ଚୀନର ବ୍ୟବସାୟିକ ପ୍ରଭାବ ଉପରେ ଲାଗିଲା ରୋକ୍, WTO ଦେଲା ଝଟକା

ଜେନେଭା: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଚୀନକୁ ଅନ୍ତର୍ଜାତୀୟ ବଜାରରେ ଜବରଦସ୍ତ ଝଟକା ଲାଗିଛି। ୟୁରୋପୀୟ ସଂଘ ସହିତ ଚୀନର ବ୍ୟବସାୟିକ ବିବାଦ ଚାଲିଥିଲା ସେଥିରେ ଶୋଚନୀୟ ପରାଜୟ ବରଣ କରିଛି ଚୀନ୍। ୟୁରୋପୀୟ ସଂଘର ବଜାରରେ ବିକ୍ରି ହେଉଥିବା ଚୀନର ସାମଗ୍ରୀ ଓ ଏହାର ମୂଲ୍ୟ ଉପରେ କଟକଣା ଲାଗାଯାଇଛି। ଫଳରେ ବିଶ୍ୱ ବ୍ୟବସାୟ ବଜାରରେ ଚୀନର ଦବଦବାରେ ଏକ ପ୍ରକାର ଲଗାମ୍ ଲାଗିଥିବା […]

China loses WTO dispute

China loses WTO dispute

Subhransu Sekhar
  • Published: Sunday, 21 June 2020
  • Updated: 21 June 2020, 08:36 PM IST

Sports

Latest News

ଜେନେଭା: ଲଦାଖ ସୀମାକୁ ନେଇ ଭାରତ ସହିତ ଚୀନର ସୀମା ବିବାଦ ଜାରି ରହିଛି। ଏହାରି ଭିତରେ ଚୀନକୁ ଅନ୍ତର୍ଜାତୀୟ ବଜାରରେ ଜବରଦସ୍ତ ଝଟକା ଲାଗିଛି। ୟୁରୋପୀୟ ସଂଘ ସହିତ ଚୀନର ବ୍ୟବସାୟିକ ବିବାଦ ଚାଲିଥିଲା ସେଥିରେ ଶୋଚନୀୟ ପରାଜୟ ବରଣ କରିଛି ଚୀନ୍। ୟୁରୋପୀୟ ସଂଘର ବଜାରରେ ବିକ୍ରି ହେଉଥିବା ଚୀନର ସାମଗ୍ରୀ ଓ ଏହାର ମୂଲ୍ୟ ଉପରେ କଟକଣା ଲାଗାଯାଇଛି। ଫଳରେ ବିଶ୍ୱ ବ୍ୟବସାୟ ବଜାରରେ ଚୀନର ଦବଦବାରେ ଏକ ପ୍ରକାର ଲଗାମ୍ ଲାଗିଥିବା କୁହାଯାଉଛି।

ଓ୍ୱାର୍ଲଡ ଟ୍ରେଡ୍ ଅରଗାନାଇଜେସନ (WTO)ରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୟୁରୋପୀୟ ସଂଘ  ବଜାରରେ ବିକ୍ରି ହେଉଥିବା ଚୀନ ସାମଗ୍ରୀର ମୂଲ୍ୟ ତୁଳନାତ୍ମକ ଶସ୍ତା ହୋଇଥିଲେ ହେଁ ଏହାର ଗୁଣବତ୍ତା ଅତ୍ୟନ୍ତ ନିମ୍ନ ମାନର। କିନ୍ତୁ କମ୍ ଦାମରେ ମିଳୁଥିବାରୁ ୟୁରୋପୀୟ ବଜାରରେ ଅନ୍ୟାନ୍ୟ ସାମଗ୍ରୀ ତୁଳନାରେ ଚୀନ୍ ସାମଗ୍ରୀର କାରବାର ଅଧିକ ହେଉଛି। ଏଥିରେ ଅନ୍ୟ ରାଷ୍ଟ୍ରାୟତ କମ୍ପାନୀ କ୍ଷତି ସହୁଛନ୍ତି। ଏମିତିକି ୟୁରୋପୀୟ ଗ୍ରାହକ ଉଚିତ ଉତ୍ପାଦ ପାଉନଥିବାରୁ ଏଭଳି କଟକଣା ଲଗାଇଛି WTO।

ୟୁରୋପୀୟ ସଂଘ WTOରେ ଯୁକ୍ତି ରଖି କହିଛି, ଚୀନର ଶାସକ ଦଳ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିସିପି) ଷ୍ଟିଲ୍ ଏବଂ ଆଲୁମିନିୟମ ସମେତ ଅନେକ ଉତ୍ପାଦରେ ସବସିଡି ଦେଉଛି। ଏହାଦ୍ୱାରା ଅନ୍ତର୍ଜାତୀୟ ବଜାରରେ ଚୀନ ଉତ୍ପାଦର ମୂଲ୍ୟ ଯୁକ୍ତିଯୁକ୍ତ ରଖୁନାହିଁ।

