ଗୋଟିଏ ଦିନରେ କରୋନା ନେଲା ୨୫୪ ଜୀବନ, ମୃତ୍ୟୁସଂଖ୍ୟା ୧୩ ଶହ ଡେଇଁଲା

ବେଜିଂ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଚାଇନାରେ ୨୫୪ ଜଣଙ୍କ ଜୀବନ ନେଇଛି। ଭାଇରସ ବ୍ୟାପିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଜୀବନ ଯିବା ପ୍ରଥମ ଘଟଣା। ଏହାପୂର୍ବରୁ ଫେବୃଆରୀ ୧୦ରେ ସର୍ବାଧିକ ୧୦୩ ଜଣଙ୍କ ଜୀବନ ଯାଇଥିଲା। ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଚାଇନାରେ ଏଯାଏ ୧୩୬୭ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇସାରିଲାଣି। ସେହିପରି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ […]

w

w

Hemant Lenka
  • Published: Thursday, 13 February 2020
  • Updated: 13 February 2020, 03:33 PM IST

Sports

Latest News

ବେଜିଂ: ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି କରୋନା ଭାଇରସ। ୨୪ ଘଣ୍ଟାରେ ଏହି ପ୍ରାଣଘାତୀ ଭାଇରସ ଚାଇନାରେ ୨୫୪ ଜଣଙ୍କ ଜୀବନ ନେଇଛି। ଭାଇରସ ବ୍ୟାପିବା ଦିନଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ଜୀବନ ଯିବା ପ୍ରଥମ ଘଟଣା। ଏହାପୂର୍ବରୁ ଫେବୃଆରୀ ୧୦ରେ ସର୍ବାଧିକ ୧୦୩ ଜଣଙ୍କ ଜୀବନ ଯାଇଥିଲା।

ଆଜିର ମୃତ୍ୟୁସଂଖ୍ୟାକୁ ମିଶାଇ ଚାଇନାରେ ଏଯାଏ ୧୩୬୭ ଜଣଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇସାରିଲାଣି। ସେହିପରି ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଚାଇନା ହେଲଥ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାର ହୁବେଇ ପ୍ରଦେଶରେ କେବଳ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ଭାଇରସରେ ଆଉ ୧୪, ୮୪୦ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଏଯାଏ ଚାଇନାରେ ୫୯,୮୦୪ ଜଣ ଲୋକ କରୋନାରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଏମାନଙ୍କ ମଧ୍ୟରୁ ୧୦ ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ନୂଆ ନୂଆ କଟକଣା ଲଗାଇବ ଆରମ୍ଭ କରିଛି। ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ହୁବେଇର ଉହାନକୁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି। ସେହିପରି ପୂର୍ବଭଳି ସହରରେ ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିଛି।

ନୂଆ ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଆରଏନ୍ଏ ପଦ୍ଧତି ମଧ୍ୟ ଚାଇନା ସରକାର ଆପଣାଇଛନ୍ତି। ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ବାହାରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଭାଇରସକୁ ପ୍ରତିରୋଧ କରିବାର କ୍ଷମତା ରଖିଥିବା ମାସ୍କ ମଧ୍ୟ ବଣ୍ଟା ଯାଉଛି। ପୂର୍ବରୁ କେବଳ ଲୋକଙ୍କ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଉଥିଲା। ଏହାଦ୍ୱାରା ରୋଗର ଚିହ୍ନଟ ଓ ପ୍ରତିକାର ପାଇଁ ସମୟ ଲାଗୁଥିଲା।

ହେଲେ ଏବେ ସିଟି ସ୍କାନର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ରୋଗର ଚିହ୍ନଟ ଓ ନିରାକରଣ ଶୀଘ୍ର ହୋଇପାରିବ। ଏହି ସିଟି ସ୍କାନ ଦ୍ୱାରା ଶରୀରର କେଉଁ ସବୁ ଅଞ୍ଚଳରେ ଭାଇରସ ବ୍ୟାପିଛି, ତାହା ଜଣାପଡ଼ିବ ବୋଲି ଚାଇନା ସରକାର କହିଛନ୍ତି। ଚାଇନାରେ ୫୯ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ ହେଁ ରୋଗୀଙ୍କ ମଧ୍ୟରେ କୌଣସି ବିଦେଶୀ ନାଗରିକ ନାହାନ୍ତି ବୋଲି ବେଜିଂ ଦାବି କରିଛି।

ଭାଇରସ ଯୋଗୁ ଚାଇନାରେ ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଛି। କେବଳ ଅଟୋ ସେକ୍ଟର ବିକ୍ରି ୧୮% ହ୍ରାସ ପାଇଛି। ସ୍ଥିତି ବିଗୁଡ଼ିଥିବାରୁ ଚାଇନା ସରକାର ଟ୍ରାଭେଲ ବ୍ୟାନ ଲଗାଇଛନ୍ତି। ପୂର୍ବରୁ ଫେବୃଆରୀ ୧୯ ଯାଏ କଟକଣା ଲାଗିଥିଲା। ହେଲେ ଏବେ ଏହାକୁ ୨୧ ତାରିଖକୁ ବୃଦ୍ଧି କରାଯାଇଛି।

ଚାଇନା ବ୍ୟତୀତ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସ ପ୍ରବେଶ କରିସାରିଲାଣି। ଆମେରିକାରେ ୧୨ରୁ ଅଧିକ ରୋଗୀ ରହିଥିବା ବେଳେ ବ୍ରିଟେନରେ ଆଜି ୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜାପାନରେ ମଧ୍ୟ ୧୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos