କିରଣ ଖେରଙ୍କ ପ୍ରାର୍ଥିତ୍ୱକୁ ନେଇ ବିଜେପିରେ ଝଡ଼ !

ଚଣ୍ଡିଗଡ଼: ଅଭିନେତ୍ରୀରୁ ନେତ୍ରୀ ବନିଥିବା କିରଣ ଖେରଙ୍କୁ ପୁଣିଥରେ ଚଣ୍ଡିଗଡ଼ରୁ ପ୍ରାର୍ଥୀ କରାଯିବାକୁ ନେଇ ଏବେ ଚଣ୍ଡିଗଡ଼ ବିଜେପିରେ ବଡ଼ ଫାଟ ସୃଷ୍ଟି ହୋଇଛି। ବିଜେପିରର ପଞ୍ଜାବ ମୁଖ୍ୟଙ୍କ ସମେତ ଏକାଧିକ ରାଜ୍ୟସ୍ତରୀୟ ନେତା କିରଣଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ଆରମ୍ଭ କରିଛନ୍ତି। କିରଣ ୨୦୧୪ରେ ଏଠାରୁ ଜିତିଥିଲେ। କିନ୍ତୁ ଏଥର ତାଙ୍କୁ ଟିକେଟ୍‌ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିକେଟ୍‌ ଦେଇଥିଲା। ଏହାକୁ ନେଇ ବିଜେପିର ରାଜ୍ୟ […]

sw

sw

Hemant Lenka
  • Published: Friday, 10 May 2019
  • Updated: 10 May 2019, 05:21 PM IST

Sports

Latest News

ଚଣ୍ଡିଗଡ଼: ଅଭିନେତ୍ରୀରୁ ନେତ୍ରୀ ବନିଥିବା କିରଣ ଖେରଙ୍କୁ ପୁଣିଥରେ ଚଣ୍ଡିଗଡ଼ରୁ ପ୍ରାର୍ଥୀ କରାଯିବାକୁ ନେଇ ଏବେ ଚଣ୍ଡିଗଡ଼ ବିଜେପିରେ ବଡ଼ ଫାଟ ସୃଷ୍ଟି ହୋଇଛି। ବିଜେପିରର ପଞ୍ଜାବ ମୁଖ୍ୟଙ୍କ ସମେତ ଏକାଧିକ ରାଜ୍ୟସ୍ତରୀୟ ନେତା କିରଣଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ଆରମ୍ଭ କରିଛନ୍ତି। କିରଣ ୨୦୧୪ରେ ଏଠାରୁ ଜିତିଥିଲେ।

କିନ୍ତୁ ଏଥର ତାଙ୍କୁ ଟିକେଟ୍‌ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଶେଷ ମୁହୂର୍ତ୍ତରେ ଦଳ ତାଙ୍କୁ ଟିକେଟ୍‌ ଦେଇଥିଲା। ଏହାକୁ ନେଇ ବିଜେପିର ରାଜ୍ୟ ମୁଖ୍ୟ ସଞ୍ଜୟ ଟଣ୍ଡନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରି କି ସଞ୍ଜୟ ଏହି ଆସନରୁ ଆଉ ଏକ ପ୍ରାର୍ଥୀ ଦେବେ ବୋଲି ଚର୍ଚ୍ଚା ହେଉଛି।

୬୩ ବର୍ଷୀୟ କିରଣ ଏବେ ଉଭୟ ଦଳ ଭିତରୁ ଏବଂ ବାହାରୁ ଚାପର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଏହା ତାଙ୍କ ପ୍ରଚାରରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହା ପୂର୍ବରୁ କିରଣଙ୍କ ସ୍ୱାମୀ ତଥା ବିଶିଷ୍ଟ ଅଭିନେତା ଅନୁପମ୍ ଖେର ପ୍ରଚାର କରିବା ସମୟରେ ଏକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।

ସେ ପ୍ରଚାର କରିବା ସମୟରେ ଜଣେ ଦୋକାନୀ ବିଜେପି ୨୦୧୪ରେ ପ୍ରକାଶ କରିଥିବା ପ୍ରତିଶ୍ରୁତି ପତ୍ରକୁ ତାଙ୍କୁ ଦେଖାଇ ଏଥିରୁ କ'ଣ କ’ଣ ପୂରଣ କରିଛ ବୋଲି ପ୍ରଶ୍ନ କରିଥିଲେ।

ସେହିପରି ବିଜେପି ମୁଖ୍ୟ ଅମିତ ଶାହ ଏକ ସଭାରେ ଭାଷଣ ଦେଉଥିବା ବେଳେ ଲୋକମାନେ ଅଧାରୁ ଉଠି ଚାଲି ଯାଇଥିଲେ। ଏହାକୁ ନେଇ ଏବେ ବିଜେପି ଚିନ୍ତାରେ ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos