୬ କରୋନା ସଂକ୍ରମିତ ଠାବ, ୫ ଦିନରେ ପୂରା ସହରରେ ହେବ ଟେଷ୍ଟ

ବେଜିଂ: ପୁଣିଥରେ ମହାମାରୀ କରୋନା ଭାଇରସ ଚାଇନାରେ ବଢ଼ୁଥିବାରୁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଚାଇନା ସରକାର ୫ ଦିନ ମଧ୍ୟରେ ପାଖାପଖି ୯ ମିଲିୟନ ଲୋକଙ୍କର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚାଇନାର କ୍ୟୁଙ୍ଗଡାଓ ସହରରେ ଏଭଳି ବ୍ୟବସ୍ଥା କରାଯିବ।

ଗତବର୍ଷ ଡିସେମ୍ବର ମାସରେ କରୋନା ଭାଇରସର ପ୍ରଥମ ମାମଲା ଚାଇନାର ଉହାନରେ ଚିହ୍ନଟ ହୋଇଥିଲା। ଧୀରେଧୀରେ ଏହା ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। କିନ୍ତୁ ଚାଇନା କଡ଼ା ଲକଡାଉନ ଓ ଶଟଡାଉନ ଲାଗୁ କରି ଭାଇରସର ସଂକ୍ରମଣକୁ ରୋକି ଦେଇଥିବା ଦାବି କରିଥିଲା।

ଏବେ ପୁଣିଥରେ ଚାଇନାକୁ ଏହି ଭାଇରସ କମବ୍ୟାକ କରିଛି। ରବିବାର କ୍ୟୁଙ୍ଗଡାଓରେ ୬ ଜଣ କରୋନାରେ ସଂକ୍ରମିତ ହୋଇଥିବା ଖବର ମିଳିଛି। ତେଣୁ କ୍ୟୁଙ୍ଗଡାଓ ପୌରପାଳିକା ଏଠାରେ ରହୁଥିବା ପ୍ରାୟ ୯.୪ ମିଲିୟନ ଲୋକଙ୍କ କରୋନା ଟେଷ୍ଟ କରିବ ବୋଲି ଘୋଷଣା କରିଛି।

ମାତ୍ର ୫ ଦିନ ମଧ୍ୟରେ ଏହି ଟେଷ୍ଟ କାମ ଶେଷ ହେବ। ପ୍ରଥମ ୩ ଦିନ ମଧ୍ୟରେ ୫ଟି ଜିଲ୍ଲା ଓ ବାକି ଦୁଇ ଦିନ ମଧ୍ୟରେ ପୂରା ସହରରେ କରୋନା ଟେଷ୍ଟ କାମ ଶେଷ ହେବ। ବର୍ତ୍ତମାନ ସୁଦ୍ଧା କ୍ୟୁଙ୍ଗଡାଓରେ ଥିବେ ମେଡିକାଲ ସଂସ୍ଥାରେ କାମ କରୁଥିବା ଲୋକ, ନୂଆ ରୋଗୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ମୋଟ ୧,୪୦,୦୦୦ ଜଣଙ୍କ କରୋନରା ଟେଷ୍ଟ ଶେଷ ହୋଇଗଲାଣି।

ଚାଇନା ପାଖରେ ଅତ୍ୟାଧୁନିକ ଓ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟ କିଟ୍‌ ଥିବାରୁ ପ୍ରଶାସନ ଏହା କାର୍ଯ୍ୟକାରୀ କରିପାରିଥିବା କୁହାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।