ୟାରେ ପିପିଇ କିଟ୍‌ ଓ ମେଡିକାଲ ଇକ୍ୟୁପମେଣ୍ଟ ପରିବହନ କରିଥିଲେ। ଏଥର ଟିକାର ପରିବହନ ବେଳେ ଯେତେ କମ ସଂଖ୍ୟକ ଲୋକଙ୍କୁ ନେଇ ଏହା କରାଯାଇ ପାରିବ, ତା’ର ଯୋଜନା ହୋଇଛି। ସେହିପରି ଟିକାକୁ ଯେମିତି କେହି ସ୍ପର୍ଶ କରିପାରିବେନି, ତା’ର ମଧ୍ୟ ବ୍ୟବସ୍ଥା ହୋଇଛି।

ଅନ୍ୟପକ୍ଷରେ ବୁଧବାର ସେରମ ଓ ଭାରତ ବାୟୋଟେକ କରୋନା ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଯେଉଁ ଆବେଦନ କରିଛନ୍ତି, ତା’ର ସମୀକ୍ଷା କରିବା ପାଇଁ ଡିସିଜିଆର ବୈଠକ ବସିବ। ସବୁ ରିପୋର୍ଟକୁ ତର୍ଜମା କରିବା ପରେ ଦୁଇଟି ଯାକ ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos