ଛତିଶଗଡ଼ ରାଜ୍ୟପାଳଙ୍କ ଦେହାନ୍ତ

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ବିଆର୍‌ ଆମ୍ବେଦକର ମେମୋରିଆଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅପରାହ୍ଣ ସମୟରେ ଶ୍ରୀ ଟଣ୍ଡନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ଜନସଂଘର ଅନ୍ୟତମ […]

balramji-dass-tandon

balramji-dass-tandon

Ordigital Desk
  • Published: Tuesday, 14 August 2018
  • Updated: 14 August 2018, 05:39 PM IST

Sports

Latest News

ରାୟପୁର: ଛତିଶଗଡ଼ର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ବଳରାମଜୀ ଦାସ ଟଣ୍ଡନ୍‌ଙ୍କ ଆଜି ଚିକିତ୍ସାଧୀନ ଅବସ୍ଥାରେ ରାୟପୁରର ଏକ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ନିକଟସ୍ଥ ବିଆର୍‌ ଆମ୍ବେଦକର ମେମୋରିଆଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ବେଳେ ଅପରାହ୍ଣ ସମୟରେ ଶ୍ରୀ ଟଣ୍ଡନ୍‌ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଭାବେ ଶ୍ରୀ ଟଣ୍ଡନ୍‌ ବେଶ ଜଣାଶୁଣା ଥିଲେ। ପରବର୍ତ୍ତୀ ଅବସ୍ଥାରେ ଜନସଂଘ ଭାରତୀୟ ଜନତା ପାର୍ଟିରେ ରୂପାନ୍ତରିତ ହୋଇଥିଲା।

୨୦୧୪ରେ ଶ୍ରୀ ଟଣ୍ଡନ୍‌ଙ୍କୁ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଦୀର୍ଘଦିନର ରାଜନୀତିକ କ୍ୟାରିଅର ମଧ୍ୟରେ ଶ୍ରୀ ଟଣ୍ଡନ୍‌ ଅନେକ ପଦଦବୀରେ ରହିଥିଲେ। ୬ ଥର ବିଧାୟକ ହୋଇଥିବା ଶ୍ରୀ ଟଣ୍ଡନ୍‌ ଜରୁରୀକାଳୀନ ପରିସ୍ଥିତି ସମୟରେ ୧୯୭୫ରୁ ୧୯୭୭ ଯାଏ ଜେଲ୍‌ରେ ରହିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos