ଚାଇନାରେ କରୋନା ନେଲା ପୁଣି ୩୦ ମୁଣ୍ଡ, ଆମେରିକାରେ ମୃତ୍ୟୁସଂଖ୍ୟା ୧୨ ଛୁଇଁଲା

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଏବେ ବିଶ୍ୱର ୯୦ରୁ ଅଧିକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଇତି ମଧ୍ୟରେ ସାରା ବିଶ୍ୱରେ କରୋନାରେ ଆକ୍ରାନ୍ତ ହୋଇ ୩୨ଶହରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ମଧ୍ୟ ଟପିଛି। ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ଚାଇନାରେ ପୁଣି ୩୦ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୪୨ରେ ପହଞ୍ଚିଛି। ଆଜି ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା […]

cs

cs

Hemant Lenka
  • Published: Friday, 06 March 2020
  • Updated: 06 March 2020, 04:16 PM IST

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଏବେ ବିଶ୍ୱର ୯୦ରୁ ଅଧିକ ଦେଶରେ ଆତଙ୍କ ସୃଷ୍ଟି କରିଛି। ଇତି ମଧ୍ୟରେ ସାରା ବିଶ୍ୱରେ କରୋନାରେ ଆକ୍ରାନ୍ତ ହୋଇ ୩୨ଶହରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ସେହିପରି ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ମଧ୍ୟ ଟପିଛି। ବିଶ୍ୱରେ ଆତଙ୍କ ଖେଳାଉଥିବା କରୋନା ଚାଇନାରେ ପୁଣି ୩୦ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୪୨ରେ ପହଞ୍ଚିଛି। ଆଜି ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି। ଗତକାଲି ଏହା ୯ ରହିଥିଲା। ହେଲେ ୨୪ ଘଣ୍ଟା ମଧ୍ୟରେ ଆଉ ୩ ଜଣଙ୍କ ମୁଣ୍ଡ ଗଡ଼ିଛି।

ଚାଇନା ସ୍ଥିତି ସମ୍ପର୍କରେ ସୂଚନା ଦେଇ ନ୍ୟାଶନାଲ ହେଲଥ କମିଶନ ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪୩ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି କରୋନା ଯୋଗୁ ଚାଇନାରେ ଆଉ ୩୦ ଜଣଙ୍କ ଜୀବନ ଯାଇଛି। ଡିସେମ୍ବର ମାସରୁ ଚାଇନାରେ କାୟା ମେଲାଇଥିବା କରୋନାରେ ଏଯାଏ ୩୦୪୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୮୦,୫୫୨ ଜଣ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

୨୪ ଘଣ୍ଟାରେ ପ୍ରାଣ ହରାଇଥିବା ୩୦ ଜଣଙ୍କ ମଧ୍ୟରୁ ୨୯ ଜଣ ହୁବେଇ ପ୍ରଦେଶରେ। ହାଇନାନ ପ୍ରଦେଶରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ଅନ୍ୟପକ୍ଷରେ ୧୮୨ ଜଣ ବ୍ୟକ୍ତିଙ୍କୁ କରୋନା ଭାଇରସ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଯାଏ ୪୮୨ ଜଣ ଲୋକ ଏପରି ସନ୍ଦେହ ଘେରରେ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନାରେ ଆକ୍ରାନ୍ତ ହୋଇଥିବା ୫୩,୭୨୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos