ଭାରତକୁ ଦେଖି ଛାନିଆ ହେଲାଣି ଚାଇନା, ସୀମାରେ ମୁତୟନ କଲା ‘ଉଡ଼ନ୍ତା ହସ୍ପିଟାଲ’

ବେଜିଂ: ଲଦାଖ ସୀମାରେ ଭାରତୀୟ ସେନାର ଜୋରଦାର ପ୍ରସ୍ତୁତି ଓ ଗଲୱାନ ସଂଘର୍ଷରେ ମୁହଁତୋଡ଼ ଜବାବ ଦେଖି ଏବେ ଚାଇନା ଭୟଭୀତ ହୋଇପଡ଼ିଛି। ଏଥିପାଇଁ ଚାଇନା ତିବ୍ବତରେ ନିଜ ସେନାର ସୁରକ୍ଷା ପାଇଁ ’ଉଡ଼ନ୍ତା ହସ୍ପିଟାଲ’ ମୁତୟନ କରିଛି। ଏହି ଉଡ଼ାନ୍ତ ହସ୍ପିଟାଲ ଜରିଆରେ ଚାଇନା ଆହତ ଯବାନମାନଙ୍କୁ ସୀମା ଠାରୁ ଦୂରରେ ଥିବା ହସ୍ପିଟାଲକୁ ସୁରକ୍ଷିତ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଛି।

କୁହାଯାଉଛି ଯେ ଆଗକୁ ଯଦି ଭାରତ ସହ କୌଣସି ସଂଘର୍ଷ ଘଟେ, ତା’ହେଲେ ନିଜ ଯବାନଙ୍କୁ ମେଡିକାଲ ସହାୟତର ଆବଶ୍ୟକ ପଡ଼ିବ। ତେଣୁ ଚାଇନା ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ଭାରତୀୟ ସୀମାକୁ ଲାଗିଥିବା ଚାଇନା କବଜାରେ ଥିବା ତିବ୍ବତରେ ସ୍ୱାସ୍ଥ୍ୟ ସେବା ବହୁତ ଖରାପ। ଏଥିପାଇଁ ଚାଇନା ବାଧ୍ୟ ହୋଇ Y-9 ମେଡିକାଲ ବିମାନ ମୁତୟନ କରିଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ମୁତାବକ, ସମରାଭ୍ୟାସ ବେଳେ ଚାଇନାର ଜଣେ ଅଧିକାରୀ ଗୁରୁତର ଆହତ ହୋଇଥିଲେ। ତାଙ୍କର ଚିକିତ୍ସା ପାଇଁ ସୀମା ଠାରୁ ପ୍ରାୟ ୫୨୦୦ କିମି ଦୂରରେ ଥିବା ହସ୍ପିଟାଲକୁ ନେବା ପାଇଁ Y-9 ମେଡିକାଲ ବିମାନକୁ ପଠାଯାଇଥିଲା। ଏହି ବିମାନରେ ତାଙ୍କୁ ଶିଜିଙ୍ଗ ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା।

ଏବେ ଏହି Y-9 ବିମାନ ଯୋଗେ ସୀମାନ୍ତର ଉଚ୍ଚ ସ୍ଥାନରେ ମୁତୟନ ଯବାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ। ଚାଇନା ଉତ୍ତମ ଓ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଆହତ ଯବାନମାନଙ୍କ ଜୀବନ ବଞ୍ଚାଇବାକୁ ଏଭଳି ବ୍ୟବସ୍ଥା କରିଛି। Y-9 ବିମାନ ଦ୍ୱାରା ଗୁରୁତର ଆହତ ଯବାନଙ୍କୁ ତତ୍କାଳ ଭାବେ ହସ୍ପିଟାଲ ନିଆଯାଇ ପାରିବ।

ଏହି ଉଡ଼ାନ୍ତ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା ମଧ୍ୟ ରହିଛି। ଅମ୍ଳଜାନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ଏହା ମଧ୍ୟରେ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଭାରତୀୟ ସୀମାକୁ ଲାଗିଥିବା ଅଞ୍ଚଳରେ ଚାଇନାର ଏକାଧିକ ହସ୍ପିଟାଲଗୁଡ଼ିକୁ ବେଜିଂ ଏବେ ଆଧୁନିକ ଶୈଳୀରେ ନିର୍ମାଣ କରିବା ଆରମ୍ଭ କରିଛି। ଏଗୁଡ଼ିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି। ଯବାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦେବାକୁ ଚାଇନା ଏଭଳି ବ୍ୟବସ୍ଥା କରିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଆଗରେ କଟକ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

‘ରାଜଧାନୀର ଧାରଣା ସ୍ଥଳରେ କଡ଼ାକଡ଼ି ହେବ କୋଭିଡ୍‌ ନିୟମ’

ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ

ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ ‘ସାମ୍ନା’କୁ ସାକ୍ଷାତକାର ନୁହେଁ!

ବଢ଼ୁଛି କରୋନା ସଂକ୍ରମଣ, ବିଡି ଓ ସିଗାରେଟ୍ ଉପରେ ରୋକ୍ ଲଗାଇଲେ ସରକାର

ରାଜନୀତିକ ପରିସ୍ଥିତି ପାଇଁ ଏନଡିଏ ଛାଡ଼ିଛି ଶିରୋମଣି ଅକାଳି ଦଳ: ଅମରିନ୍ଦର

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଗୋଟିଏ ପରିବାରର ୬ ଗୁରୁତର

ମୋଦି ସରକାରଙ୍କୁ ଜବରଦସ୍ତ ଝଟକା: କୃଷି ବିଲକୁ ବିରୋଧ କରି ଏନଡିଏ ଛାଡ଼ିଲା ଅକାଳି ଦଳ