ଭାରତର ପଦକ୍ଷେପ ନୂଆଦିଲ୍ଲୀକୁ କ୍ଷତି ପହଞ୍ଚାଇବ ବୋଲି କହିଲା ଚାଇନା

ନୂଆଦିଲ୍ଲୀ: ଭାରତ ସରକାର ୫୯ଟି ଚାଇନିଜ ଆପ୍‌ ବ୍ୟାନ୍‌ କରିବାରୁ ଚାଇନା ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ଭାରତର ଏହି ପଦକ୍ଷେପକୁ ଚାଇନା ତୀବ୍ର ବିରୋଧ କରିଛି। ଚାଇନା କହିଛି ଯେ ଭାରତର ଏହି ଅପ୍ରାକୃତିକ ବ୍ୟାନ୍‌ ଦୁଇ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି କରିବ। ଏଥିସହ ଏହା ଭାରତର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ।

ଦୁଇ ଦେଶ ପରସ୍ପର ବୁଝାମଣା ଭିତ୍ତିରେ ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା କରିବା ଦରକାର। ବେଜିଂ ଭାରତରେ ତା’ର ବ୍ୟବସାୟିକ ଅଧିକାରକୁ ପୁନଃ କାର୍ଯ୍ୟକାରୀ କରିବାକୁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିବ। ଖାଲି ସେତିକି ନୁହେଁ, ଚାଇନିଜ ଆପ୍‌ ବ୍ୟାନ୍‌ କରି ଭାରତ ସରକାର WTO ନିୟମକୁ ଉଲ୍ଲଙ୍ଘନ କରିଛି ବୋଲି ଚାଇନାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି।

ସୋମବାର ଭାରତ ସରକର ଟିକଟକ ସହ ୫୯ଟି ଚାଇନିଜ ଆପକୁ ବ୍ୟାନ୍‌ କରିଥିଲେ। ଏହାଦ୍ୱାରା ଚାଇନା କୋଟି କୋଟି ଟଙ୍କାର ବ୍ୟବସାୟିକ କ୍ଷତି ସହିଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

୯ ଅଗଷ୍ଟ,ରବିବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକବକ୍ସ ଠାବ, ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ

୮ ଅଗଷ୍ଟ, ଶନିବାର: ମନ ବିଚଳିତ ରହିବ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ସୁଶାନ୍ତଙ୍କ ମୃତ୍ୟୁ ଘଟଣା: ସୁପ୍ରିମକୋର୍ଟ ଗଲା ସିବିଆଇ

ଚୀନରୁ ଆସୁଛି ଆଉ ଏକ ଭୂତାଣୁ: ଗଲାଣି ୭ ଜଣଙ୍କ ଜୀବନ, ୬୦ ସଂକ୍ରମିତ

ଭାରତ ପରେ ଆମେରିକାରେ ବ୍ୟାନ୍‌ ହେଲା ଟିକଟକ, ଟ୍ରମ୍ପ ଦେଲେ ଏମିତି ନିର୍ଦ୍ଦେଶ

ଏବେ ‘କ’ଣ ଭାବିବା’ ନୁହେଁ ‘କିପରି ଭାବିବା’: ମୋଦି

୭ ଅଗଷ୍ଟ, ଶୁକ୍ରବାର: ଅଧିକ ପରିଶ୍ରମ କରିବେ

ସିବିଆଇ ପଞ୍ଝାରେ ରିୟା, ରୁଜୁ ହେଲା ମାମଲା

ରିୟାଙ୍କ ପାଇଁ ବେଙ୍ଗଲି ଝିଅ ଓ ମହିଳାଙ୍କୁ ଟାର୍ଗେଟ, ତଦନ୍ତ ଆରମ୍ଭ କଲା କୋଲକାତା ପୁଲିସ୍‌