ପାକ୍‌ ପାଇଁ ବାହାରିଲା ଚାଇନା, ମୋଦିଙ୍କୁ ଆଗୁଆ କଲା ସତର୍କ

ବେଜିଂ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ପାଇଁ ଆଜି ତା’ର ପରମ ମିତ୍ର ଚାଇନା ଓକିଲାତି ଆରମ୍ଭ କରିଛି। ପାକିସ୍ତାନର ଅସଲ ମୁଖା କାଳେ ଭାରତ ଏସ୍‌ସିଓ ସମ୍ମିଳନୀରେ ଖୋଲିଦେବ, ଏଥିପାଇଁ ଆଜି ଚାଇନା ଆଗୁଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସତର୍କ କରାଇଛି। କାଳେ ଏସ୍‌ସିଓରେ ମୋଦି ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କରିବେ, ସେଥିପାଇଁ ଚାଇନା ଆଗତୁରା ପ୍ରତିକ୍ରିୟା ପ୍ରକାଶ କରିଛି। ଏସ୍‌ସିଓ ସମ୍ମିଳନୀରେ ମୋଦି ପାକିସ୍ତାନକୁ ଟାର୍ଗେଟ କରନ୍ତୁ ନାହିଁ ବୋଲି […]

i

Hemant Lenka
  • Published: Monday, 10 June 2019
  • , Updated: 10 June 2019, 05:46 PM IST

ବେଜିଂ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ପାଇଁ ଆଜି ତା’ର ପରମ ମିତ୍ର ଚାଇନା ଓକିଲାତି ଆରମ୍ଭ କରିଛି। ପାକିସ୍ତାନର ଅସଲ ମୁଖା କାଳେ ଭାରତ ଏସ୍‌ସିଓ ସମ୍ମିଳନୀରେ ଖୋଲିଦେବ, ଏଥିପାଇଁ ଆଜି ଚାଇନା ଆଗୁଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସତର୍କ କରାଇଛି। କାଳେ ଏସ୍‌ସିଓରେ ମୋଦି ଆତଙ୍କବାଦୀ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଟାର୍ଗେଟ କରିବେ, ସେଥିପାଇଁ ଚାଇନା ଆଗତୁରା ପ୍ରତିକ୍ରିୟା ପ୍ରକାଶ କରିଛି। ଏସ୍‌ସିଓ ସମ୍ମିଳନୀରେ ମୋଦି ପାକିସ୍ତାନକୁ ଟାର୍ଗେଟ କରନ୍ତୁ ନାହିଁ ବୋଲି ଚାଇନା କହିଛି।

ମୋଦି-୨ ସରକାର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ମାଲଡିଭସ୍ ଓ ଶ୍ରୀଲଙ୍କା ଗସ୍ତ କରିବା ବେଳେ ପାକିସ୍ତାନକୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ଷ୍ଟେଟ୍‌ ପ୍ରାୟୋଜିତ ଆତଙ୍କବାଦ ଏବେ ସମଗ୍ର ବିଶ୍ୱ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଏବଂ ଏହାକୁ କିଏ ପ୍ରୋତ୍ସାହିତ କରୁଛି, ତାହା ସମଗ୍ର ବିଶ୍ୱ ଜାଣିଛି ବୋଲି ମୋଦି କହିଥିଲେ। ମୋଦିଙ୍କ ଏଭଳି ମନ୍ତବ୍ୟ ଶୁଣି ବନ୍ଧୁ ପାକିସ୍ତାନର ଅସଲ ମୁଖା ଉପରେ ପରଦା ଘୋଡ଼େଇବାକୁ ଚାଇନା ଚେଷ୍ଟା କରିଛି।

ଚାଇନାର ଉପ ବୈଦେଶିକ ମନ୍ତ୍ରୀ ଝାଙ୍ଗ ହାନହୁଇ କହିଛନ୍ତି, “ଏସ୍‌ସିଓରେ ସୁରକ୍ଷା ଓ ବିକାଶ ହିଁ ଦୁଇଟି ପ୍ରମୁଖ ପ୍ରସଙ୍ଗ। ଏସ୍‌ସିଓ କୌଣସି ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରିବା ପାଇଁ ଗଠନ ହୋଇ ନଥିଲା। ଅନ୍ତର୍ଜାତୀୟ ବନ୍ଧୁତା ଓ ଆଞ୍ଚଳିକ ପ୍ରସଙ୍ଗକୁ କେମିତି ଗୁରୁତ୍ୱ ଦିଆଯାଇ ସମାଧାନ କରାଯାଇ ପାରିବ, ତାହା ହିଁ ଏସ୍‌ସିଓର ମୂଲ୍ୟ ଲକ୍ଷ୍ୟ। ତେଣୁ ଏହି ସମ୍ମିଳନୀରେ ଯୋଗଦେବାକୁ ଥିବା ରାଷ୍ଟ୍ରମାନେ ଏହା ଉପରେ ଫୋକସ କରିବା ଦରକାର। ଏଠାରେ କୌଣସି ଦେଶକୁ ଟାର୍ଗେଟ କରି ବୟାନ ଦେବାକୁ ଚେଷ୍ଟା କରୁଥିବା ରାଷ୍ଟ୍ର ଏଥିରୁ ଦୂରେଇ ରୁହନ୍ତୁ।”

ପାକିସ୍ତାନକୁ ବିଶ୍ୱସ୍ତରରେ ଏକ ଘରକିଆ କରିବାକୁ ଭାରତ କୂଟନୀତିକ ସ୍ତରରେ ଉଦ୍ୟମ କରୁଛି। ଏଥିପାଇଁ ମୋଦି ଏସ୍‌ସିଓରେ ଷ୍ଟେଟ୍‌ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଏହି ଏସ୍‌ସିଓ ସମ୍ମିଳନୀରେ ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ଦୁଇ ନେତା ଆର୍ଜେଣ୍ଟିନାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ପରସ୍ପର ସହ ଆଲୋଚନା କରିଥିଲେ। ଏହାପୂର୍ବରୁ ଗତବର୍ଷ ଏପ୍ରିଲରେ ମୋଦି-ଜିନପିଙ୍ଗ ପରସ୍ପରକୁ ହୁଆନ ଠାରେ ସାକ୍ଷାତ କରିଥିଲେ। ଏହା ଏକ ଅନୌପଚାରିକ ବୈଠକ ଥିଲା।

Related story