ଭାରତର ଡିଜିଟାଲ ଷ୍ଟ୍ରାଇକ-୨କୁ ଚାଇନାର ଜୋରଦାର ବିରୋଧ

ନୂଆଦିଲ୍ଲୀ: ଭାରତ ସରକାର ଡିଜିଟାଲ ଷ୍ଟ୍ରାଇକ-୨ରେ ଚାଇନା ସ୍ତବ୍ଧ ହୋଇଯାଇଛି। ଜାତୀୟ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଗତକାଲି ଭାରତ ସରକାର ଗେମିଂ ଆପ୍‌ ପବଜି ସହ ୧୧୮ଟି ଚାଇନିଜ୍‌ ମୋବାଇଲ ଆପ୍ସକୁ ବ୍ୟାନ କରିଥିଲେ। ତେବେ ଏହାକୁ ଚାଇନାର ବାଣିଜ୍ୟିକ ମନ୍ତ୍ରଣାଳୟ ଜୋରଦାର ବିରୋଧ କରିଛି।

ମନ୍ତ୍ରଣାଳୟର ମୁଖପାତ୍ର ଗାଓ ଫେଙ୍ଗ କହିଛନ୍ତି, ଭାରତର ଏଭଳି ନିଷ୍ପତ୍ତି ଚାଇନିଜ ନିବେଶକାରୀ ଓ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ଆଇନଗତ ଅଧିକାରକୁ ଭଙ୍ଗ କରୁଛି। ଭାରତ ଆପ୍ସଗୁଡ଼ିକ ବ୍ୟାନ୍‌ କରି ଯେଉଁ ଭୁଲ କରିଛି, ତା’କୁ ତୁରନ୍ତ ସୁଧାରିବା ପାଇଁ ଚାଇନା ପରାମର୍ଶ ଦେଉଛି ବୋଲି ସେ କହିଛନ୍ତି।

ଭାରତ ଗତକାଲି ଚାଇନା ଅଧିକୃତ ୧୧୮ଟି ଆପ୍ସକୁ ବ୍ୟାନ କରିଥିଲା। ଏଥିରେ ଚାଇନାର ଟେନସେଣ୍ଟ ହୋଲ୍ଡିଙ୍ଗ ଲିମିଟେଡର ଲୋକପ୍ରିୟ ଭିଡିଓ ଗେମ ପବ୍‌ଜିକୁ ମଧ୍ୟ ବ୍ୟାନ କରିଯାଇଛି। ଭାରତୀୟଙ୍କ ତଥ୍ୟର ସୁରକ୍ଷା ଦୃଷ୍ଟିରୁ ଏହି ଆପ୍ସଗୁଡ଼ିକୁ ବ୍ୟାନ କରାଯାଇଥିବା ସରକାର କହିଛନ୍ତି। ଏହାପୂର୍ବରୁ ଭାରତ ସରକାର ଟିକଟକ ସମେତ ପ୍ରାୟ ୫୯ଟି ଆପ୍‌କୁ ବ୍ୟାନ କରିଥିଲେ।

ଆହୁରି ପଢ଼ନ୍ତୁ

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କୃଷି ବିଲ୍: ଶାସକ, ବିରୋଧୀ କେହି କିଛି କମ୍ ନୁହନ୍ତି

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁନି: ଚାଷୀ ସଂଘ