କ୍ଷମା ମାଗିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ପଞ୍ଜାବୀ ଓ ଜାଠ୍‌ ସଂପ୍ରଦାୟର ଲୋକଙ୍କ ପ୍ରତି ଅତ୍ୟନ୍ତ କଟୁ ମନ୍ତବ୍ୟ ଦେଇ ଅପମାନିତ କରିଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ବିବାଦ ବଢ଼ିବାରୁ ଆଜି ବିପ୍ଳବ ଦେବ ଟ୍ୱିଟ ଯୋଗେ କ୍ଷମା ମାଗିଛନ୍ତି।

ସେ ଆଜି କହିଛନ୍ତି, “ଏହି ଦୁଇ ସଂପ୍ରଦାୟରେ ମୋର ଅନେକ ବନ୍ଧୁ ରହିଛନ୍ତି। ଯଦି ବି କେହି ମୋ ବୟାନରେ ଆଘାତ ପାଇଥାଆନ୍ତି, ତା’ହେଲେ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଜାଠ୍‌ ଓ ପଞ୍ଜାବୀ ଭାଇମାନଙ୍କ ସମ୍ପର୍କରେ କିଛି ଶବ୍ଦ ପ୍ରୟୋଗ କରିଥିଲି। କୌଣସି ସଂପ୍ରଦାୟର ଲୋକଙ୍କୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ମୁଁ ଉଭୟ ପଞ୍ଜାବୀ ଓ ଜାଠଙ୍କ ପାଇଁ ଗର୍ବିତ। ମୁଁ ସେମାନଙ୍କ ସହ ବହୁତ ଦିନ ଧରି ରହିଛି।”

ପୂର୍ବରୁ ବି ଅନେକ ଥର ବିପ୍ଳବ ଦେବ ବିବାଦୀୟ ବୟାନ ଦେବାର ନଜର ରହିଛି। ନିକଟରେ ସେ କହିଥିଲେ “ହରିଆଣାରେ ଅନେକ ଜାଠ ସଂପ୍ରଦାୟର ଲୋକ ରହିଛନ୍ତି। ହରିଆଣାରେ ରହୁଥିବା ଜାଠ୍‌ଙ୍କ ବୁଦ୍ଧି ନାହିଁ। କିନ୍ତୁ ସେମାନେ ଶାରୀରିକ ସ୍ତରରେ ବେଶ ଶକ୍ତିଶାଳୀ। ଏମାନେ ବେଙ୍ଗଲୀଙ୍କୁ ବୁଦ୍ଧିରେ କେବେ ମାତ୍‌ ଦେଇପାରିବେ ନାହିଁ। ବେଙ୍ଗଲୀମାନେ ନିଜର ପ୍ରଖର ବୁଦ୍ଧି ପାଇଁ ସମଗ୍ର ଭାରତରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।”

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