ନେତାଜୀଙ୍କ ପାଇଁ କମିଟିରେ ମୋଦି-ନବୀନ-ମମତା

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିନକୁ ଅତ୍ୟନ୍ତ ଭବ୍ୟ କରିବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଜାନୁଆରୀ ୨୩ରେ ନେତାଜୀଙ୍କ ଜୟନ୍ତୀ। ଏଥିପାଇଁ ବର୍ଷ ତମାମ ବିଭନ୍ନ କାର୍ଯ୍ୟକ୍ରମ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮୫ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ତତ୍ତ୍ୱାବଧାନରେ ହିଁ ନେତାଜୀଙ୍କ ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହେବ, ତା’ର ନିଷ୍ପତ୍ତି ନିଆଯିବ। […]

c

c

Hemant Lenka
  • Published: Saturday, 09 January 2021
  • Updated: 09 January 2021, 10:35 PM IST

Sports

Latest News

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମଦିନକୁ ଅତ୍ୟନ୍ତ ଭବ୍ୟ କରିବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଜାନୁଆରୀ ୨୩ରେ ନେତାଜୀଙ୍କ ଜୟନ୍ତୀ। ଏଥିପାଇଁ ବର୍ଷ ତମାମ ବିଭନ୍ନ କାର୍ଯ୍ୟକ୍ରମ ହେବ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୮୫ ଜଣିଆ କମିଟି ଗଠନ କରିଛନ୍ତି।

ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ତତ୍ତ୍ୱାବଧାନରେ ହିଁ ନେତାଜୀଙ୍କ ପାଇଁ କ’ଣ ସବୁ କାର୍ଯ୍ୟକ୍ରମ ହେବ, ତା’ର ନିଷ୍ପତ୍ତି ନିଆଯିବ। ଏହି କମିଟିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରହିଛନ୍ତି।

ସବୁ ଦଳର ନେତା, ଏକାଧିକ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନେତାଜୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ନିକଟରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ ଓ ସାଂସଦ ସୁନୀଲ ମଣ୍ଡଳଙ୍କୁ ମଧ୍ୟ ନେତାଜୀଙ୍କ ପାଇଁ ଗଠିତ କମିଟିରେ ସାମିଲ କରାଯାଇଛି।

କମିଟିରେ ଥିବା ପ୍ରମୁଖ ବ୍ୟକ୍ତିମାନେ ହେଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର, ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ, ଏଚଡି ଦେବଗୌଡ଼ା, ଏନସିପି ମୁଖ୍ୟ ଶରଦ ପାୱାର, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ପ୍ରମୁଖ ରହିଛନ୍ତି।

ଗୋଟିଏ ବର୍ଷ ଧରି ଦିଲ୍ଲୀ, କୋଲକାତା ଓ ଦେଶ ବିଭିନ୍ନ ପ୍ରାନ୍ତରେ ନେତାଜୀଙ୍କ ପାଇଁ କାର୍ଯ୍ୟକ୍ରମ ହେବ। ବିଶେଷ କରି ନେତାଜୀ ଓ ତାଙ୍କ ଇଣ୍ଡିଆନ ନ୍ୟାଶନାଲ ଆର୍ମି ବା ଆଜଦ ହିନ୍ଦ ଫୌଜ ସହ ସମ୍ପର୍କ ରଖିଥିବା ସ୍ଥାନ ଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଭାରତ ବାହାରେ ମଧ୍ୟ ନେତାଜୀଙ୍କ ପାଇଁ ସବୁ ପ୍ରକାରର କାର୍ଯ୍ୟକ୍ରମ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି କମିଟିରେ ନେତାଜୀଙ୍କ ଝିଅ ଅନୀତା ବୋଷ, ପୁତୁରା ଅର୍ଦ୍ଧେନ୍ଧୁ ବୋଷ, ଚନ୍ଦ୍ର କୁମାର ବୋଷ ଓ ରେଣୁକା ମାଲେକର ମଧ୍ୟ ରହିଛନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଏନଏ ଟ୍ରଷ୍ଟର ଚେୟାରମ୍ୟାନ ବ୍ରିଗେଡିୟର(ଅବସର) ଆରଏସ୍‌ ଚିକାରାଙ୍କୁ ମଧ୍ୟ ୮୫ ଜଣିଆ କମିଟିରେ କେନ୍ଦ୍ର ସରକାର ରଖିଛନ୍ତି।

ଏହି ଉଚ୍ଚସ୍ତରୀୟ କମିଟିରେ ଅଭିନେତ୍ରୀ କାଜୋଲ,ଅଭିନେତା ମିଥୁନ ଚକ୍ରବର୍ତ୍ତୀ, ଫିଲ୍ମ ନିର୍ମାତା କୌଶିକ ଗାଙ୍ଗୁଲି, ଫୁଟବଲର ସୁବ୍ରତ ଭଟ୍ଟାଚାର୍ଯ୍ୟ,  ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ଓ ପ୍ରଖ୍ୟାତ ସଂଗୀତଜ୍ଞ ଏଆର ରହମନଙ୍କୁ ନିଯୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos