ଲଦାଖରୁ ଧରା ପଡ଼ିଥିବା ଚାଇନିଜ୍‌ ଯବାନଙ୍କୁ ଏବେ ଛାଡ଼ିବନି ଭାରତ

ନୂଆଦିଲ୍ଲୀ: ଲଦାଖରୁ ଧରାପଡ଼ିଥିବା ଜଣେ ଚାଇନିଜ୍‌ ଯବାନଙ୍କୁ କିଛି ଦିନ ପାଇଁ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବାକୁ ପଡ଼ିବ। ଗତକାଲି ସକାଳେ ତାଙ୍କୁ କାବୁ କରାଯିବା ପରେ କୁହାଯାଇଥିଲେ ଯେ ଚାଇନାକୁ ହସ୍ତାନ୍ତର କରାଯିବ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ଆସନ୍ତା କିଛି ଦିନ ପାଇଁ ଚାଇନିଜ୍‌ ଯବାନ ଭାରତୀୟ ସୁରକ୍ଷାକର୍ମୀଙ୍କ ପାଖରେ ଅଟକ ରହିବେ। ଏହି ସମୟରେ ଚାଇନା ବିଶେଷଜ୍ଞମାନଙ୍କ ଦ୍ୱାରା ତାଙ୍କୁ ପଚରା ଉଚରା କରାଯିବ। ଏହାପରେ ଯାଇ ତାଙ୍କୁ ପିପୁଲ୍ସ ଲିବେରେସନ […]

dds

dds

Hemant Lenka
  • Published: Tuesday, 20 October 2020
  • Updated: 20 October 2020, 05:26 PM IST

Sports

Latest News

ନୂଆଦିଲ୍ଲୀ: ଲଦାଖରୁ ଧରାପଡ଼ିଥିବା ଜଣେ ଚାଇନିଜ୍‌ ଯବାନଙ୍କୁ କିଛି ଦିନ ପାଇଁ ଭାରତୀୟ ସୁରକ୍ଷାକର୍ମୀଙ୍କ ହେପାଜତରେ ରହିବାକୁ ପଡ଼ିବ। ଗତକାଲି ସକାଳେ ତାଙ୍କୁ କାବୁ କରାଯିବା ପରେ କୁହାଯାଇଥିଲେ ଯେ ଚାଇନାକୁ ହସ୍ତାନ୍ତର କରାଯିବ। ହେଲେ ଏବେ ମିଳିଥିବା ଖବର ଅନୁଯାୟୀ, ଆସନ୍ତା କିଛି ଦିନ ପାଇଁ ଚାଇନିଜ୍‌ ଯବାନ ଭାରତୀୟ ସୁରକ୍ଷାକର୍ମୀଙ୍କ ପାଖରେ ଅଟକ ରହିବେ। ଏହି ସମୟରେ ଚାଇନା ବିଶେଷଜ୍ଞମାନଙ୍କ ଦ୍ୱାରା ତାଙ୍କୁ ପଚରା ଉଚରା କରାଯିବ। ଏହାପରେ ଯାଇ ତାଙ୍କୁ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ପିପୁଲ୍ସ ଲିବେରେସନ ଆର୍ମି (ପିଏଲଏ)ର ଏହି ଯବାନ ଜଣଙ୍କ ନାଁ କୋପୋରାଲ ୱାଙ୍ଗ ୟା ଲଙ୍ଗ। ତାଙ୍କୁ ଭାରତୀୟ ଯବାନମାନେ ଚୁମାର-ଡେମୋକ୍‌ ଅଞ୍ଚଳରୁ ଧରିଥିଲା। ସେ ହାତରେ କିଛି ସିଭିଲ ଓ ମିଲିଟାରୀ ଦସ୍ତାବିଜ୍ ଧରି ଭାରତୀୟ ସୀମାରୁ ଚାଇନା ସୀମାକୁ ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇଥିବା ଜଣାପଡ଼ିଛି।

ସେନା ପକ୍ଷରୁ କୁହାଯାଇଛି ଯେ ଚାଇନିଜ୍ ଯବାନଙ୍କୁ ଧରା ଯିବା ପରେ ତାଙ୍କୁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଯୋଗାଇ ଦିଆଯାଇଛି। ୱାଙ୍ଗ କୋପୋରାଲ ରାଙ୍କର ଅଫିସର ହୋଇଥିବା ବେଳେ ତାଙ୍କ ଘର କେନ୍ଦ୍ରୀୟ ଝେଜିଆଙ୍ଗ ପ୍ରଦେଶର ଶାହାଙ୍ଗଜିହେନ ଠାରେ। ତାଙ୍କୁ ଅମ୍ଳଜାନ, ଖାଦ୍ୟ ଓ ଗରମ କପଡ଼ା ଦିଆଯାଇଥିଲା।

ଚାଇନାରୁ ନି‌ଖୋଜ ଥିବା ଯବାନଙ୍କ ସମ୍ପର୍କରେ ପିଏଲଏ ପକ୍ଷରୁ ମଧ୍ୟ ଭାରତକୁ ସୂଚନା ଦିଆଯାଇଥିଲା। ଚାଇନିଜ୍ ଯବାନ ଜଣଙ୍କ କିଛି ଗୁଇନ୍ଦାଗିରି କରିବାକୁ ଭାରତୀୟ ସୀମାରେ ପ୍ରବେଶ କରିଥିଲେ କି ନାହିଁ ତା’ର ତଦନ୍ତ କରିବାକୁ ଯବାନ ଜଣଙ୍କୁ ସୁରକ୍ଷାକର୍ମୀମାନେ କିଛି ଦିନ ଅଟକ ରଖିବେ ବୋଲି କୁହାଯାଉଛି।

ପିଏଲଏର ୱେଷ୍ଟର୍ଣ୍ଣ କମାଣ୍ଡ ମୁଖପାତ୍ର କର୍ଣ୍ଣେଲ ଝାଙ୍ଗ ଶୁଇଲି କହିଛନ୍ତି, ଚମରି ଗାଈକୁ ସୀମାରୁ ଉଦ୍ଧାର କରିବା ବେଳେ ଚାଇନିଜ୍‌ ଯବାନ ଜଣଙ୍କ ନିଖୋଜ ହୋଇଯାଇଥିଲେ। ଏ ସମ୍ପର୍କରେ ଆମେ ତୁରନ୍ତ ଭାରତୀୟ ସେନାକୁ ମଧ୍ୟ ଜଣାଇଥିଲୁ। ଆମର ଆଶା ଏବେ ଭାରତ ପକ୍ଷରୁ ଆମକୁ ସହଯୋଗ ମିଳିବ ଓ ସେମାନେ ଯଥାଶୀଘ୍ର ଆମ ଯବାନଙ୍କୁ ପିଏଲକୁ ହସ୍ତାନ୍ତର କରିବେ। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସୁଦୃଢ଼ ହେବ ଓ ସୀମାରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story