ଏବେ ସିସିପି ବିରୋଧରେ ଆସିଥିବା WTOର ଏହି ନିଷ୍ପତ୍ତି ପରେ ଆମେରିକା ଏବଂ ୟୁରୋପର ଘରୋଇ ଉତ୍ପାଦର ଚାହିଦା ବଢ଼ିବ। ଚୀନ ସାଧାରଣତଃ ନିଜର ଉତ୍ପାଦକୁ ଅନ୍ୟ ଦେଶରେ କମ୍ ଦାମରେ ବିକ୍ରି କରିବାକୁ ଚେଷ୍ଟା କରେ। ଏହାଦ୍ୱାରା ସେହି ଦେଶର ସ୍ଥାନୀୟ ବ୍ୟବସାୟୀ ଅନେକ କ୍ଷତି ସହିଥାନ୍ତି। ଚୀନର ଉତ୍ପାଦ କମ୍ ଦାମରେ ବିକ୍ରି ହେବା ପରେ ସେହି ଦେଶର ବଜାରକୁ ଚୀନ୍ ନିଜ ନିୟନ୍ତ୍ରଣକୁ ପରୋକ୍ଷରେ ନେଇଥାଏ। ଲୋକଙ୍କ ପାଖରେ ଧୀରେ ଧୀରେ ଚୀନର ଉତ୍ପାଦ ଗ୍ରହଣୀୟ ହେବା ପରେ ଦାମ ବଢ଼ାଇଥାଏ ବେଜିଂ। ଏବେ ଓ୍ୱାର୍ଲ ଟ୍ରେଡ୍ ଅରଗାନାଇଜେସନର ନିଷ୍ପତ୍ତି ପରେ ଚୀନର ଉତ୍ପାଦ ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ବଢ଼ାଇ ଚୀନ ଜିନିଷର ବିକ୍ରି ଉପରେ ୟୁରୋପୀୟ ସଂଘ ଦେଶ ରୋକ୍ ଲଗାଇବେ।

ଆମେରିକା ସରକାରଙ୍କ ବ୍ୟବସାୟିକ ପ୍ରତିନିଧି ରବର୍ଟ ଲାଇଟନଜର କହିଛନ୍ତି WTOରେ ଚାଲିଥିବା ଏହି ମାମଲାକୁ ଗୁରତ୍ୱପୂର୍ଣ୍ଣ ବୋଲି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯଦି WTOର ନିଷ୍ପତ୍ତି ଯଦି ସଠିକ୍ ନ ହେବ ତା’ହେଲେ ଆମେରିକା ଏହି ଗ୍ରୁପରୁ ବାହାରିଯିବ।

ତେବେ ଚୀନ WTOରେ ହାରିବା ପରେ ଏହାକୁ ଐତିହାସିକ ପରାଜୟ ବୋଲି କୁହାଯାଉଛି। କାରଣ ଦି ବିଏଲର ରିପୋର୍ଟ ଅନୁଯାୟୀ ସିସିପି ଜାତିସଂଘ, ବିଶ୍ୱ ବ୍ୟାଙ୍କ, ଆଇଏମଏଫ୍ ସମେତ ଅନେକ ଅନ୍ତର୍ଜାତୀୟ ସଂସ୍ଥାରେ ପ୍ରବେଶ କରିସାରିଥିଲା। ଏବେ WTOରୁ ହାରିବା ପରେ ଚୀନକୁ ଅନ୍ତର୍ଜାତୀୟ ମଞ୍ଚରେ ବ୍ୟବସାୟିକ ଝଟକା ଲାଗିଛି। ଚୀନ୍ ସବୁବେଳେ ବ୍ୟବସାୟିକ ମନୋଭାବ ରଖି ଅନ୍ୟ ଦେଶ ସହିତ ସମ୍ପର୍କ ରଖେ। ସମ୍ପର୍କ ବଢ଼ିବା ପରେ ସେହି ଦେଶର ବଜାରରେ ମନମୁଖୀ ଶାସନ ଆରମ୍ଭ କରିଥାଏ। କରୋନା ମହାମାରୀ ପାଇଁ ସାରା ବିଶ୍ୱ ଯେତେବେଳେ ଚୀନକୁ ସମାଲୋଚନା କରୁଛି ସେତେବେଳେ  WTOର ନିଷ୍ପତ୍ତି ବେଜିଂର ବ୍ୟବସାୟିକ ସ୍ୱପ୍ନରେ ପାଚେରୀ ଛିଡ଼ା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story