କରୋନା: ହୁବେଇ ମୁଖ୍ୟଙ୍କୁ ହଟାଇଲେ ଚାଇନା ସରକାର

ବେଜିଂ: କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଚାଇନାର ହୁବେଇ ପ୍ରଦେଶରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଏବେ ସମଗ୍ର ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। କରୋନା ଭାଇରସକୁ ମୁକାବିଲା କରିବାରେ ହୁବେଇ ପ୍ରଦେଶର ମୁଖ୍ୟ ବିଫଳ ହୋଇଥିବାରୁ ଆଜି ଚାଇନାର କ୍ଷମତାସୀନ କମ୍ୟୁନିଷ୍ଟ ସରକାର ତାଙ୍କୁ ନିଜ କାର୍ଯ୍ୟରୁ ବିଦା କରିଦେଇଛନ୍ତି।

ଏବେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ହୁବେଇ ପ୍ରୋଭିନସିଆଲ କମିଟିର ସଚିବ ଭାବେ ସାଂଘାଇ ମେୟର ୟିଙ୍ଗ ୟୋଙ୍ଗଙ୍କୁ ନିଯୁକ୍ତି ମିଳିଛି। ସେ ଜିଆଙ୍ଗ ଚାଓଲିଆଙ୍ଗଙ୍କ ସ୍ଥାନାରେ କାମ କରିବେ। ଦଳର ସେଣ୍ଟ୍ରାଲ କମିଟି ଏଭଳି ନିଷ୍ପତ୍ତି ନେଇଛି।

ଏଥିସହ ଚାଇନାର କମ୍ୟୁନିଷ୍ଟ ପାର୍ଟି ହୁବେଇ ପ୍ରଦେଶରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି। ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ମାସ୍କ ମଧ୍ୟ ବାଣ୍ଟିବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।