ପିଲାଦିନର ସ୍ୱପ୍ନକୁ ପୂରଣ କରିବାକୁ ଚାଷୀ ତିଆରି କଲେ ବିଶାଳ ବିମାନ ମଡେଲ୍‌

ବେଜିଂ: ଶୀର୍ଷକ ପଢ଼ି ଆପଣ ଭାବୁଥିବେ ଜଣେ ସାଧାରଣ ଚାଷୀ କେମିତି ବିମାନ ନିର୍ମାଣ କରିବାକୁ ସକ୍ଷମ ହେଲେ? କିନ୍ତୁ ଏମିତି ଏକ ଘଟଣା ଚୀନ୍‌ରେ ଘଟିଛି। ଚୀନ୍‌ର ଜଣେ ରସୁଣ ଚାଷୀ ପିଲାଟି ଦିନରୁ ବିମାନ ମାଲିକ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବାକୁ ଏକ ବିରାଟ୍‌ ବିମାନ ମଡେଲ୍‌ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି। ଏହି ମଡେଲ୍‌ଟି ଏକଦମ ବିମାନର ଅବିକଳ ସାଇଜ ଓ ଆକୃତିରେ ତିଆରି ହୋଇଛି। ଏୟାରବସ୍‌ […]

c2

c2

Hemant Lenka
  • Published: Tuesday, 30 October 2018
  • Updated: 30 October 2018, 06:27 PM IST

Sports

Latest News

ବେଜିଂ: ଶୀର୍ଷକ ପଢ଼ି ଆପଣ ଭାବୁଥିବେ ଜଣେ ସାଧାରଣ ଚାଷୀ କେମିତି ବିମାନ ନିର୍ମାଣ କରିବାକୁ ସକ୍ଷମ ହେଲେ? କିନ୍ତୁ ଏମିତି ଏକ ଘଟଣା ଚୀନ୍‌ରେ ଘଟିଛି। ଚୀନ୍‌ର ଜଣେ ରସୁଣ ଚାଷୀ ପିଲାଟି ଦିନରୁ ବିମାନ ମାଲିକ ହେବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ତାକୁ ପୂରଣ କରିବାକୁ ଏକ ବିରାଟ୍‌ ବିମାନ ମଡେଲ୍‌ ନିର୍ମାଣ କରିବାକୁ ସକ୍ଷମ ହୋଇଛନ୍ତି।

ଏହି ମଡେଲ୍‌ଟି ଏକଦମ ବିମାନର ଅବିକଳ ସାଇଜ ଓ ଆକୃତିରେ ତିଆରି ହୋଇଛି। ଏୟାରବସ୍‌ ଏ-୩୨୦ବିମାନର ଏହି ମଡେଲଟିକୁ ଆଉ ମାତ୍ର କିଛି ମାସ ମଧ୍ୟରେ ଚାଷୀ ଜଣଙ୍କ ଶେଷ ସ୍ପର୍ଶ ଦେବେ।

ଉକ୍ତ ଚାଷୀଙ୍କ ନାଁ ଝୁ ୟୁଇ। ଏହି ବିମାନ ମଡେଲ୍‌ଟିକୁ ନିର୍ମାଣ କରିବାକୁ ତାଙ୍କୁ ପାଖାପାଖି ୨ ବର୍ଷ ସମୟ ଲାଗିଛି। ଏଥିପାଇଁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ସନ୍‌ ଟିଭିରେ ପ୍ରସାରିତ ଖବର ଅନୁଯାୟୀ, ଝୁ ପିଲାଟି ବେଳୁ ବିମାନର ମାଲିକ ହେବାକୁ ଲକ୍ଷ୍ୟ ରଖିଥିଲେ। ତେବେ ୪୦ ବର୍ଷ ବୟସରେ ସେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ବିରାଟ୍‌ ବିମାନ ମଡେଲ୍‌ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନ ମଡେଲଟି ୧:୧ ସ୍କେଲ୍‌ ରେ ନିର୍ମାଣ ହୋଇଛି। ଏହାର ଲମ୍ବ ୧୪୨ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୧୮ ଫୁଟ୍‌। ଏହାର ଉଚ୍ଚତା ୪୦ ଫୁଟ୍‌ ଏବଂ ଏହି ନିର୍ମାଣ କାର୍ଯ୍ୟରେ ଝୁ'ଙ୍କୁ ତାଙ୍କର ୫ ଜଣ ବନ୍ଧୁ ସହଯୋଗ କରିଥିଲେ।

 

ଅବଶ୍ୟ ଏହି ବିମାନ ମଡେଲ୍‌ଟି କେବେ ଉଡ଼ିପାରିବ ନାହିଁ। କିନ୍ତୁ ଏହାର ନିର୍ମାଣ ଶେଷ ହେଲେ ଝୁ ଏହାକୁ ଏକ ରେଷ୍ଟୁରାଣ୍ଟ୍‌ରେ ପରିଣତ କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos