୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ କିଣିଲା ଚାଇନା

ମୁମ୍ବାଇ: ଦୀର୍ଘ ୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ ଆମଦାନୀ କରିଛି ଚାଇନା। ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ ଦେଶ ମଧ୍ୟର ଉତ୍ତମ ସମ୍ପର୍କ ସ୍ଥାପନର ସଙ୍କେତ ଦେଇଛି। ଭାରତ ବିଶ୍ୱରୁ ସବୁଠାରୁ ବଡ଼ ଚାଉଳ ରପ୍ତାନକାରୀ ଦେଶ ହୋଇଥିବା ବେଳେ ଚାଇନା ବିଶ୍ୱର ସବୁଠାରୁ ବଡ଼ ଚାଉଳ ଆମଦାନୀକାରୀ ଦେଶ। ବେଜିଂ ବର୍ଷକୁ ପ୍ରାୟ ୪ ମିଲିୟନ ଟନ ଚାଉଳ ଆମଦାନୀ କରିଥାଏ। […]

fg

fg

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 04:06 PM IST

ମୁମ୍ବାଇ: ଦୀର୍ଘ ୩ ଦଶନ୍ଧି ପରେ ଭାରତ ଠାରୁ ଚାଉଳ ଆମଦାନୀ କରିଛି ଚାଇନା। ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ ଦେଶ ମଧ୍ୟର ଉତ୍ତମ ସମ୍ପର୍କ ସ୍ଥାପନର ସଙ୍କେତ ଦେଇଛି। ଭାରତ ବିଶ୍ୱରୁ ସବୁଠାରୁ ବଡ଼ ଚାଉଳ ରପ୍ତାନକାରୀ ଦେଶ ହୋଇଥିବା ବେଳେ ଚାଇନା ବିଶ୍ୱର ସବୁଠାରୁ ବଡ଼ ଚାଉଳ ଆମଦାନୀକାରୀ ଦେଶ।

ବେଜିଂ ବର୍ଷକୁ ପ୍ରାୟ ୪ ମିଲିୟନ ଟନ ଚାଉଳ ଆମଦାନୀ କରିଥାଏ। ହେଲେ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇ ଚାଇନା ଭାରତରୁ ଚାଉଳର ଆମଦାନୀକୁ କମ କରି ଦେଇଥିଲା। ହେଲେ ଏବେ ପୁଣିଥରେ ଚାଇନା ପଡ଼ୋଶୀ ଭାରତ ଠାରୁ ଚାଉଳ କିଣିବା ଆରମ୍ଭ କରିଛି।

ଚାଉଳ ରପ୍ତାନକାରୀ ଆସୋସିଏସନର ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି, ପ୍ରଥମଥର ପାଇଁ ଚାଇନା ଆମ ଠାରୁ ଚାଉଳ କିଣିଛି। ଭାରତୀୟ ଚାଉଳର ଗୁଣବତ୍ତାର ଟେଷ୍ଟ କରିବା ପରେ ସେମାନେ ଆସନ୍ତା ବର୍ଷ ଠାରୁ ଏହାର ପରିମାଣ ମଧ୍ୟ ବୃଦ୍ଧି କରିବାର ସମ୍ଭାବନା ରହିଛି।

ଡିସେମ୍ବରରୁ ଫେବୃଆର ମଧ୍ୟରେ ଭାରତୀୟ ବ୍ୟବସାୟୀମାନେ ଚାଇନାକୁ ୧,୦୦,୦୦୦ ଟନ୍‌ ଚାଉଳ ରପ୍ତାନୀ କରିବେ। ଗୋଟିଏ ଟନ୍‌ର ମୂଲ୍ୟ ପ୍ରାୟ ୩ ୦୦ ଡଲାର ରହିଛି। ଭାରତ ବ୍ୟତୀତ ଚାଇନା ଥାଇଲ୍ୟାଣ୍ଡ, ମିଆଁମାର, ଭିଏତନାମ ଓ ପାକିସ୍ତାନରୁ ମଧ୍ୟ ଚାଉଳ ଆମଦାନୀ କରିଥାଏ। ହେଲେ ଏହି ଦେଶଗୁଡ଼ିକ ସେମାନଙ୍କ ରପ୍ତାନୀ ଉପରେ କିଛିଟା ରୋକ ଲଗାଇଥିବାରୁ ଚାଇନା ଭାରତ ପାଖରୁ ଚାଉଳ କିଣିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos